ଚାଇନା ସାମଗ୍ରୀ ଉପରେ ଲାଗିଲା ରୋକ ! ମୁମ୍ୱାଇ ବନ୍ଦରରେ କୋଟି କୋଟି ଟଙ୍କାର ଚାଇନା ସମଗ୍ରୀକୁ ଅଟକାଇ ରଖିଛି କଷ୍ଟମ ବିଭାଗ
Khabar Odisha:The-customs-department-has-seized-billions-of-dollars-worth-of-Chinese-goods-at-the-port-of-Mumbai
ମୁମ୍ୱାଇ, ଜୁନ ୨୭ (ଖବର ଓଡ଼ିଶା):

ଗୋଟିଏ ପଟେ, ଗାଲଭାନ୍ ଉପତ୍ୟକାରେ ଚୀନ୍ ସେନା ସହିତ ମୁହାଁମୁହିଁ ହେବା ପରେ ଭାରତରେ ଚାଇନା ବିରୋଧୀ ମନୋଭାବ ଖୁବ ଜୋର ହେବାରେ ଲାଗିଛି । ଚୀନର ସମସ୍ତ ସାମଗ୍ରୀକୁ ବର୍ଜନ କରିବା ନେଇ ଦେଶରେ ଏକ ଜନ ଆନ୍ଦୋଳନ ଧୀରେ ଧୀରେ ମୁଣ୍ଡ ଟେକୁଛି । ଠିକ ଏହି ସମୟରେ ଦେଶର ସମସ୍ତ ବିମାନ ବନ୍ଦର ଓ ସାମୁଦ୍ରିକ ବନ୍ଦର ମାନଙ୍କରେ ମଧ୍ୟ ଚୀନ ଦ୍ରବ୍ୟ ଉପରେ ଅଘୋଷିତ କଟକଣାକୁ ଟିକେ କଡାକଡି କରାଦିଆଯାଇଛି । ତେବେ ଚୀନ୍ ସାମଗ୍ରୀ ଉପରେ ପ୍ରତିବନ୍ଧକ ଲଗାଇବାକୁ ଭାରତ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ଔପଚାରିକ ଘୋଷଣା ହୋଇନଥିଲେ ମଧ୍ୟ, କିନ୍ତୁ କଷ୍ଟମ୍ସ ବିଭାଗ ଦ୍ୱାରା ନିଆଯାଇଥିବା ଏହି ପଦକ୍ଷେପ ଚୀନ ସମଗ୍ରୀ ଆମଦାନୀ କରୁଥିବା ଆମଦାନୀକାରୀଙ୍କ ମଧ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ।

ଦକ୍ଷିଣ ମୁମ୍ବାଇର ସମଗ୍ର ସାହାରା ବଜାର ଚାଇନାର ଖେଳନା ଏବଂ ଇଲେକ୍ଟ୍ରୋନିକ୍ ସାମଗ୍ରୀ ପାଇଁ ଏକ ବଡ଼ ବଜାର | ଏଠାରେ ଚାଇନାରୁ ସାମଗ୍ରୀ ଯୋଗାଉଥିବା ଜୁଜର ଅହମ୍ମଦ କହିଛନ୍ତି ଯେ ସେ 2 ମାସ ପୂର୍ବରୁ ସେ ଚାଇନାର ଉତ୍ପାଦକମାନଙ୍କୁ ଯେଉଁ ଅର୍ଡର ଦେଇଥିଲେ ସମଗ୍ରୀର ସେ ସବୁ ଅର୍ଡର ବର୍ତ୍ତମାନ ଆସି ମୁମ୍ୱାଇରେ ପହଁଞ୍ଚିଛି, କିନ୍ତୁ ବିମାନବନ୍ଦରରେ ଥିବା କଷ୍ଟମ୍ସ ଅଧିକାରୀମାନେ ପରିବହନ ସାମଗ୍ରୀକୁ କ୍ଲିୟରାନ୍ସ ଦେଉନାହାଁନ୍ତି। ସାମଗ୍ରୀ କାହିଁକି ଅଟକାଇ ଦିଆଯାଇଛି ଏବଂ କେବେ ମୁକ୍ତ କରାଯିବ ତାହା ମଧ୍ୟ କୁହାଯାଉ ନାହିଁ।

ଜୁଜରଙ୍କ ପରି ଚାଇନାର ସାମଗ୍ରୀ ଆମଦାନୀ କରୁଥିବା ଅସଲମ ମାଲକାନି ମଧ୍ୟ ସମାନ ସମସ୍ୟା ଭୋଗୁଥିବା ନେଇ ଜଣାଇଛନ୍ତି । ଚାଇନାରୁ ଆସିଥିବା ସେମାନଙ୍କ ଲକ୍ଷ ଲକ୍ଷ ଟଙ୍କାର ମୂଲ୍ୟର ସାମଗ୍ରୀ କଷ୍ଟମ୍ ବିଭାଗ ନିକଟରେ ଅଟକି ରହିଛି | ମାଲକାନି କହିଛନ୍ତି ଯେ କରୋନା କାରଣରୁ ପୂର୍ବରୁ ବ୍ୟବସାୟ ସମ୍ପୂର୍ଣ୍ଣ ଅଟକି ଯାଇଥିଲା ଏବଂ ବର୍ତ୍ତମାନ ଯେତେବେଳେ ଦୋକାନ ଖୋଲୁଛି, ସାମଗ୍ରୀ ଏହିପରି ଭାବେ ଆସିବା ବନ୍ଦ ହୋଇଯାଇଛି |

ସେହିଭଳି ଚେନ୍ନାଇର କଷ୍ଟମ ବ୍ରୋକର୍ ଆସୋସିଏସନ୍ ମଧ୍ୟ ଏହାର ସମସ୍ତ ସଦସ୍ୟମାନଙ୍କୁ ଏକ ଚିଠି ଲେଖି ଜଣାଇଛି ଯେ ଚୀନରୁ ଆସିଥିବା ସେମାନଙ୍କ ସାମଗ୍ରୀକୁ ବିଳମ୍ବରେ ଛଡା ଯିବ, କାରଣ ଚାଇନାରୁ ଆସୁଥିବା ସାମଗ୍ରୀକୁ ଅଟକ ରଖିବା ଏବଂ ଅଧିକ ଯାଞ୍ଚ କରିବା ପାଇଁ କଷ୍ଟମ୍ସ ବିଭାଗରେ ଏଭଳି ନିର୍ଦ୍ଦେଶ ଦିଆଯାଇଛି।

ଏହି ପରିପ୍ରେକ୍ଷୀରେ, ଯେତେବେଳେ କିଛି ଗଣମାଧ୍ୟମ ପ୍ରତିନିଧୀ କଷ୍ଟମ୍ସ ବିଭାଗ ସହିତ ଯୋଗାଯୋଗ କରିଥିଲେ, ସେମାନଙ୍କ ତରଫରୁ କୌଣସି ସରକାରୀ ବିବୃତ୍ତି ଦିଆଯାଇ ନଥିଲା, କିନ୍ତୁ ଅନୌପଚାରିକ ଭାବରେ କୁହାଯାଇଥିଲା ଯେ ଚୀନ୍‌ର ସାମଗ୍ରୀକି ଅଟକ ରଖିବା ନେଇ ସରକାର କୌଣସି ନିର୍ଦ୍ଦେଶ ଦେଇନାହାଁନ୍ତି । କରୋନା ହେତୁ କର୍ମଚାରୀ ଏବଂ ଅଧିକାରୀମାନେ ସ୍ୱଳ୍ପ ସଂଖ୍ୟାରେ ରହିଥିବାରୁ ସମଗ୍ରୀ କ୍ଲିଅରାନ୍ସ କରିବାରେ ବିଳମ୍ୱ ଲାଗୁଛି, ତେବେ କେବଳ ଚୀନ୍ ନୁହେଁ ଅନ୍ୟ ଦେଶରୁ ମଧ୍ୟ ପରିବହନ ସାମଗ୍ରୀକୁ କ୍ଲିଅରାନ୍ସ ଦେବାରେ ବିଳମ୍ବ ହେଉଛି ବୋଲି ଜଣେ କଷ୍ଟମ ଅଧିକାରୀ ପ୍ରକାଶ କରିଛନ୍ତି |

ଯେତେବେଳେ ଏକ ଗଣମାଧ୍ୟମ ସମସ୍ତ ସାମଗ୍ରୀର ଆମଦାନୀକାରୀ ଏବଂ ବିକ୍ରେତାଙ୍କୁ ପଚାରିଲା ଯେ ଦେଶରେ ଚାଇନିଜ୍ ବିରୋଧୀ ମନୋଭାବ ବଢିଚାଲିଛି ଏବଂ ଏଭଳି ପରିସ୍ଥିତିରେ ସେମାନେ ନିଜ ବ୍ୟବସାୟର ଭବିଷ୍ୟତ କିଭଳି ଦେଖୁଛନ୍ତି ? ପ୍ରାୟ ସମସ୍ତେ କହିଥିଲେ ଯେ ସେମାନେ ଚିନ ସାମଗ୍ରୀ ଅପେକ୍ଷା ଭାରତୀୟ ଉତ୍ପାଦକୁ ଅଧିକ ପସନ୍ଦ କରିବେ। ଏବଂ ବିକ୍ରୟ କରିବାକୁ ମଧ୍ୟ ସେମାନେ ପ୍ରସ୍ତୁତ ଅଛନ୍ତି |

  • Tags:

Subscribe

National International State Sports Entertainment