ନୂଆଦିଲ୍ଲୀ: କାନାଡାରେ ଅନୁଷ୍ଠିତ G-7 ସମ୍ମିଳନୀ ଛାଡି ୱାଶିଂଟନ ଫେରି ଆସିଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସ୍ରାଏଲ ଓ ଇରାନ ଯୁଦ୍ଧ ମଧ୍ୟରେ ବଡ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଇରାନ ପରମାଣୁ ଅସ୍ତ୍ର ତିଆରି କରିବାର ବହୁତ ନିକଟତର ହୋଇଛି। ତେଣୁ ଇସ୍ରାଏଲ ଓ ଇରାନ ମଧ୍ୟରେ ସଂଘର୍ଷର ଏହା ହିଁ ମୁଖ୍ୟ କାରଣ। ବାସ୍ତବରେ ସେ ଇସ୍ରାଏଲ-ଇରାନ ବିବାଦର ଅନ୍ତ ଚାହାନ୍ତି। ତେବେ ତେହରାନ ଛାଡିବା ଇରାନବାସୀଙ୍କ ପାଇଁ ସବୁଠୁ ଶ୍ରେୟସ୍କର ହେବ ବୋଲି ଟ୍ରମ୍ପ କହିଛନ୍ତି।
ଟ୍ରମ୍ପ କହିଛନ୍ତି, ସିଧା କଥା ଏବେ ଇରାନ ଆଉ ପରମାଣୁ ଅସ୍ତ୍ର ତିଆରି କରିପାରିବା ମୁସ୍କିଲ। ଇରାନକୁ ଆଣବିକ କ୍ରାର୍ଯ୍ୟକ୍ରମ ଛାଡ଼ିବାକୁ ପଡ଼ିବ। ଏହି ବିବାଦରେ ଇରାନକୁ ଆତ୍ମସମର୍ପଣ କରିବାକୁ ପଡିବ। ଏହାଠାରୁ ଆଉ କିଛି କରା ଯାଇପାରିବ ନାହିଁ।" ଇସ୍ରାଏଲ ପାଞ୍ଚ ଦିନ ଧରି କ୍ଷେପଣାସ୍ତ୍ର ଆକ୍ରମଣ କରି ଇରାନକୁ ବହୁତ କ୍ଷତି ପହଞ୍ଚାଇଛି। ଆଶା କରୁଛି ଏଥିରେ ତେହରାନର ପରମାଣୁ କାର୍ଯ୍ୟକ୍ରମ ସ୍ଥାୟୀ ଭାବରେ ନଷ୍ଟ ହୋଇଥିବ।
ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ଯଦି ଇରାନ ମଧ୍ୟପ୍ରାଚ୍ୟରେ ଆମେରିକୀୟ ସୈନିକମାନଙ୍କୁ ଆକ୍ରମଣ କରେ ତେବେ ଆମେରିକା ସବୁ ପ୍ରକାରର ଜବାବ ଦେବାକୁ ପ୍ରସ୍ତୁତ ଅଛି। ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଗତ ୫ ଦିନ ଧରି ସଂଘର୍ଷ ଜାରି ରହିଛି। ମଙ୍ଗଳବାର ତେଲ ଅଭିଭରେ ଇସ୍ରାଏଲର ଗୁପ୍ତଚର ସଂସ୍ଥା ମୋସାଦର ମୁଖ୍ୟାଳୟ ଉପରେ ଇରାନ ବିମାନ ଆକ୍ରମଣ କରିଛି। ଏହା ସହିତ ସାମରିକ ଗୁପ୍ତଚର ସହିତ ଜଡିତ ଗୁପ୍ତଚର ସଂସ୍ଥା AMAN ର କୋଠାକୁ ମଧ୍ୟ ଟାର୍ଗେଟ କରିଥିଲା ଇରାନ।
ଜବାବରେ ଇସ୍ରାଏଲ ଏବେ ପଶ୍ଚିମ ତେହେରାନ ଉପରେ ଆକ୍ରମଣ ଆରମ୍ଭ କରିଛି। ଇସ୍ରାଏଲର ବିମାନ ଆକ୍ରମଣରେ ଇରାନର ଶୀର୍ଷ ସାମରିକ ଅଧିକାରୀ ମେଜର ଜେନେରାଲ ଅଲ୍ଲୀ ଶାଦମାନୀଙ୍କ ମୃତ୍ୟୁ ଘଟିଛି। ଶାଦମାନୀ ଇରାନର ଖାତମ-ଅଲ-ଆନବିୟା ମୁଖ୍ୟାଳୟ ଅର୍ଥାତ୍ ସାମରିକ ଜରୁରୀକାଳୀନ କମାଣ୍ଡର ମୁଖ୍ୟ ଥିଲେ। ସେ ମାତ୍ର୪ଦିନ ପୂର୍ବେ ଏହି ପଦବୀ ଗ୍ରହଣ କରିଥିଲେ। ସେ ଅଲି ଖାମେନିଙ୍କ ଅତି ନିକଟତର ଥିଲେ।