ଭଜନ ଗାଇଲେ ବ୍ରିଟିଶ ପ୍ରଧାନମନ୍ତ୍ରୀ ରୁଷି ସୁନକ ଓ ତାଙ୍କ ପତ୍ନୀ । ଏଥିସହ ଆଲୋକର ପର୍ବ ଦୀପାବଳି ମଧ୍ୟ ମନାଇଥିଲେ । ଭାରତର ସଂସ୍କୃତି ଓ ପରମ୍ପରା ସବୁଠୁ ନିଆରା । ଭାରତର ସଂସ୍କୃତି ବିଦେଶର ଲୋକମାନେ ମଧ୍ୟ ଆପଣେଇଛନ୍ତି । ଗତ ରବିବାର ଦିନ ସାରା ଭାରତ ବର୍ଷରେ ପାଳିତ ହୋଇଥିଲା ଦୀପାବଳି । ଅନ୍ଧାରମୟ ଜୀବନକୁ ଆଲୋକିତ କରିଥାଏ ଏହି ପର୍ବ। ସେଥିପାଇଁ ପ୍ରତିବର୍ଷ ଦୀପାବଳୀକୁ ଆଡମ୍ବର ସହ ଲୋକେ ପାଳନ କରନ୍ତି । ଏହାରିମଧ୍ୟରେ ବ୍ରିଟେନର ପ୍ରଧାନ ମନ୍ତ୍ରୀ ଋଷି ସୁନାକ ଓ ତାଙ୍କ ପତ୍ନୀ ଅକ୍ଷସତା ମୂର୍ତ୍ତି ମଧ୍ୟ ଦୀପାବଳୀକୁ ଧୁମ ଧାମ ରେ ପାଳନ କରିଥିଲେ । ଦୀପାବଳି ମନାଇବା ସହ ଋଷି ସୁନାକଙ୍କ ପରିବାର 'ରଘୁ ପତି ରାଘବ ରାଜା ରାମ' ଭଜନ ଗାନ କରିଥିଲେ ।
ଜଣେ ବିଦେଶୀ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ସେ ଭାରତର ସଂସ୍କୃତିକୁ ଆପଣେଇଛନ୍ତି । ଋଷି ସୁନାକଙ୍କ ପରିବାର ଭଜନ ଗାନ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଅନଲାଇନରେ ପ୍ରସାରିତ ଭିଡିଓରେ ପରିବାର ଲୋକ ଚଟାଣରେ ବସି ଭଜନ ଗାନ କରୁଥିବା ଦେଖାଯାଇଛି। ରାଡକ୍ଲିଫ୍ ରୋଡରେ ଥିବା ହିନ୍ଦୁ ମନ୍ଦିରରେ ଦିୱାଲୀ ଉତ୍ସବ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ ପ୍ରଧାନମନ୍ତ୍ରୀ ସୁନାକଙ୍କ ସହ ତାଙ୍କ ପିତାମାତା ,ପତ୍ନୀ ଅକ୍ଷତା ମୂର୍ତ୍ତି ଓ ତାଙ୍କ ଦୁଇ ଝିଅ ମଧ୍ୟ ଯୋଗ ଦେଇଥିଲେ। ଉତ୍ସାହ ଓ ଆନନ୍ଦର ସହ ତାଙ୍କ ପରିବାର ଦୀପାବଳିରେ ଦୀପ ଲଗାଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ବ୍ରିଟିଶର ପ୍ରଥମ ଦମ୍ପତି ବିଭିନ୍ନ ପର୍ବ ସମୟରେ ପ୍ରାୟତ ହିନ୍ଦୁ ମନ୍ଦିର ପରିଦର୍ଶନ କରନ୍ତି । G20 ସମୟରେ ଯେତେବେଳେ ଋଷି ସୁନାକ ଭାରତ ଆସିଥିଲେ ସେତେବେଳେ ମଧ୍ୟ ସୁନାକ ଦମ୍ପତି ବହୁ ଚର୍ଚ୍ଚାରେ ଥିଲେ । ତାଙ୍କର ମହନୀୟତା ପାଇଁ ସେ ବହୁ ପ୍ରଶଂସା ମଧ୍ୟ ପାଇଥିଲେ । ତେବେ ଦୀପାବଳି ପାଳିବାକୁ ନେଇ ମଧ୍ୟ ଏହି ବ୍ରିଟିଶ ଦମ୍ପତି ଏବେ ଚର୍ଚ୍ଚାରେ ଅଛନ୍ତି ।
ପ୍ରଥମ ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ ଯିଏକି ପରିବାର ସହ ୧୦ ଡାଉନିଂ ଷ୍ଟ୍ରିଟରେ ଦିୱାଲୀ ପାଳନ କରିଥିଲେ । ଖାଲି ଦୀପାବଳି ନୁହେଁ ଭାରତୀୟ ପରମ୍ପରାରେ ଥିବା ସବୁ ପର୍ବରେ ସେ ହିନ୍ଦୁ ମନ୍ଦିର ଦର୍ଶନ କରିଥାନ୍ତି । ଋଷି ସୁନକ ତାଙ୍କ ବିଶ୍ୱାସକୁ ନେଇ ସେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛନ୍ତି। ଚଳିତ ବର୍ଷ ଆରମ୍ଭରେ କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରେ ହୋଇଥିବା ରାମାୟଣ ପାଠରେ ସେ କହିଥିଲେ, “ମୋ ପାଇଁ ବିଶ୍ୱାସ ଅତ୍ୟନ୍ତ ବ୍ୟକ୍ତିଗତ ଅଟେ। ଏହା ମୋତେ ମୋ ଜୀବନର ପ୍ରତ୍ୟେକ ଦିଗରେ ମାର୍ଗଦର୍ଶନ କରେ | ପ୍ରଧାନମନ୍ତ୍ରୀ ହେବା ଏକ ଗୌରବର ବିଷୟ, କିନ୍ତୁ ଏହା ସହଜ କାମ ନୁହେଁ। ଦେଶର ମଙ୍ଗଳ ପାଇଁ କଠିନ ନିଷ୍ପତ୍ତି ନେବା ବା କଠିନ ପସନ୍ଦର ସମ୍ମୁଖୀନ ହେବାକୁ ପଡିଥାଏ । ତେଣୁ ମୋର ବିଶ୍ୱାସ ମୋତେ ସାହସ, ଶକ୍ତି ଏବଂ ଦୃଢ଼ତା ଦେଇଥାଏ ଯାହା ଆମ ଦେଶ ପାଇଁ ସମ୍ଭବ । ତେବେ ଭଜନ ଗାନ କରୁଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀଙ୍କ ପରିବାର ପାଇଁ ସବୁ ସ୍ଥାନରୁ ପ୍ରସଂସାର ସୁଅ ଛୁଟୁଛି ।
ଅଧିକ ପଢନ୍ତୁ :ବିଦେଶରେ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ସୁନକ ଓ ସ୍ତ୍ରୀ ଅକ୍ଷତା