ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗୁରୁବାର ସାଉଦି ଆରବର କ୍ରାଉନ ପ୍ରିନ୍ସ ମହମ୍ମଦ ବିନ ସଲମାନଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି । ଉଭୟଙ୍କ ମଧ୍ୟରେ ରୁଷ-ୟୁକ୍ରେନ ମଧ୍ୟରେ ଶାନ୍ତି ସ୍ଥାପନା ପ୍ରସଙ୍ଗରେ ଆଲୋଚନା ହୋଇଛି । ଏହି ସମୟରେ ରୁଷ ରାଷ୍ଟ୍ରପତି ରୁଷ ଓ ଆମେରିକା ମଧ୍ୟରେ ସମ୍ବନ୍ଧକୁ ସ୍ୱାଭାବିକ କରିବା ନେଇ ସାଉଦି ଆରବର ମଧ୍ୟସ୍ଥତା ଉପରେ ମଧ୍ୟ କଥାବାର୍ତ୍ତା ହୋଇଛନ୍ତି ।
କ୍ରେମଲିନ ପକ୍ଷରୁ ଜାରି ବୟାନ ଅନୁଯାୟୀ, ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଫେବୃଆରୀ ମାସରେ ରୁଷ ଓ ଆମେରିକାର ରାଷ୍ଟ୍ରଦୂତଙ୍କ ମଧ୍ୟରେ ଆଲୋଚନାର ଆୟୋଜନ କରାଇଥିବା ସାଉଦି ଆରବର ମଧ୍ୟସ୍ଥତା ପାଇଁ ସାଉଦି କ୍ରାଉନ ପ୍ରିନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି । ଅନ୍ୟପଟେ ଶୁକ୍ରବାର ସାଉଦି କ୍ରାଉନ ପ୍ରିନ୍ସ ରୁଷ ରାଷ୍ଟ୍ରପତିଙ୍କୁ କହିଛନ୍ତି ଯେ, ତାଙ୍କ ସରକାର ସକରାତ୍ମକ ଆଲୋଚନା ଓ ୟୁକ୍ରେନ ସଙ୍କଟ ମଧ୍ୟରେ ରାଜନୈତିକ ସମାଧାନର ସମର୍ଥନ କରିବା ନେଇ ପ୍ରତିବନ୍ଧ ।