ପାକିସ୍ତାନୀ ଆତଙ୍କବାଦୀ ଲଶ୍କର-ଏ-ତାଇବା (ଲେଟି) ର ଅନ୍ୟତମ ପ୍ରମୁଖ ନେତା ମୁଫତି କାଇସର ଫାରୁକକୁ କରାଚିରେ ଜଣେ ଅଜ୍ଞାତ ବ୍ୟକ୍ତି ଦ୍ୱାରା ଗୁଳି ଚଳାଇ ହତ୍ୟା କରାଯାଇଛି ବୋଲି ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶ ପାଇଛି । କୁଖ୍ୟାତ ଆତଙ୍କୀ ମୁଫ୍ତି କୈସର୍ ଫାରୁକ କରାଚୀରେ ଗୁଳି କରି ହତ୍ୟା କରାଯାଇଛି । 26/11 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ହାଫିଜ ସଇଦଙ୍କ ଘନିଷ୍ଠ ସହଯୋଗୀମାନଙ୍କ ମଧ୍ୟରୁ କାଇସର ଫାରୁକ୍ ଅନ୍ୟତମ ଥିଲା। ପାକିସ୍ତାନର ଏକ ଖବରକାଗଜ ସୂତ୍ରରୁ ପ୍ରକାଶ ଯେ ଶନିବାର ଦିନ ସାମନାବାଦ ଅଞ୍ଚଳରେ ଏକ ଧାର୍ମିକ ଅନୁଷ୍ଠାନ ନିକଟରେ 30 ବର୍ଷିୟ କାଇସର ଫାରୁକଙ୍କୁ “ଟାର୍ଗେଟରେ ଆକ୍ରମଣ” କରାଯାଇଥିଲା। ଚାଲି ଚାଲି ଯାଉଥିବା ସମୟରେ ଗୁଳି କରାଯାଇଛି, ଆଉ ସେହିଠାରେ ହିଁ ଟଳିପଡିଛି ଫାରୁକ। ଏହି ସମୟର ସିସିଟିଭି ଭିଡିଓ ସାମ୍ନାକୁ ଆସିଛି। ପିଠିରେ ଗୁଳି ବାଜିଥିବା ଫାରୁକଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ଫାରୁକଙ୍କୁ ହତ୍ୟା କରାଯାଇଛି ବୋଲି ଦାବି କରାଯାଇଥିବା ସିସିଟିଭି ଫୁଟେଜ ସୋସିଆଲ ମିଡିଆରେ ପ୍ରସାରିତ ହେଉଛି।
ମୁଫତି କୈସର୍ ଫାରୁକ୍ ଭାରତ ବିରୋଧୀ ପାକିସ୍ତାନୀ ଆତଙ୍କବାଦୀ ସଂଗଠନ 'ଲଶ୍କର-ଏ-ତାଇବା' ର ସହ-ପ୍ରତିଷ୍ଠାତା ଥିଲା। ଏଥିସହ ଲଶ୍କର ମୁଖ୍ୟ ହାଫିଜ ସଇଦର ମଧ୍ୟ ଘନିଷ୍ଠ ଥିଲା। ମୁମ୍ବାଇରେ 26/11 ଆତ୍ମଘାତୀ ବିସ୍ଫୋରଣର ମାଷ୍ଟରମାଇଣ୍ଡ ହାଫିଜ ସଇଦର ସହଯୋଗୀ ଭାବେ କାର୍ଯ୍ୟ କରିଥିଲା ଫାରୁକ। ତା'ର ମୃତ୍ୟୁ ପରେ ହାଫିଜ ସଙ୍ଗଠନ ଦୁର୍ବଳ ହେବା ନିଶ୍ଚିତ। ଏହି ଆକ୍ରମଣରେ ଜଣେ 10 ବର୍ଷର ବାଳକ ମଧ୍ୟ ଆହତ ହୋଇଛି।