ଇତିହାସ ରଚିଲା RRR : 'ନାଟୁ ନାଟୁ' କୁ ମିଳିଲା ଓସ୍କାର
Khabar Odisha:Naatu-Naatu-won-the-Oscar-for-Best-Original-Song
ଖବର ଓଡିଶା : 13/03/2023

ଇତିହାସ ରଚିଲା ଭାରତୀୟ ଫିଲ୍ମ 'RRR'। ଓସ୍କାର ପୁରସ୍କାର ହାତେଇଲା ଏସ୍‌ଏସ୍ ରାଜାମୌଲିଙ୍କ ଫିଲ୍ମ ଆର୍‌ଆର୍‌ଆର୍। ଭାରତୀୟ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌’ର ‘ନାଟୁ ନାଟୁ’ ଗୀତ ୯୫ତମ ‘ଏକାଡେମି ଆୱାର୍ଡସ୍‌’ରେ ‘ବେଷ୍ଟ୍‌ ଅରିଜିନାଲ୍‌ ସଙ୍ଗ୍‌’ ବର୍ଗରେ ‘ଓସ୍କାର୍‌’ ବିଜୟୀ ହୋଇଛି। ଏହି ବର୍ଗରେ ପ୍ରଥମ ଥର ପାଇଁ ଓସ୍କାର ଜିଣି ନାଟୁ ନାଟୁ ଭାରତକୁ ଗର୍ବିତ କରିଛି । ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶକ ଏମଏମ କିରୱାନୀ ହୋଇଥିବା ବେଳେ କୋରିଓଗ୍ରାଫର ଥିଲେ ପ୍ରେମ ରକ୍ଷିତ । ଗୀତ ରଚନା କରିଛନ୍ତି ରିୟା ମୁଖାର୍ଜୀ ଓ ଗୀତଟିକୁ ଗାଇଛନ୍ତି ବିଶାଳ ମିଶ୍ର ଓ ରାହୁଲ ଶିପଲିଗୁଞ୍ଜ । ନାଟୁ ନାଟୁ ଗୀତକୁ ପୁରସ୍କାର ମିଳିବା ଘୋଷଣା ବେଳକୁ ପୁରା ଡୋଲବୀ ଥିଏଟର ଖୁସିରେ ଝୁମିଯାଇଥିଲା। ଗୀତକୁ ମ୍ୟୁଜିକରେ ସଜାଇଥିବା ନିର୍ଦ୍ଦେଶକ ଏମଏମ କିରୱାନୀ ପୁରସ୍କାର ଗ୍ରହଣ କରିଛନ୍ତି । ଏସ୍.ଏସ୍ ରାଜାମୌଲିଙ୍କ ନିର୍ଦ୍ଦେଶିତ ଫିଲ୍ମ ‘RRR’ ବିଶ୍ୱ ସ୍ତରରେ ୧,୨୦୦ କୋଟି ଟଙ୍କା ବ୍ୟବସାୟ କରିଛି। ରିଲିଜ୍‌ ପୂର୍ବରୁ ଓ ରିଲିଜ୍‌ ପରେ ଏହାକୁ ଦେଖିବା ପାଇଁ ଫ୍ୟାନ୍ସଙ୍କ ମଧ୍ୟରେ ଜବରଦସ୍ତ ଉତ୍କଣ୍ଠା ଦେଖିବାକୁ ମିଳିଥିଲା। ତେଲୁଗୁ, ତାମିଲ, ମାଲାୟଲମ୍, କନ୍ନଡ଼ ଓ ହିନ୍ଦୀକୁ ମିଶାଇ ସାରା ଦେଶର ୩ ହଜାରରୁ ଅଧିକ ସ୍କ୍ରିନରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ଏହା ପୂର୍ବରୁ ‘ନାଟୁ ନାଟୁ’ ଗୀତକୁ ଗୋଲ୍‌ଡେନ୍‌ ଗ୍ଲୋବସ୍ ଆୱାର୍ଡ ମିଳିଥିଲା।  ସେହିପରି ବେଷ୍ଟ ଡକ୍ୟୁମେଣ୍ଟ ଶର୍ଟ ଫିଲ୍ମ ଶ୍ରେଣୀରେ ପୁରସ୍କାର ହାତେଇଲା ‘ଦ ଏଲିଫ୍ୟାଣ୍ଟ ହ୍ୱିସ୍‌ପର୍ସ’। ସମସ୍ତଙ୍କ ପଛରରେ ପକାଇ ବାଜି ମାରିଲା ଏହି ଫିଲ୍ମ। ଚଳିତ ବର୍ଷ ଓସ୍କାର ପାଇଁ ଭାରତର ତିନୋଟି ଫିଲ୍ମ ନମିନେଟ୍ ହୋଇଥିଲା। ଯେଉଁଥିରେ ଶର୍ଟ ଫିଲ୍ମ କ୍ୟାଟେଗୋରୀରେ ଏହି ଫିଲ୍ମ ସାମିଲ ଥିଲା।

Subscribe

National International State Sports Entertainment