ନୂଆଦିଲ୍ଲୀ: ଇରାନରେ ଚାଲିଥିବା ଦେଶବ୍ୟାପୀ ପ୍ରତିବାଦ ମଧ୍ୟରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଧମକ ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଆଶଙ୍କା ସୃଷ୍ଟି କରିଛି। ଟ୍ରମ୍ପ ବାରମ୍ବାର ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଧମକ ଦେଇ ଚାଲିଛନ୍ତି । ଅନ୍ୟପେଟ ତେହେରାନ ଆମେରିକାକୁ ସମର୍ଥନ କରୁଥିବା ପଡ଼ୋଶୀ ଦେଶମାନଙ୍କୁ ଚେତାବନୀ ଦେଇଛି ଯେ ଯଦି ୱାଶିଂଟନ୍ ଆକ୍ରମଣ କରେ ତେବେ ସେମାନେ ମଧ୍ୟପ୍ରାଚ୍ୟରେ ଥିବା ଆମେରିକୀୟ ଘାଟି ଉପରେ ଆକ୍ରମଣ କରିବେ। ଏହି ସମୟରେ, ଭାରତରେ ଇରାନୀ ଦୂତାବାସ କହିଛି ଯେ ଆମେରିକା ଶୁଳ୍କ ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ନିୟମ ଉଲ୍ଲଂଘନ କରିଚାଲିଛି।
ନୀରବତା ବିପଦକୁ ହ୍ରାସ କରେ ନାହିଁ: ଇରାନ
ଇରାନୀ ଦୂତାବାସ ଏକ୍ସରେ ପୋଷ୍ଟ କରି ଲେଖିଛି ଯେ ଆମେରିକା ର ଏକ ପାଖିଆ କାର୍ଯ୍ୟାନୁଷ୍ଠାନ ଦେଶଗୁଡ଼ିକର ନୀରବତା ବିପଦକୁ ହ୍ରାସ କରେ ନାହିଁ, ବରଂ ଏହାକୁ ବୃଦ୍ଧି କରେ। ଇରାନୀ ଦୂତାବାସ କହିଛି, "ଆମେରିକା ବର୍ତ୍ତମାନ ବିଶ୍ୱର ଅନେକ ଦେଶ ବିରୋଧରେ ଏକପାଖିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି, ଯେଉଁଥିରେ ଅନୁଚିତ ଶୁଳ୍କ ଲାଗୁ କରିବା ଏବଂ ୬୬ଟି ଅନ୍ତର୍ଜାତୀୟ ପ୍ରତିଷ୍ଠାନରୁ ଓହରିଯିବା ଅନ୍ତର୍ଭୁକ୍ତ। ଏହା କରି, ଆମେରିକା ବିଶ୍ୱକୁ ବିଶ୍ୱ ନିୟମ ଭାଙ୍ଗିବା ଆଡ଼କୁ ଠେଲି ଦେଇଛି। ଦେଶଗୁଡ଼ିକର ନୀରବତା ଏବଂ ନିଷ୍କ୍ରିୟତା ଏହି ବିପଦଗୁଡ଼ିକୁ ହ୍ରାସ କରେ ନାହିଁ, ବରଂ ଏହାକୁ ଆହୁରି ତୀବ୍ର କରେ।" ଏହି ନୀତିଗୁଡ଼ିକ ଶୀଘ୍ର କିମ୍ବା ବିଳମ୍ବରେ ସମସ୍ତ ଦେଶ ପାଇଁ ନକରାତ୍ମକ ପରିଣାମ ଆଣିବ ।
ଇରାନର ବୈଦେଶିକ ମନ୍ତ୍ରୀ ସେୟଦ ଆବାସ ଆରାଘଚି ଟ୍ୱିଟରରେ ପୋଷ୍ଟ କରିଛନ୍ତି, "ଇସ୍ରାଏଲ ସବୁବେଳେ ଆମେରିକାକୁ ନିଜ ପକ୍ଷରେ ଯୁଦ୍ଧରେ ଟାଣିବାକୁ ଚେଷ୍ଟା କରିଛି, କିନ୍ତୁ ଆଶ୍ଚର୍ୟ୍ୟଜନକ ଭାବରେ, ଏଥର ସେମାନେ ଖୋଲାଖୋଲି ଯୁଦ୍ଧର ଧମକ ଦେଉଛନ୍ତି। ଆମ ରାସ୍ତାରେ ରକ୍ତ ବହିଯାଉଛି, ଏବଂ ଇସ୍ରାଏଲ ଖୋଲାଖୋଲି ଭାବରେ ଦାବି କରୁଛି ଯେ ସେ ପ୍ରଦର୍ଶନକାରୀଙ୍କୁ ପ୍ରକୃତ ଅସ୍ତ୍ରଶସ୍ତ୍ର ଯୋଗାଇଛି, ଏବଂ ଏହା ଶହ ଶହ ଲୋକଙ୍କ ମୃତ୍ୟୁର କାରଣ। ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏବେ ଜାଣିବା ଉଚିତ ଯେ ହତ୍ୟାକାଣ୍ଡ ବନ୍ଦ କରିବା ପାଇଁ ଏବେ କଣ କରିବେ ।
Also read: ଟ୍ରମ୍ପ ଦେଲେ ବଡ଼ ଝଟକା, ରୁଷ-ଇରାନ ସମେତ ୭୫ ଦେଶର ଲୋକଙ୍କୁ ଆମେରିକାରେ ନୋ ଏଣ୍ଟ୍ରି