ଆସନ୍ତା କାଲି ଆକାଶରେ ଦେଖାଯିବ ବିରଳ ମହାଜାଗତିକ ଦୃଶ୍ୟ: ଚନ୍ଦ୍ରଙ୍କ ଅତି ନିକଟତର ହେବେ ଶୁକ୍ର
Khabar Odisha:Venus-will-appear-very-close-to-the-moon-tomorrow-evening
ଖବର ଓଡିଶା : 22/05/2023

 ଆସନ୍ତାକାଲି ସନ୍ଧ୍ୟାରେ ଚନ୍ଦ୍ରର ଅତି ନିକଟରେ ଦେଖାଯିବ ଉଜ୍ଜ୍ୱଳ ଗ୍ରହ ଶୁକ୍ର | ଜୁନ ୧୫ ଯାଏଁ ଚନ୍ଦ୍ରର ଅତି ନିକଟରୁ ଦେଖାଯିବ ଶୁକ୍ର। ପ୍ରତିଦିନ ସନ୍ଧ୍ୟାରେ ପ୍ରାୟ ୨ ଘଣ୍ଟା ଶୁକ୍ରକୁ ପଶ୍ଚିମ ଆକାଶରେ ଦେଖିହେବ। ଆକାଶ ନିର୍ମଳ ଥିଲେ ସନ୍ଧ୍ୟା ୬ଟା ୩୦ରୁ ୯ଟା ୧୫ ଯାଏଁ ଦେଖିହେବ । 

ଏନେଇ ପଠାଣି ସାମନ୍ତ ପ୍ଲାନେଟୋରିୟମର ଉପ ନିର୍ଦ୍ଦେଶକ ଡ଼.ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ଯେ ଆସନ୍ତା ୨୩ ତାରିଖ ଦିନ ସେମାନଙ୍କ ଭିତରେ କୋୖଣିକ ଦୂରତା ପ୍ରାୟ ୨ ଡିଗ୍ରୀ ରହିବ l ତା ପରଦିନ ସେମାନଙ୍କ ଭିତରେ କୋୖଣିକ ଦୂରତା ବଢ଼ିଯାଇ ପ୍ରାୟ ୧୫ ଡିଗ୍ରୀ ହେବ l ମେ ମାସ ଶେଷ ସପ୍ତାହ ତଥା ଜୁନ ମାସ ୧୫ ତାରିଖ ଯାଏଁ ସବୁଦିନ ସନ୍ଧ୍ୟାରେ ପ୍ରାୟ ଦୁଇ ଘଣ୍ଟା ଧରି ଉଜ୍ଜ୍ୱଳ ଶୁକ୍ର ଗ୍ରହକୁ ପଶ୍ଚିମ ଆକାଶରେ ଆମେ ଖାଲି ଆଖିରେ ଦେଖିପାରିବା l ଏହି ମହାଜାଗତିକ ଦୃଶ୍ୟକୁ ଖାଲି ଆଖିରେ ଦେଖିପାରିବେ l ଏହି ମହାଜାଗତିକ ଦୃଶ୍ୟ ଦେଖିବାକୁ ପ୍ଲାନେଟାରିୟମ ପକ୍ଷରୁ ବ୍ୟବସ୍ଥା ହୋଇଛି । 

Subscribe

National International State Sports Entertainment