ନୂଆଦିଲ୍ଲୀ: ଆମେରିକାର କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲସରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୦୦ରୁ ଅଧିକ କୋଠା ପୋଡ଼ି ପାଉଁଶ ହୋଇଯାଇଛି। ଲସ୍ ଆଞ୍ଜେଲସ୍କୁ ହଲିଉଡ୍ ସେଲିବ୍ରିଟିମାନଙ୍କର ଘର ବୋଲି ବିବେଚନା କରାଯାଏ। ଏଭଳି ସ୍ଥିତିରେ ଏହା ଓଲିଉଡ ପାଇଁ ମଧ୍ୟ ଏକ ବଡ଼ କ୍ଷତି ବୋଲି ବିବେଚନା କରାଯାଉଛି। ଅଗ୍ନିକାଣ୍ଡ ଯୋଗୁଁ ହଜାର ହଜାର ଲୋକ ଘର ଓ ଦୋକାନ ଛାଡ଼ି ପଳାଇଛନ୍ତି। କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ ନିଭସମ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ହଲିଉଡ୍ ଷ୍ଟାର ପ୍ୟାରିସ୍ ହିଲ୍ଟନ୍ଙ୍କ ଘରେ ମଧ୍ୟ ନିଆଁ ଲାଗିଯାଇଛି। ପ୍ୟାରିସ ହିଲଟନ୍ ମାଲିବୁରେ ଥିବା ତାଙ୍କ ଘରକୁ ଲାଇଭ୍ ଟିଭିରେ ଜଳିଯାଇଥିବା ଦେଖିଛନ୍ତି।
ପ୍ୟାରିସ୍ ହିଲ୍ଟନ୍ ଏହି ଭିଡିଓକୁ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିବା ସହ ଏକ ଲମ୍ବା ପୋଷ୍ଟ ମଧ୍ୟ ଲେଖିଛନ୍ତି। ଏହି ପୋଷ୍ଟରେ ପ୍ୟାରିସ୍ ହିଲଟନ୍ ଏହି ଘର ସହ ଜଡ଼ିତ ନିଜର ସ୍ମୃତିକୁ ଶେୟାର କରିଛନ୍ତି ଏବଂ କହିଛନ୍ତି ଯେ ଏସବୁ ଦେଖିବା ପରେ ତାଙ୍କ ହୃଦୟ ଭାଙ୍ଗି ଯାଇଛି। ସେ ଏକ କାନ୍ଦୁଥିବା ଇମୋଜି ମଧ୍ୟ ଲଗାଇଛନ୍ତି, ଯେଉଁଥିରେ ଦର୍ଶାଯାଇଛି ଯେ ଏହି ଦୁର୍ଘଟଣା ଯୋଗୁଁ ସେ ଭିତରୁ ଭାଙ୍ଗି ପଡ଼ିଛନ୍ତି।
୪୩ ବର୍ଷୀୟ ପ୍ୟାରିସ୍ ହିଲ୍ଟନ୍ ଏକ୍ସରେ ତାଙ୍କ କାର୍ ପଛରେ କୁକୁର ବସିଥିବାର ଏକ ଭିଡିଓ ସେୟାର କରିଛନ୍ତି। ଏହି ବିପଜ୍ଜନକ ପରିସ୍ଥିତିରୁ ବାହାରି ହୋଟେଲକୁ ଯିବା ପାଇଁ ହିଲ୍ଟନ୍ ଜିନିଷ ପ୍ୟାକିଂ କରୁଥିଲେ। କ୍ଲିପ୍ରେ ତାଙ୍କ ସମସ୍ତ ଗୃହପାଳିତ ପଶୁଙ୍କୁ ପଛ ସିଟରେ ଏକାଠି ଦେଖିବାକୁ ମିଳୁଛି। ସେ ତାଙ୍କ ଗୃହପାଳିତ ପଶୁଙ୍କୁ ଖୋଜିବା ପାଇଁ ତାଙ୍କ ଘର ଚାରିପଟେ ଦୌଡୁଥିବା ସ୍ପଷ୍ଟ କରିଛନ୍ତି। ପ୍ୟାରିସ୍ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, "ମୋର ସମସ୍ତ ପିଲାଙ୍କ ସହ ମୋ ଘର ଖାଲି କରିଛି।
ଅଧିକ ପଢ଼ନ୍ତୁ: ହଲିଉଡ୍ ହିଲ୍ସରେ ୧୦୦୦ରୁ ଅଧିକ କୋଠା କ୍ଷତିଗ୍ରସ୍ତ