୩୦୦୦ ଲିଟର ମଦ ଜବତ କରି ଏହାକୁ କାବୁଲର କେନାଲରେ ଭସାଇଲା ତାଲିବାନ ନୁଆଦିଲ୍ଲୀ, ଜାନୁଆରୀ ୦୩(ଖବର ଓଡ଼ିଶା): Share story: ଦେଶରେ ମଦ ବିକ୍ରି ଉପରେ ରୋକ ଲଗାଇବା ପରେ ବିଭିନ୍ନ ଜାଗାରେ ଚଢାଉ କରିବା ଆରମ୍ଭ କରିଛି ତାଲିବାନ । ରବିବାର ଚଢାଉ କରି ଆଫଗାନିସ୍ତାନ ଗୁଇନ୍ଦା ସଂସ୍ଥା ୩୦୦୦ ଲିଟର ମଦ ଜବତ କରିଛି । ଏହା ସହିତ ସେହି ମଦ ଗୁଡିକୁ ଏକ ନାଳରେ ଭସାଇ ଦେଉଥିବାର ଭିଡିଓ ମଧ୍ୟ ଜାରି କରି ତାଲିବାନ ସୂଚନା ଦେଇଛି ଯେ ମଦ ବିରୋଧି ଚଢାଉ ଦେଶରେ ଜୋରଦାର ହେବ ଏବଂ ମଦ ବ୍ୟବସାୟୀ ମାନେ ସତର୍କ ହୋଇଯାଆନ୍ତୁ । ଆଫଗାନିସ୍ତାନର ଗୁପ୍ତଚର ଏଜେନ୍ସି ଏହି ଭିଡିଓକୁ ରବିବାର ଟ୍ୱିଟରରେ ପୋଷ୍ଟ କରିଛି। ଏହା ସହିତ ଆଫଗାନିସ୍ତାନ ଗୁପ୍ତଚର ଅଧିକାରୀ ଚେତାବନୀ ଦେଇଛନ୍ତି ଯେ ମୁସଲମାନମାନଙ୍କୁ ଦେଶରେ ମଦ୍ୟପାନ ଏବଂ ଯୋଗାଣରୁ ନିବୃତ୍ତ ହେବାକୁ ପଡ଼ିବ। ତାଲିବାନ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ ଏହି ଚଢାଉ ସମୟରେ ତିନିଜଣ ମଦ ବିକ୍ରେତାଙ୍କୁ ଗିରଫ କରାଯାଇଛି। ତାଲିବାନ ନିଜକୁ ଇସଲାମର ଜଣେ ସମର୍ଥକ ବୋଲି ବିବେଚନା କରେ, ତେଣୁ ଏହା ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରୁଛି। ଅଗଷ୍ଟ ୧୫ ରେ ଦେଶର ଶକ୍ତି ଦଖଲ କରିବା ପରେ ଇସଲାମ ସରକାର ମଦ ବିକ୍ରି ବିରୋଧରେ ଦେଶବ୍ୟାପୀ ଗୁଇନ୍ଦା ଅଭିଯାନ ଆରମ୍ଭ କରିଛନ୍ତି। ଖବର ଓଡ଼ିଶା, Reporter, 03/01/2022