ଜାପାନ: ସାଧାରଣତଃ ୱାଂଶିମେସିନ କହିଲେ ଆମେ ଯେଉଁଥିରେ ଲୁଗା ସଫା କରିଥାଉ, ତାହାକୁ ବୁଝିଥାଉ । ହେଲେ ନିକଟରେ ଟୋକ୍ନୋଲୋଜୀ କ୍ଷେତ୍ରରେ ବିଶ୍ୱର ସବୁଠୁ ଆଡଭାନ୍ସ ଦେଶ ପାଲଟିଥିବା ଜାପାନ୍ ଏକ ହ୍ୟୁମାନ୍ ୱାଂସି ମେସିନର ଆବିଷ୍କାର କରିଛନ୍ତି, ଯାହାଦ୍ୱାରା ଆମେ ମଣିଷକୁ ବି ସଫା କରିପାରିବା । ମାତ୍ର ୧୫ ମିନିଟରେ ମୁଣ୍ଡରୁ ଗୋଡ ଯାଏ ସମ୍ପୂର୍ଣ୍ଣ କରି ସଫା କରି ପୂରା ଚକାଚକ୍ କରିପାରିବ ଏହି ମେସିନ୍ । ତେବେ ଏହି ମେସିନ୍ଟି ସମ୍ପୂର୍ଣ୍ଣ ଭାବେ ଏଆଇ ଦ୍ୱାରା ପରିଚାଳିତ ହେବ । ପ୍ରଥମେ ଏଆଇ ସାହାର୍ଯ୍ୟରେ ମଣିଷ ଶରୀରକୁ ବିଶ୍ଲେଷଣ କରିବ ଓ ଆବଶ୍ୟକ ମୁତାବିକ ଏହାକୁ ସଫା କରିବ ।
ଏହି ହ୍ୟୁମାନ୍ ମେସିନର ନାଁ ହେଉଛି ମିରାଇ ନିନ୍ଜେନ୍ ସେଣ୍ଟାକୁକି । ଯେଉଁଥିରେ ମଣିଷ ସ୍ପା ଭଳି ଅନୁଭବ ପାଇପାରିବ । ଏଥିରେ ଆଡଭାନ୍ସ ଟୋକ୍ନୋଲୋଜୀ ରହିଛି । ୱାଟର ଜେଟ୍ , ମାଇକ୍ରୋସ୍କୋପିକ୍ ଏୟାର ବବଲ୍ସ ଭଳି ବ୍ୟବସ୍ଥା ଏହି ହ୍ୟୁମାନ୍ ୱାଂଶିମେସିନ୍ ରହିଥିବାରୁ ଏହା ମଣିଷର ଶରୀରର ମଇଳାକୁ ସଫା କରିବାକୁ ସକ୍ଷମ । ନିର୍ମାତାଙ୍କ କହିବା ମୁତାବିକ ଏହି ମେସିନ୍ କେବଳ ଯେ ମଣିଷ ଶରୀରର ତ୍ୱଚାକୁ ସଫା କରିବ ତାହା ନୁହେଁ ଏଥିସହ ମସ୍ତିସ୍କକୁ ମଧ୍ୟ ରିଲାକ୍ସ ରଖିପାରିବ ।
ଜାପାନ ପକ୍ଷରୁ ଖୁବଶୀଘ୍ର ଏହି ମେସିନ୍ ପ୍ରଦର୍ଶିତ କରାଯିବ । ତେବେ ପ୍ରଦର୍ଶନରେ ହଜାର ହଜାର ଲୋକେ ଏହାକୁ ବ୍ୟବହାର କରିବାକୁ ଯାଉଛନ୍ତି । ତେବେ ପ୍ରକୃତରେ ଏହି ମେସିନ୍ କେତେ ମାତ୍ରାରେ ମଣିଷ ଉପକାର ହେବ, ତାହା ଖୁବ୍ଶୀଘ୍ର ଜଣାପଡିବ।