ଆଜି ହେଉଛି ବିଶ୍ବ ଚିନ୍ତନ ଦିବସ । ପ୍ରତିବର୍ଷ ଫେବୃଆରୀ ୨୨ ତାରିଖଟିକୁ ବିଶ୍ବ ଚିନ୍ତନ ଦିବସ ରୂପେ ପାଳନ କରାଯାଏ। ଏହି ଦିନ ବ୍ରିଟେନର ଲେଫ୍ଟନେଣ୍ଟ ଜେନେରାଲ ୱାଡେନ୍ ପାଓ୍ବେଲ ଜନ୍ମଗ୍ରହଣ କରିଥିଲେ। ଜଣେ ସେନା ଅଧିକାରୀ, ଲେଖକ ଓ ସମାଜ ସଂସ୍କାରକ ଭାବେ ସେ ବେଶ୍ ଜଣାଶୁଣା ଥିଲେ । ୧୮୫୭ ଫେବୃଆରୀ ୨୨ ତାରିଖରେ ୱାଡେନ୍ ପାଓ୍ବେଲ ଜନ୍ମଗ୍ରହଣ କରିଥିଲେ । ସେ ବିଶ୍ୱର ପ୍ରଥମ ଚିଫ୍ ସ୍କାଉଟ ହୋଇଥିବାରୁ ତାଙ୍କ ଜନ୍ମଦିନକୁ ବିଶ୍ୱ ସ୍କାଉଟ ଦିବସ ଭାବେ ପାଳନ କରାଯାଇ ଆସୁଛି।
ତାଙ୍କ ସ୍ତ୍ରୀ ଓଲେଭ୍ ୱାଡେନ୍ ପାଓ୍ବେଲ ସ୍କାଉଟିଂ ଓ ଗାଇଡ୍ର ପ୍ରତିଷ୍ଠାତା ଥିଲେ। ଦୁହିଁଙ୍କ ପ୍ରେରଣା ସାରା ବିଶ୍ୱକୁ ବାଟ ଦେଖାଇଥିଲା। ବିଭିନ୍ନ ସ୍କାଉଟ ସଂଘ ପକ୍ଷରୁ ଏହି ଦିବସକୁ ପ୍ରତିଜ୍ଞା ଦିବସ ଭାବେ ମଧ୍ୟ ପାଳନ କରାଯାଏ। ଗାଇଡ ଓ ସ୍କାଉଟ ପକ୍ଷରୁ ଏହି ଦିବସକୁ ବିଶ୍ୱ ଚିନ୍ତନ ଦିବସ ଭାବେ ପାଳନ କରାଯାଇଥାଏ। ୧୯୨୬ ମସିହା ଠାରୁ ଏହି ଦିବସ ସମସ୍ତ ସ୍କାଉଟ ଓ ଗାଇଡ୍ମାନେ ନିଜକୁ ଶୃଙ୍ଖଳିତ କରିବା ଓ ଆନ୍ଦୋଳନର ଆଦର୍ଶକୁ ବଜାୟ ରଖିବା ଲାଗି ପ୍ରତିଜ୍ଞା କରିଥାନ୍ତି। ସମୟକ୍ରମେ ବିଭିନ୍ନ ଦେଶରେ ସ୍କାଉଟ ଓ ଗାଇଡ୍ର ନିୟମାବଳୀ ବଦଳି ଥିଲେ ହେଁ ଜଣେ କିପରି ଶୃଙ୍ଖଳାର ସହ ଆଦର୍ଶ ଜୀବନ ବିତାଇ ପାରିବ ଓ ସମାଜ ଲାଗି ଉଦାହରଣ ସୃଷ୍ଟି କରିପାରିବ, ସେନେଇ ଚିନ୍ତା କରିବା ସହ ପ୍ରତିଜ୍ଞା ନେଇଥାନ୍ତି।