ୱାଶିଂଟନ: ଆମେରିକାରେ ରାଷ୍ଟ୍ରପତି ପଦ ଛାଡିବା ପୂର୍ବରୁ ବାଇଡେନ ଏକ ବଡ ନିଷ୍ପତି ନେଇଛନ୍ତି। ଜୋ ବାଇଡେନ୍ ରବିବାର ରାତିରେ ପୁଅ ହଣ୍ଟରଙ୍କୁ କ୍ଷମା କରିବା ସହ ସମ୍ଭାବ୍ୟ ଜେଲ୍ ଦଣ୍ଡାଦେଶରୁ ମୁକ୍ତି ଦେଇଛନ୍ତି। ଏହି ନିଷ୍ପତ୍ତି ଦ୍ୱାରା ବାଇଡେନ ତାଙ୍କ ପରିବାରର ସଦସ୍ୟଙ୍କ ହିତ ପାଇଁ ରାଷ୍ଟ୍ରପତି କ୍ଷମତା ବ୍ୟବହାର ନ କରିବାକୁ ଦେଇଥିବା ପୂର୍ବ ପ୍ରତିଶ୍ରୁତିକୁ ପ୍ରତ୍ୟାହାର କରିଛନ୍ତି।
ବାଇଡେନ୍ ଏକ ବିବୃତ୍ତିରେ କହିଛନ୍ତି, ଆଜି ମୁଁ ମୋ ପୁଅ ହଣ୍ଟରଙ୍କୁ କ୍ଷମା କରିଛି। ମୁଁ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ପରଠାରୁ, ମୁଁ କହିଛି ଯେ ମୁଁ ନ୍ୟାୟ ବିଭାଗର ନିଷ୍ପତ୍ତିରେ ହସ୍ତକ୍ଷେପ କରିବି ନାହିଁ, ଏବଂ ମୁଁ ମୋର ପ୍ରତିଶ୍ରୁତି ପାଳନ କରିଛି।
ମୋ କ୍ୟାରିୟରରେ ମୁଁ ଗୋଟିଏ ସରଳ ନୀତି ଅନୁସରଣ କରିଛି। କେବଳ ଆମେରିକୀୟ ଲୋକଙ୍କୁ ସତ କୁହନ୍ତୁ। ସେମାନେ ନିରପେକ୍ଷ ରହିବେ। ମୁଁ ନ୍ୟାୟ ବ୍ୟବସ୍ଥାରେ ବିଶ୍ୱାସ କରେ ଏବଂ ଏହା ବାସ୍ତବତା। ମୁଁ ମଧ୍ୟ ବିଶ୍ୱାସ କରେ ଯେ ରାଜନୀତି ଏହି ପ୍ରକ୍ରିୟାକୁ ଲମ୍ବା କରିଛି । ଗତ ସପ୍ତାହରେ ମୁଁ ଏହି ନିଷ୍ପତ୍ତି ନେବା ପରେ, ଏହାକୁ ଆଉ ବିଳମ୍ବ କରିବାର କୌଣସି ଲାଭ ନଥିଲା। ମୁଁ ଭାବୁଛି ଆମେରିକୀୟମାନେ ବୁଝିବେ ଯେ ଜଣେ ପିତା ଏବଂ ଜଣେ ରାଷ୍ଟ୍ରପତି କାହିଁକି ଏପରି ନିଷ୍ପତ୍ତି ନେଲେ।
ବାଇଡେନ୍ କହିଛନ୍ତି, "ମୁଁ ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ କହିଥିଲି ଯେ ମୁଁ ନ୍ୟାୟ ବିଭାଗର ନିଷ୍ପତ୍ତି ନେବାରେ ହସ୍ତକ୍ଷେପ କରିବି ନାହିଁ ଏବଂ ମୁଁ ମୋ କଥା କହିଥିଲି, ଯଦିଓ ମୁଁ ମୋ ପୁଅକୁ ଚୟନମୂଳକ ଏବଂ ଭୁଲ୍ ଭାବେ ମାମଲା ରୁଜୁ କରିଥିବା ଦେଖିଛି।
ଫେଡେରାଲ ବନ୍ଧୁକ ଏବଂ ଟିକସ ଅଭିଯୋଗରେ ହଣ୍ଟରଙ୍କୁ ଚଳିତ ବର୍ଷ ପ୍ରାରମ୍ଭରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା ଏବଂ ଖୁବଶୀଘ୍ର କାଲିଫର୍ଣ୍ଣିଆର ଡେଲନରେ ତାଙ୍କୁ ଗିରଫ କରାଯିବାର ଥିଲା, ଯେଉଁଠାରେ ତାଙ୍କୁ ଲମ୍ବା ଜେଲ ଦଣ୍ଡ ଭୋଗିବାକୁ ପଡିପାରେ। ବନ୍ଧୁକ କିଣିବା ପାଇଁ ୨୦୧୮ ଜୁନ୍ରେ ଡେଲାୱେର ଫେଡେରାଲ କୋର୍ଟରେ ହଣ୍ଟର ଦୋଷୀ ସାବ୍ୟସ୍ତ ହୋଇଥିଲେ। ବେଆଇନ ଭାବେ ଡ୍ରଗ୍ସ ବ୍ୟବହାର ନ କରିବା ନେଇ ହଣ୍ଟର ମିଛ କହିଥିବା ଅଭିଯୋଗ ହୋଇଥିଲା।