ତାଇୱାନକୁ ନେଇ ଚୀନ ଏବଂ ଜାପାନ ମଧ୍ୟରେ ତିକ୍ତତା ବଢ଼ିଛି। ଜାପାନରୁ ଆସୁଥିବା ସମସ୍ତ ସାମୁଦ୍ରିକ ଖାଦ୍ୟ ଉପରେ ଚୀନ କଟକଣା ଲଗାଇଛି। ଏଥିଯୋଗୁ ଭାରତୀୟ ସାମୁଦ୍ରିକ ସାମୁଦ୍ରିକ ଖାଦ୍ୟ ସାମଗ୍ରୀର ଚାହିଦା ବଢ଼ିଛି। ଭାରତୀୟ ଭାରତୀୟ ରପ୍ତାନିକାରିଙ୍କ ରପ୍ତାନିକାରିଙ୍କ ଶେୟାରରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଏଭଳି ନିଷ୍ପଭି ଯୋଗୁ ଚୀନ ବଜାରରେ ସାମୁଦ୍ରିକ ଖାଦ୍ୟ ସାମଗ୍ରୀ ଅଭାବ ଦେଖାଯିବ ବୋଲି ଆଶଙ୍କା କରାଯାଉଛି।
ଏହି ଚାହିଦା ପୂରଣ କରିବା ଲାଗି ଭାରତ ଭଳି ସାମୁଦ୍ରିକ ଖାଦ୍ୟ ରପ୍ତାନିକାରୀ ଦେଶ ଗୁଡ଼ିକ ବର୍ତ୍ତମାନ ତତ୍ପରତା ଦେଖାଇଛନ୍ତି। ଫଳରେ ଭାରତୀୟ ସିଫୁଡ୍ କମ୍ପାନିରେ ଶେୟାର ମୂଲ୍ୟରେ ବୃଦ୍ଧି ପରିଲକ୍ଷିତ ହୋଇଛି। ଫଳରେ ତେଲେଙ୍ଗାନାରେ ଅବନ୍ତି ପିଡ଼ସର ସେୟାର ପ୍ରାୟ ୧୦% ପରିଲକ୍ଷିତ ହୋଇଛି, ଗତ ୨ ମାସ ମଧ୍ୟରେ ଏହା ସବୁଠାରୁ ବଡ ବୃଦ୍ଧି ବୋଲି କୁହାଯାଉଛି। ସେହିପରି ଅନ୍ୟ କମ୍ପାନୀ କୋଷ୍ଟାଲ କର୍ପୋରେସନର ଶେୟାର ୫% ବୃଦ୍ଧି ହୋଇଛି। କମ୍ପାନି ଏପ୍ରିଲ ମାସରେ କହିଥିଲା ଚୀନକୁ ରପ୍ତାନି ବଢ଼ାଇବ।
ଜାପାନ ପ୍ରଧାନମନ୍ତ୍ରୀ ସାନେ ତାକାଇଚିଙ୍କ ଏକ ବୟାନକୁ ନେଇ ଚୀନ ଏବଂ ଜାପାନ ମଧ୍ୟରେ ବିବାଦ ଲାଗି ରହିଛି। ଏଭଳିସ୍ଥିତିରେ ଏହି ବିବାଦ ଭାରତୀୟ ବଜାର ପାଇଁ ସୁଯୋଗ ଆଣିପାରେ ବୋଲି କୁହାଯାଉଛି। ଅନ୍ୟପଟେ ଆମେରିକା ବି ଭାରତୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନି ଉପରେ ୫୦% ଟାରିଫ ଲାଗୁକରିଛି। ଫଳରେ ଆମେରିକା ବଜାରକୁ ରପ୍ତାନି ଅକ୍ଟୋବର ମାସରେ ୯% ହ୍ରାସ ହୋଇଛି। ଏକ ରିପୋର୍ଟ ମୁତାବକ, ଚୀନ, ଭିଏତନାମ ଏବଂ ଥାଇଲାଣ୍ଡ ଭଳି ଦେଶକୁ ଭାରତର ସିଫୁଡ ରପ୍ତାନି ବଢୁଛି। ଗତ ଆର୍ଥିକ ବର୍ଷରେ ଭାରତ ୬୧ ହଜାର କୋଟି ଟଙ୍କାର ସିଫୁଡ ରପ୍ତାନି କରିଥିଲା। ଏଥିମଧ୍ୟରେ ଅଧିକାଂଶ ଭାଗ ଚିଙ୍ଗୁଡି ଏବଂ ଫ୍ଲୋଜେନ ଫିସ୍ ରହିଥିଲା।
ଅଧିକ ପଢନ୍ତୁ: ଆତଙ୍କବାଦର ଇକୋସିଷ୍ଟମ ସୃଷ୍ଟି କରୁଛି ପାକିସ୍ତାନ, ଟାର୍ଗେଟ୍ରେ ବିଦେଶରେ ପଢ଼ୁଥିବା ଭାରତୀୟ ଛାତ୍ର