ନୂଆଦିଲ୍ଲୀ: ଆମେରିକା ସୈନିକ ‘ଅପରେସନ ଅବସ୍ୟୁଲୁଟ ରିଜଲ୍ୟୁସନ’ ଚଲାଇ ଗତ ସପ୍ତାହରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଗିରଫ କରିଥିଲା । ମାଦୁରୋ ଓ ତାଙ୍କ ପତ୍ନୀଙ୍କୁ ଆମେରିକା ଧରି ଆଣିଛି ଟ୍ରମ୍ପ ସରକାର । ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭେନେଜୁଏଲାରେ ଏକ ଭଲ ସରକାର ସ୍ଥାପନ କରାଯିବ ବୋଲି କହିଛନ୍ତି । ଏହା ସହିତ ଆବଶ୍ୟକ ପଡିଲେ ଆମେରିକା ହସ୍ତକ୍ଷେପ କରିବ ବୋଲି ସଙ୍କେତ ଦେଇଛନ୍ତି । ଏହା ମଧ୍ୟରେ ଟ୍ରମ୍ପ ଆଉ ଦୁଇ ଦେଶ କୋଲମ୍ବିଆ ଓ କ୍ୟୁବାକୁ ଧମକ ଦେଇଛନ୍ତି । ସେ କହିଛନ୍ତି କୋଲମ୍ବିଆର ନେତା ଭେନେଜୁଏଲା ପରି ଶାସନ କରୁଛନ୍ତି । କୋଲମ୍ବିଆର କାମ କୋକିନ ପ୍ରସ୍ତୁତ କର ଏବଂ ଆମେରିକାରେ ବିକ୍ରି କର ।
ଏହି ଅଭିଯୋଗ ଆଣି ଆମେରିକା ଭେନେଜୁଏଲା ଉପରେ ଆକ୍ରମଣ କରି ସାରିଛି । ଏମିତିରେ କୋଲମ୍ବିଆ ଓ କ୍ୟୁବାଙ୍କୁ ଟ୍ରମ୍ପଙ୍କ ଧମକ ଚିନ୍ତାର ବିଷୟ । କ୍ୟୁବା ସରକାର ବି ପତନ ହୋଇପାରେ ବୋଲି ଆମେରିକା କହିଛି । ଡୋନାଲ୍ଡ ଟ୍ରମ୍ପ ଏୟାରଫୋର୍ସ ୱାନରେ ବସିବା ସମୟରେ ଗଣମାଧ୍ୟମ ସହ ଆଲୋଚନା କରି ଏହି କଥା କହିଛନ୍ତି । ସେ କହିଛନ୍ତି ନିକୋଲାସ ମାଦୁରୋଙ୍କୁ ଅପହରଣ କରାଯିବା ପରେ ବି ଆମେରିକା ସେନା ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ଥିଲେ । କୋଲମ୍ବିଆ ଓ ଭେନେଜୁଏଲା ଦୁଇ ଦେଶର ଅବସ୍ଥା ଖରାପ ବୋଲି ଟ୍ରମ୍ପ କହିଛନ୍ତି ।
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ରାଜଧାନୀ ବୋଗୋଟାରେ ଜଣେ ଅତି ରୋଗୀଣା ବ୍ୟକ୍ତି ଦ୍ୱାରା ସରକାର ଚଲା ଯାଉଛି, ଯିଏ କୋକିନ ପ୍ରସ୍ତୁତ କରୁଛି ଏବଂ ଆମେରିକାରେ ଏହାକୁ ବିକ୍ରି କରାଯାଉଛି । ତାଙ୍କର ଏମିତି ଟିପ୍ପଣୀ ସିଧାସଳଖ କୋଲମ୍ବିଆ ପାଇଁ ଧମକ ବୋଲି କୁହାଯାଉଛି । ଭେନେଜୁଏଲା ପରି କୋଲମ୍ବିଆ ଓ କ୍ୟୁବା ସମାନ ଅବସ୍ଥା ଭୋଗି ପାରନ୍ତି ।
ଟ୍ରମ୍ପଙ୍କ ଏମିତି ଟିପ୍ପଣୀ ପରେ କୋଲମ୍ବିଆର ନେତା ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଏମିତି କାର୍ଯ୍ୟାନୁଷ୍ଠାନ ବିରୋଧରେ ଲାଟିନ ଆମେରିକାର ସମସ୍ତ ଦେଶଗୁଡିକୁ ଏକଜୁଟ ହେବାକୁ ପଡିବ । ଆଉ କେତେ ଦିନ ପର୍ଯ୍ୟନ୍ତ ଆମେରିକା ଆମକୁ ଗୁଲାମ କିମ୍ବା ଚାକର ପରି ଦୁଃବ୍ୟବହାର କରି ଚାଲିବ । ମାନବ ଇତିହାସରେ ଏମିତି ପ୍ରଥମ ଥର ଘଟିଛି ଯେଉଁଠି ଦକ୍ଷିଣ ଆମେରିକାର କୌଣସି ଦେଶର ରାଜଧାନୀ ଉପରେ ଏହି ପରି ହମଲା ହୋଇଛି । ତେଣୁ ଏବେ ସମୟ ଆସିଛି, ସମସ୍ତ ଲାଟିନ ଆମେରିକା ଦେଶ ଏକଜୁଟ ହୁଅନ୍ତୁ ଏବଂ ଆମର ଶକ୍ତି ସାମର୍ଥ୍ୟକୁ ବୁଝିବାକୁ ପଡିବ ।
Also read: ସତ୍ୟ ସାଇ ବାବାଙ୍କ ଜଣେ ଦୃଢ଼ ଭକ୍ତ ନିକୋଲାସ୍ ମାଦୁରୋ, ଭେନେଜୁଏଲାରେ ଚଲାଇଥିଲେ ବସ୍