'ମଲ୍' ଏହି ଶବ୍ଦଟି ଆମେରିକାରୁ ଆସିଛି । ଏବେ ଏହା ଏତେ ଟ୍ରେଣ୍ଡ ପାଲଟିଛି ଯେ , ବଡ ବଡ଼ ସହର ଯେପରିକି ମୁମ୍ବାଇ , ଦିଲ୍ଲୀ , ବେଙ୍ଗାଲୁର ଆଦି ସବୁଆଡେ ଅନେକ ମଲ୍ ଦେଖିବାକୁ ମିଳିଥାଏ । କିନ୍ତୁ ବେଳେ ବେଳେ ମନକୁ ପ୍ରଶ୍ନ ଆସେ କି, ଦୁନିଆର ସବୁଠାରୁ ବଡ଼ ମଲ୍ କେଉଁଠାରେ ଅଛି ? ଆସନ୍ତୁ ଜାଣିବା ... ଦୁନିଆର ସବୁଠାରୁ ବଡ଼ ମଲ୍ ଇରାନରେ ଅଛି ।
ସୂଚନା ଅନୁସାରେ , ଏହି ମଲ୍ ଟି ଇରାନର ତେହେରାନ ଠାରେ ଅବସ୍ଥିତ । ୨୦୧୪ ମସିହାରେ ଏହି ମଲ୍ ଟିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ୨୦୧୮ ମସିହାରେ ଏହି ମଲ୍ ର ନିର୍ମାଣ କାର୍ଯ୍ୟ ପ୍ରଥମ ପର୍ଯ୍ୟାୟରେ ଶେଷ ହୋଇଥିଲା । ୩୧ ବର୍ଗ ମିଟର କ୍ଷେତ୍ରରେ ୭ ମହଲା ବିଶିଷ୍ଟ ଏହି ମଲ୍ । ଏହାର ସମ୍ପୂର୍ଣ୍ଣ ଭିତ୍ତିଭୂମି ୧.୩୫ ନିୟୁତ ବର୍ଗମିଟର । ଏକ ରିପୋର୍ଟ ଅନୁସାରେ , ଏହି ମଲ୍ ଟିକୁ ନିର୍ମାଣ କରିବାକୁ ପ୍ରାୟେ ୧୨୦୦ କଣ୍ଟ୍ରାକ୍ଟରଙ୍କ ସହ ୨୫ ହଜାର ଶ୍ରମିକ ନିଯୋଜିତ ଥିଲେ । ଏହି ମଲ୍ ରେ ପ୍ରାୟେ ୭୦୦ ଟି ଦୋକାନ ରହିଥିବା ବେଳେ ବାରଟି ଆଇମାକ୍ସ ସିନେମା ହଲ ରହିଛି । ଆଉ ଏଠାରେ ଏକ ଥିଏଟର ହଲ ମଧ୍ୟ ରହିଛି , ଯେଉଁଠାରେ ୨ ହଜାରକୁ ଅଧିକ ଲୋକେ ଏଠାରେ ବସିପାରିବେ । ଆଉ ଏଠାରେ ମଧ୍ୟ ଏକ ବଡ ଲାଇବ୍ରେରୀ ଅଛି ଯେଉଁଠାରେ ୪୫ ହଜାରରୁ ଅଧିକ ବହି ଅଛି । ଏହି ମଲ୍ ଏତେ ବଡ କି ଏହାକୁ ଆପଣ ଗୋଟିଏ ଦିନରେ ବୁଲି ଦେଖିପାରିବେ ନାହିଁ ।
ଆଗକୁ ପଢନ୍ତୁ :- UNESCOର ଘୋଷଣା : ବିଶ୍ଵ ଐତିହ୍ୟ ତାଲିକାରେ ଶାନ୍ତିନିକେତନ ବିଶ୍ୱବିଦ୍ୟାଳୟ