ନୂଆଦିଲ୍ଲୀ: ଏଚ-୧ବି ଭିସାର ଫି ଏକ ଲକ୍ଷ ଡଲାର କରାଯିବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଆଉ ଏକ ପଦକ୍ଷେପ ନେବାକୁ ପ୍ରସ୍ତୁତି କରୁଛନ୍ତି । ଫି ବୃଦ୍ଧି କରାଯିବାର ଅର୍ଥ କୌଣସି ଭାରତୀୟଙ୍କୁ ଯଦି ଆମେରିକାରେ ଚାକିରି ପାଇଁ ଏଚ-୧ବି ଭିସା ନେବାକୁ ପଡେ ତେବେ ୮୦ ଲକ୍ଷ ଟଙ୍କା ଦେବାକୁ ପଡିବ । ଏହି ଭିସାର ଲାଭ ଉଠାଉଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ଭାରତ ଓ ଚୀନ ଅଛନ୍ତି । କୁହାଯାଉଛି ପ୍ରାୟ ୭୦ ପ୍ରତିଶତ ଭାରତୀୟ ହିଁ ଏହି ଭିସାର ଲାଭ ଉଠାଉଛନ୍ତି । ତେଣୁ ଟ୍ରମ୍ପଙ୍କ ନୂତନ ପଦକ୍ଷେପର ସବୁଠୁ ବଡ ଝଟକା ଭାରତୀୟଙ୍କୁ ହିଁ ଲାଗିବ ।
ଏହା ବାଦ୍ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଆଉ ଏକ ନିୟମ କରିବାକୁ ଯାଉଛନ୍ତି । ଏହାରି ଆଧାରରେ କିଛି ଅତିରିକ୍ତ ନିୟମ ପ୍ରଣୟନ କରାଯାଇପାରେ ଯେ, କିଏ ଏଚ-୧ବି ଭିସାର ଫାଇଦା ଉଠାଇ ପାରିବେ ଏବଂ କେମିତି କମ୍ପାନି ଏହି ଅନୁମତିର ବ୍ୟବହାର କରିବେ । ଏହା ମଧ୍ୟ ସ୍ଥିର କରାଯିବ ଯେ, କେଉଁ ବ୍ୟକ୍ତି ଏଚ-୧ବି ଭିସା ପାଇଁ ଯୋଗ୍ୟ ଅଟେ । ଆମେରିକାର ଗୃହ ବିଭାଗ ପକ୍ଷରୁ ଏଚ-୧ବି ଭିସା ନିୟମରେ ପରିବର୍ତ୍ତନର ପ୍ରସ୍ତାବ ରଖାଯାଇଛି । ବର୍ତ୍ତମାନ ଏଚ-୧ବି ଏକ ଅସ୍ଥାୟୀ ଭିସା କାଟାଗୋରୀରେ ରହିଛି । ଏହାରି ଆଧାରେ ଅଣ ଆମେରିକୀୟ ନାଗରିକଙ୍କୁ ଆମେରିକାରେ ପ୍ରବେଶ ଅନୁମତି ମିଳିଥାଏ । ବିଶେଷ କରି ଭାରତୀୟ ମୂଳନିବାସୀର ଲୋକେ ବହୁ ମାତ୍ରାରେ ଏହାର ଫାଇଦା ଉଠାଇଛନ୍ତି ।
ପ୍ୟୁ ରିସର୍ଚ୍ଚ ସେଣ୍ଟରର ଏକ ରିପୋର୍ଟ ଅନୁସାରେ ୨୦୨୨୩ରେ ଏଚ-୧ବି ଭିସା ଆଧାରରେ ଆମେରିକା ଯାଉଥିବା ଲୋକଙ୍କ ମଧ୍ୟରୁ ତିନି ଚତୁର୍ଥାଂଶ ଭାରତୀୟ ଥିଲେ । ୨୦୧୨ରେ ଏ ପର୍ଯ୍ୟନ୍ତ ଏଚ-୧ବି ଭିସା ହାସଲ କରିଥିବା ୬୦ ପ୍ରତିଶତ ଲୋକ କମ୍ପ୍ୟୁଟର ସଂପର୍କିତ ଚାକିରି ପାଇଁ ଆମେରିକା ଯାଇଥିଲେ । ଏହା ବାଦ୍ ସ୍ୱାସ୍ଥ୍ୟ କ୍ଷେତ୍ର, ବ୍ୟାଙ୍କ, ୟୁନିଭର୍ସିଟି ଓ ଅନ୍ୟ ସଂସ୍ଥା ପାଇଁ ମଧ୍ୟ ଏଚ-୧ବି ଭିସା ଜାରି କରାଯାଇଛି ।
Also read: ପାକିସ୍ତାନକୁ ଟ୍ରମ୍ପଙ୍କ ଝଟକା: ଆମେରିକା ଦେବନି AMRAAM କ୍ଷେପଣାସ୍ତ୍ର