ନୂଆଦିଲ୍ଲୀ: ଇରାନ ସହ ଜାରି ସଂଘର୍ଷ ମଧ୍ୟରେ ଆମେରିକା ବିଶ୍ୱର ସବୁଠାରୁ ଶକ୍ତିଶାଳୀ ପ୍ରତିରକ୍ଷା ସଂଗଠନ ନାଟୋ (ଉତ୍ତର ଆଟଲାଣ୍ଟିକ ଟ୍ରିଟି ଅର୍ଗାନାଇଜେସନ)ରୁ ଓହରି ଯାଇପାରେ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ ସାକ୍ଷାତକାରରେ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ମୁଁ ନାଟୋ ଛାଡିବା ବିଷୟରେ ଗମ୍ଭୀରତାର ସହ ବିଚାର କରୁଛି। ଇରାନ ଯୁଦ୍ଧ ଶେଷ ହେବା ପରେ ମୁଁ ଏ ବିଷୟରେ ନିଷ୍ପତ୍ତି ନେବି। ଗୋଟିଏ ଦିନ ପୂର୍ବରୁ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ନାଟୋ ଏବଂ ଆମେରିକା ମଧ୍ୟରେ ସମ୍ପର୍କର ସମୀକ୍ଷା କରିବେ ବୋଲି କହିଥିଲେ।
ଡେଲି ଟେଲିଗ୍ରାଫ ସହିତ ଆଲୋଚନା ବେଳେ ଟ୍ରମ୍ପ କହିଛନ୍ତି, ମୁଁ କେବେ ନାଟୋକୁ ପସନ୍ଦ କରିନଥିଲି। ମୁଁ ଏହି ସଂଗଠନରୁ ଓହରିବା ପାଇଁ ଗମ୍ଭୀରତାର ସହିତ ବିଚାର କରୁଛି। ଏ ସଂଗଠନକୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଇରାନ ଯୁଦ୍ଧ ସମାପ୍ତ ହେବା ପରେ ମୁଁ ନିଷ୍ପତ୍ତି ନେବି।ଟ୍ରମ୍ପ ନାଟୋକୁ "କାଗଜ ବାଘ" ବୋଲି ମଧ୍ୟ କହିଛନ୍ତି।
ଭାରତ ଅଭିମୁଖେ ଆସୁଥିବା ବିମାନ ଉପରେ ଆମେରିକାର ଆକ୍ରମଣ; ଇରାନ କହିଲା ଏହା ଯୁଦ୍ଧ ଅପରାଧ
ଆମେ ୟୁକ୍ରେନରେ ଏକାଠି ଥିଲୁ, କିନ୍ତୁ ଇରାନରେ ଏକା ପଡ଼ିଗଲି
ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ୟୁକ୍ରେନ୍ ସହ ଯୁଦ୍ଧ ଆମେରିକାର ଯୁଦ୍ଧ ନଥିଲା। ଏହା ୟୁରୋପର ଯୁଦ୍ଧ ଥିଲା। ତଥାପି ଆମେରିକା ୟୁକ୍ରେନକୁ ସମର୍ଥନ କରିଥିଲା। ଆମେ ସେ ସମୟରେ ସମର୍ଥନ ଦେବା ସହ ନାଟୋ ଦେଶ ସହ ରହିଥିଲା। କିନ୍ତୁ ଯେତେବେଳେ ଆମର ପାଳି ଆସିଥିଲା, ସମସ୍ତେ ଅଲଗା ହୋଇଗଲେ। ସମସ୍ତେ ଆମକୁ ଇରାନ ଯୁଦ୍ଧରେ ଏକା ଛାଡ଼ି ଦେଲେ।
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ ପୁଟିନ ମଧ୍ୟ ଏହି ନାଟୋର ଶକ୍ତି ବିଷୟରେ ବେଶ ଭଲ ଭାବେ ଅବଗତ। ତେଣୁ, ରୁଷ ଏହାକୁ ଗମ୍ଭୀରତାର ସହ ନେଉନାହିଁ। ସାକ୍ଷାତକାର ସମୟରେ ଟ୍ରମ୍ପ ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ବ୍ରିଟେନ ପାଖରେ ଅତ୍ୟାଧୁନିକ ନୌସେନା ନାହିଁ। ଏହା ପୁରୁଣା। ବ୍ରିଟିଶ ପ୍ରଧାନମନ୍ତ୍ରୀ କେବଳ ଶକ୍ତି ସଞ୍ଚୟ କରିବା ଉପରେ ଧ୍ୟାନ ଦେଉଛନ୍ତି। ଏଥିରେ କିଛି ହାସଲ କରି ପାରିବେ ନାହିଁ। ମୁଁ ବର୍ତ୍ତମାନ ତାଙ୍କୁ କୌଣସି ପରାମର୍ଶ ଦେବାକୁ ଚାହୁଁ ନାହିଁ। ସେ ଯାହା ଚାହୁଛନ୍ତି ତାହା କରିବାକୁ ଦିଅନ୍ତୁ।
ଯୁଦ୍ଧ ପାଇଁ ସମୁଦ୍ରରେ ଫସିଛନ୍ତି ୨ ହଜାର ଜାହାଜର ୨୦ ହଜାର ନାବିକ
ଇରାନ ଆମର ଯୁଦ୍ଧ ନୁହେଁ - ବ୍ରିଟିଶ ପ୍ରଧାନମନ୍ତ୍ରୀ
ଏହା ପୂର୍ବରୁ ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାରମର ନିଜ ଦେଶକୁ ମ୍ବୋଧିତ କରି କହିଛନ୍ତି ଯେ ଏହା ଆମର ଯୁଦ୍ଧ ନୁହେଁ। ପ୍ରଧାନମନ୍ତ୍ରୀ ଭାବରେ, ମୁଁ ମୋ ଦେଶର ଲୋକଙ୍କ ବିଷୟରେ ଚିନ୍ତା କରିବି। ମୁଁ ମୋ ଲୋକଙ୍କୁ ଏପରି ଯୁଦ୍ଧରେ ଟାଣିବାକୁ ଚାହୁଁନାହିଁ ଯାହା ସହିତ ଆମର କୌଣସି ସମ୍ପର୍କ ନାହିଁ। ବ୍ରିଟେନ ବ୍ୟତୀତ, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲୀ ପରି ନାଟୋ ସଦସ୍ୟମାନେ ଆମେରିକାକୁ ଏକ ଆଘାତ ଦେଇଛନ୍ତି। ଏହି ଦେଶଗୁଡ଼ିକ ଏହି ଯୁଦ୍ଧରୁ ନିଜକୁ ଦୂରେଇ ରଖିଛନ୍ତି, ଏହାକୁ ଇସ୍ରାଏଲର ଯୁଦ୍ଧ ବୋଲି କହିଛନ୍ତି।