ଖବର ଓଡିଶା : 20/05/2023:
ଜାପାନରେ ମୋଦୀଙ୍କୁ ଭେଟିଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି । ହିରୋସୀମାରେ ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ଋଷ- ୟୁକ୍ରେନ ଯୁଦ୍ଧ ମଧ୍ୟରେ ପ୍ରଥମ ଥର ଉଭୟ ଦେଶର ନେତା ଭେଟଘାଟ ହୋଇଛନ୍ତି । ଏହି ବୈଠକ ବେଳେ ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ମଧ୍ୟ ଉପସ୍ଥିତ ଅଛନ୍ତି ।
ଜି-୭ ବୈଠକ ପାଇଁ ଉଭୟ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନ୍ସ୍କିଙ୍କୁ ନିମନ୍ତ୍ରଣ କରାଯାଇଥିଲା । ଏହି ବୈଠକ ଅବସରରେ ଅନ୍ୟ ବିଶ୍ୱ ନେତାଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ମୋଦୀ । ତେବେ ୟୁକ୍ରେନ-ରୁଷିଆ ଯୁଦ୍ଧ ପରେ ଜି-୭ବୈଠକରେ ଜେଲେନ୍ସ୍କି ଓ ମୋଦୀଙ୍କ ମଧ୍ୟରେ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ ମଧ୍ୟ ପୂର୍ବରୁ ମୋଦୀ ଅନେକ ଥର ଫୋନ ଯୋଗେ ଜେଲେନସ୍କିଙ୍କ ସହ ଆଲୋଚନା କରିଥିଲେ ।