ନୂଆଦିଲ୍ଲୀ: ଇସ୍ରାଏଲ୍ ପୁଣି ଥରେ ଉଗ୍ରରୂପ ଧାରଣ କରିଛି । ହମାସ୍ରେ ଆକ୍ରମଣ କରିଛି । ଫିଲିସ୍ତୀନୀ ସ୍ୱାସ୍ଥ୍ୟ ଏବଂ ନାଗରିକ ଜରୁରୀସେବା ଅଧିକାରୀ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ଏହି ଆକ୍ରମଣରେ ଅତିକମ୍ରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି ।
ଆକ୍ରମଣ ନେଇ ଫିଲିସ୍ତୀନୀ ସ୍ୱାସ୍ଥ୍ୟ ଏବଂ ନାଗରିକ ଜରୁରୀସେବା ଅଧିକାରୀ ଗଣମାଧ୍ୟମକୁ କହିଛନ୍ତି, ଦକ୍ଷିଣ ଗାଜାପଟ୍ଟୀର ରାଫା ସହରର ଏକ ଅଞ୍ଚଳରେ ଇସ୍ରାଇଲ ଏୟାର ଷ୍ଟ୍ରାଇକ୍ କରିଛି । ଏଥିରେ ୩୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଲୋକ ଆହତ ହୋଇଛନ୍ତି । ଅନ୍ୟପଟରେ ଇସ୍ରାଏଲ୍ ସେନା କହିଛନ୍ତି, ନିଜର ବାୟୁସେନା ହମାସର ଏକ ଠିକଣାରେ ଆକ୍ରମଣ କରିଛି ।
ଗାଜାରେ ହମାସ ଦ୍ୱାରା ପରିଚାଳିତ ଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ମୁଖପାତ୍ର ଅଶରପ ଅଲ-କିଦାର କହିଛନ୍ତି ଆକ୍ରମଣରେ ୩୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକ ଆହତ ହୋଇଛନ୍ତି । ଆକ୍ରମଣର ଶିକାର ହୋଇଛନ୍ତି ଅଧିକାଂଶ ମହିଳା ଏବଂ ଶିଶୁ । ପଶ୍ଚିମ ରାଫାର ତେଲ ଅଲ-ସୁଲତାନ ଅଞ୍ଚଳରେ ଏହି ଆକ୍ରମଣ ହୋଇଛି, ଯେଉଁଠି ହଜାର ହଜାର ଲୋକ ଶରଣାର୍ଥୀ ଭାବେ ରହୁଛନ୍ତି ।