ନୂଆଦିଲ୍ଲୀ, ଜୁଲାଇ ୨୪ (ଖବର ଓଡ଼ିଶା): ୧୯୨୧ହଭ ୧୯୨୭ ମଧ୍ୟରେ ପୁରୁଣା ସଂସଦ ଭବନର ନିର୍ମାଣ ହୋଇଥିଲା । ନୂଆ ସଂସଦ ଭବନ ୬୪ହଜାର ବର୍ଗ ମିଟରରେ ବିସ୍ତୃତ ହୋଇଛି, ଯାହାକି ବର୍ତ୍ତମାନର କୋଠାଠାରୁ ୧୭ହଜାର ବର୍ଗ ମିଟର ଅଧିକ । ଲୋକସଭାର ଆକାର ବର୍ତ୍ତମାନ ଗୃହଠାରୁ ପାଖାପାଖି ୩ ଗୁଣ । ଲୋକସଭାରେ ୮୮୮ ସଦସ୍ୟଙ୍କ ପାଇଁ ଆସନ ହେବ । ସେହିପରି ରାଜ୍ୟସଭାରେ ୩୨୬ ଆସନ ହେବ । ସଂଯୁକ୍ତ ଗୃହରେ ୧୨୨୪ ସଦସ୍ୟ ଏକତ୍ର ବସିପାରିବେ । ଏହି କାହାଣୀ ଏଥି ପାଇଁ କୁହାଯାଉଛି ଯେ, ରାଷ୍ଟ୍ରପତି ରାମାନଥ କୋବିନ୍ଦ ବୋଧେ ଶେଷ ରାଷ୍ଟ୍ରପତି ହୋଇଛନ୍ତି, ଯିଏକି ଏହି ସଂସଦ ଭବନ (ପୁରୁଣା) ରୁ ବିଦାୟ ନେଇଛନ୍ତି ।
ସଂସଦ ଭବନର ନୂଆ କୋଟା ସେଣ୍ଟ୍ରାଲ ଭିସ୍ତା ପ୍ରକଳ୍ପ ଖୁବ ଶୀଘ୍ର ଶେଷ ହେବ । କିଛି ବିଭାଗ ନୂଆ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଏହା ପୂର୍ବ ତୁଳନାରେ ଭବ୍ୟ ଓ ସୁନ୍ଦର । ରାଷ୍ଟ୍ରପତି ରାମାନଥ କୋବିନ୍ଦ ଅନ୍ତିମ ରାଷ୍ଟ୍ରପତି ହେବେ, ଯାହାଙ୍କର ବିଦାୟ ଏହି ସଂସଦରୁ ହୋଇଛି, ଯେଉଁଠାରେ ପୁରୁଣା ରାଷ୍ଟ୍ରପତିଙ୍କ ବିଦାୟ ହୋଇଛି । ୱିଲିୟମ ମାଉଣ୍ଟବେଟେନ ଙ୍କ ଠାରୁ ଆରମ୍ଭ କରି ରାମାନଥ କୋବିନ୍ଦ ଭାରତର ବର୍ତ୍ତମାନ ସଂସଦ ରାଷ୍ଟ୍ରପତିଙ୍କୁ ବିଦାୟ ଦେଇଥିଲା । ଏବେ ଦ୍ରୌପଦୀ ମୁର୍ମୁ ତାଙ୍କର କାର୍ଯ୍ୟକାଳ ଶେଷ କରିବା ପରେ ୨୦୨୭ ଜୁଲାଇରେ ଯେତେବେଳେ ବିଦାୟ ନେବେ ସେହି ସମୟରେ ନୂଆ ସଂସଦ ଭବନ ଦେଶରେ ପ୍ରସ୍ତୁତ ହୋଇସାରିଥିବ । ଯାହା ଆଶା କରାଯାଉଛି ଦ୍ରୌପଦୀଙ୍କ ବିଦାୟ ନୂଆ ସଂସଦ ଭବନରୁ ହେବ ।