ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଦୁଇ ଦିନିଆ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଗସ୍ତରେ ଥିବା ବେଳେ ଆବୁଧାବିରେ ପ୍ରଥମ ହିନ୍ଦୁ ମନ୍ଦିରର ଉଦଘାଟନ କରିବେ। ଏହି ସମୟରେ ରାଷ୍ଟ୍ରପତି ଶେଖ୍ ମହମଦ ବିନ୍ ଜାୟେଦ ଅଲ ନାହୟାନ୍ଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ।
ଭାରତରେ ୟୁଏଇର ରାଷ୍ଟ୍ରଦୂତ ଅବଦୁଲ ନାସିର ଅଲଶାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୟୁଏଇ ଗସ୍ତକୁ ଦ୍ୱିପାକ୍ଷିକ ସମ୍ପର୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବର୍ଣ୍ଣନା କରି ଏହା ରଣନୀତିକ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବ ବୋଲି ମତ ବ୍ୟକ୍ତ କରିଛନ୍ତି। ତେବେ ଅଲଶାଲି କହିଛନ୍ତି, “ ମୋଦୀଙ୍କ ଏହି ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଭାରତ-ୟୁଏଇ ସମ୍ପର୍କକୁ ମଜବୁତ୍ କରିବା ଦୃଷ୍ଟିରୁ ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମେ ଭାଗ୍ୟବାନ୍ ଯେ ପ୍ରଧାନମନ୍ତ୍ରୀ (ମୋଦୀ) ବିଶ୍ୱ ସରକାର ସମ୍ମିଳନୀରେ ଆମର ଅତିଥି ହେବାକୁ ଏବଂ BAPS ମନ୍ଦିରର ଉଦଘାଟନ କରିବାକୁ ୟୁଏଇକୁ ଆସିବେ। ମୁଁ ନିଶ୍ଚିତ ଯେ ଏହି ପରିଦର୍ଶନ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବ। ”
ଅଧିକ ପଢନ୍ତୁ: ଆସନ୍ତାକାଲି କାତାର ଯିବେ ପ୍ରଧାନମନ୍ତ୍ରୀ