ଦିନକୁ ଦିନ ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧର ସ୍ଥିତି ଭୟାନକ ହେବାରେ ଲାଗିଛି । ଏହି ଯୁଦ୍ଧରେ କେତେ ଲୋକଙ୍କ ସୁଖର ସଂସାର ନଷ୍ଟ ହୋଇଯାଇଛି ତ ପୁଣି କାହାର ଆଶାକୁ ସତ କରିବାର ସ୍ୱପ୍ନ , ସ୍ୱପ୍ନରେ ହିଁ ରହିଯାଇଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ସାରା ବିଶ୍ଵରେ ଅଶାନ୍ତ ସୃଷ୍ଟି କରୁଛି । ଆଉ ଏହି ଅଶାନ୍ତ ପରିବେଶକୁ ଶାନ୍ତ କରିବା ପାଇଁ ଅଷ୍ଟ୍ରେଲିଆ ଏବଂ ଭାରତୀୟ ସଙ୍ଗୀତ କଳାକାରମାନେ ମିଶି ଇସ୍ରାଏଲରେ ଶାନ୍ତି ଆଣିବା ପାଇଁ ସଙ୍ଗୀତର ମାଧ୍ୟମ ଆପଣେଇଛନ୍ତି ।
କୁହାଯାଏ ଯେ, ସଙ୍ଗୀତ ଅଶାନ୍ତ ମନକୁ ଶାନ୍ତ କରିଦିଏ । ସଙ୍ଗୀତ ଶୁଣିଲେ ମନରେ ଏକ ପ୍ରକାର ସୁସ୍ଥ ଓ ସୁନ୍ଦର ଭାବନା ଜାଗ୍ରତ ହୋଇଥାଏ । ଇସ୍ରାଏଲ ପରିବେଶକୁ ଶାନ୍ତ କରିବା ପାଇଁ ଅଷ୍ଟ୍ରେଲିଆ ଏବଂ ଭାରତୀୟ ସଙ୍ଗୀତ କଳାକାରମାନେ ଏକ ଅଭିନ୍ନ ଚେଷ୍ଟା ଆପଣେଇଛନ୍ତି । ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ସାହାଯ୍ୟରେ ଗୀତଗାଇ ମନକୁ ଖୁସି କରିବାର ଏ ହେଉଛି ଏକ ପ୍ରୟାସ । ସେଥିପାଇଁ ଗୀତକୁ ଫ୍ରି ଥେରାପି ମଧ୍ୟ କୁହାଯାଏ ।
ଆଗକୁ ପଢ଼ନ୍ତୁ : ଇସ୍ରାଏଲ ଗସ୍ତରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ