ୱାଶିଂଟନ ଡିସି: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆସନ୍ତା ଜାନୁଆରୀ ୨୦ରେ ଶପଥ ଗ୍ରହଣ କରିବେ। ଏହି ସମାରୋହରେ ଯୋଗ ଦେବା ପାଇଁ ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ନିମନ୍ତ୍ରଣ କରିଛନ୍ତି। ଜାତୀୟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇଛି।
ରିପୋର୍ଟ ଅନୁଯାୟୀ, ନିର୍ବାଚନର କିଛି ସମୟ ପରେ ଟ୍ରମ୍ପ ନଭେମ୍ବର ପ୍ରାରମ୍ଭରେ ଜିନପିଙ୍ଗଙ୍କୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ଚୀନ ରାଷ୍ଟ୍ରପତି ଏହି ନିମନ୍ତ୍ରଣକୁ ଗ୍ରହଣ କରିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ୱାଶିଂଟନରେ ଥିବା ଚୀନ୍ ଦୂତାବାସର ମୁଖପାତ୍ର ତୁରନ୍ତ କୌଣସି ମନ୍ତବ୍ୟ ଦେଇନାହାନ୍ତି।
ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଦଳ ଜାନୁଆରୀରେ କ୍ୟାପିଟାଲ ହାଉସରେ ଅନେକ ବିଶ୍ୱ ନେତାଙ୍କୁ ଆୟୋଜନ କରିବାକୁ ଯାଉଛି। ଟ୍ରମ୍ପଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରଖିଥିବା ଏବଂ ଚଳିତ ସପ୍ତାହରେ ମାର୍-ଏ-ଲାଗୋରେ ତାଙ୍କୁ ସାକ୍ଷାତ କରିଥିବା ହଙ୍ଗେରି ପ୍ରଧାନମନ୍ତ୍ରୀ ଭିକ୍ଟର ଓର୍ବାନ୍ ଏଥିରେ ଯୋଗଦେବେ କି ନାହିଁ ସେ ନେଇ ଏବେ ବି ବିଚାର କରୁଛନ୍ତି। ଟ୍ରମ୍ପଙ୍କ ମୁଖପାତ୍ର କାରୋଲିନ୍ ଲିଭିଟ୍ କହିଛନ୍ତି, ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଭେଟିବା ପାଇଁ ବିଶ୍ୱ ନେତାମାନେ ଧାଡ଼ି ବାନ୍ଧିଛନ୍ତି। କାରଣ ସେମାନେ ଜାଣନ୍ତି ଯେ ସେ ଖୁବ୍ ଶୀଘ୍ର କ୍ଷମତାକୁ ଫେରିବେ ଏବଂ ଆମେରିକୀୟ ଶକ୍ତି ବଳରେ ସମଗ୍ର ବିଶ୍ୱରେ ଶାନ୍ତି ଫେରାଇ ଆଣିବେ।
ନିକଟରେ ଟ୍ରମ୍ପ ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିବାକୁ ଧମକ ଦେଇ କହିଛନ୍ତି ଯେ ଟ୍ରମ୍ପଙ୍କ ଶପଥ ଗ୍ରହଣ ପୂର୍ବରୁ ଆମେରିକା ସରକାର ଟିକ୍ ଟକ୍ ର ଚୀନ୍ ମୂଳ କମ୍ପାନୀ ବାଇଟ୍ ଡ୍ୟାନ୍ସକୁ ସୋସିଆଲ ମିଡିଆ ଆପ୍ ବିକ୍ରି କରିବାକୁ କିମ୍ବା ଆମେରିକାରେ ପ୍ରତିବନ୍ଧକ ଲଗାଇବା ପାଇଁ ଜାନୁଆରୀ ୧୯ ତାରିଖ ପର୍ଯ୍ୟନ୍ତ ସମୟ ସୀମା ଧାର୍ଯ୍ୟ କରିଛନ୍ତି। ସିବିଏସ୍ ନ୍ୟୁଜ୍ ଅନୁଯାୟୀ, ଟିକ୍ ଟକ୍ ବର୍ତ୍ତମାନ ଏହି ନିଷେଧାଦେଶ ବିରୋଧରେ ଅଦାଲତରେ ଲଢ଼େଇ କରୁଛି, ଗତ ସପ୍ତାହରେ ନିଷେଧାଦେଶକୁ ରୋକିବା ପାଇଁ ପ୍ରୟାସ ହାରିବା ପରେ ଏହି ମାମଲାକୁ ସୁପ୍ରିମକୋର୍ଟରେ ଆବେଦନ କରୁଛି।
ସୂଚନାଯୋଗ୍ୟ, ଏକ ଐତିହାସିକ ରାଜନୈତିକ ପ୍ରତ୍ୟାବର୍ତ୍ତନରେ ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ୨୯୫ ଇଲେକ୍ଟୋରାଲ ଭୋଟ୍ ହାସଲ କରି ଡେମୋକ୍ରାଟିକ୍ ପ୍ରତିଦ୍ୱନ୍ଦ୍ୱୀ କମଳା ହାରିସଙ୍କୁ ପରାସ୍ତ କରି ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଭାବରେ ଦ୍ବିତୀୟ ଥର ପାଇଁ ବିଜୟୀ ହୋଇଥିଲେ।
ଅଧିକ ପଢ଼ନ୍ତୁ: ଆସାମ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା