ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି। ଇରାନ ଯୁଦ୍ଧ କରିବାରେ ବେକାର କିନ୍ତୁ ଆଲୋଚନାରେ ଭାରି ଚତୁର। ଟ୍ରମ୍ପ କହିଛନ୍ତି ମୁଁ ନୁହେଁ, ଇରାନ ଚୁକ୍ତି ପାଇଁ ଆମକୁ ଭିକ ମାଗୁଛି। ଦୁଇ ଦିନ ପୂର୍ବରୁ, ଟ୍ରମ୍ପ କହିଥିଲେ ଯେ ଆମେରିକା ଏବଂ ଇରାନ ଉଭୟ ଚୁକ୍ତି କରି ଯୁଦ୍ଧ ସମାପ୍ତ କରିବାକୁ ଚାହାନ୍ତି।
ଆକ୍ରମଣ ପାଇଁ ପ୍ରସ୍ତୁତ ରୁହ
ଆମେରିକାର ରାଷ୍ଟ୍ରପତି ଦାବି କରିଛନ୍ତି ଯେ ଇରାନ ସମଗ୍ର ମଧ୍ୟପ୍ରାଚ୍ୟକୁ ଦଖଲ କରିବାକୁ ଚାହୁଁଛି। ଚୁକ୍ତି ପାଇଁ ରାଜି ହେଉ ନଚେତ୍ ଆକ୍ରମଣର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରହୁ ବୋଲି ଟ୍ରମ୍ପ ତେହେରାନକୁ ଚେତାବନୀ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି, ଆମେ ଇରାନର ପ୍ରାୟ ୯୦ ପ୍ରତିଶତରୁ ଅଧିକ କ୍ଷେପଣାସ୍ତ୍ର ନଷ୍ଟ କରିଦେଇଛୁ। ତେଣୁ ଏବେ ସେମାନେ ଏକ ଚୁକ୍ତି ପାଇଁ ଭିକ୍ଷା କରୁଛନ୍ତି... ମୁଁ ନୁହେଁ। ସେମାନେ ମୂର୍ଖ ନୁହଁନ୍ତି, ସେମାନେ ବହୁତ ଚତୁର। ମୁଁ ନିଶ୍ଚିତ ନୁହେଁ ଯେ ଆମେ ଇରାନ ସହିତ ଏକ ଚୁକ୍ତି କରିପାରିବୁ କି ନାହିଁ।
ନାଟୋକୁ ଟ୍ରମ୍ପଙ୍କ ଆକ୍ଷେପ
ଆମେରିକାର ରାଷ୍ଟ୍ରପତି କହିଛନ୍ତି ଯେ ସେ ନାଟୋକୁ ନେଇ ସେ ବହୁତ ନିରାଶ। ସେ କହିଛନ୍ତି ଆମେ ନାଟୋର ସହଯୋଗରେ ଆଗେଇ ଆସୁ, କିନ୍ତୁ ଏହି ନାଟୋ ଦେଶ ଆମକୁ ସାହାଯ୍ୟ କରନ୍ତି ନାହିଁ। ନାଟୋ ଏବେ କହୁଛି ଯେ ଯୁଦ୍ଧ ଶେଷ ହେଲେ ସେମାନେ ଆମକୁ ସାହାଯ୍ୟ କରିବେ। ଏହା ନାଟୋ ପାଇଁ ଏକ ପରୀକ୍ଷା ଥିଲାଯେ, ବିପଦ ସମୟରେ ସେମାନେ ଆମେରିକାକୁ ସାହାଯ୍ୟ କରୁଛନ୍ତି କି ନାହିଁ। ଯୁଦ୍ଧରୁ ସ୍ପଷ୍ଟ ହୋଇଗଲା ଯେ, ନାଟୋ ନାମକୁ ମାତ୍ର।
ଆମେରିକା ସହିତ ଆଲୋଚନାକୁ ସ୍ପଷ୍ଟ ଭାବରେ ମନା କରିଦେଲା ଇରାନ, ବିବୃତ୍ତି ଜାରି କଲା ଜାତିସଂଘ
ଯଦି ଏକ ଚୁକ୍ତି ହୁଏ, ତେବେ ହରମୁଜ୍ ପ୍ରଣାଳୀ ଖୋଲିବ
ଟ୍ରମ୍ଫଙ୍କ ଅନୁସାରେ, ଇରାନକୁ ଲାଗୁଛି ଆମେରିକା ଏକ ବଡ଼ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଇରାନ ନିଜ ଲୋକଙ୍କୁ କହୁଛି ଯେ, ବହୁତ ବଡ଼ ବିପର୍ଯ୍ୟୟ କାରଣରୁ ଆମେରିକା ଆମ ସହିତ ଆଲୋଚନା ପାଇଁ ପ୍ରସ୍ତୁତ। ନଚେତ୍ ସେମାନେ ଏମିତି କରିବେ ନାହିଁ। ବାସ୍ତବରେ ଇରାନ ଯୁଦ୍ଧ ହାରି ସାରିଛି।
ଟ୍ରମ୍ପ କହିଛନ୍ତି, ଆମେ ଏକ ନିରପେକ୍ଷ ଚୁକ୍ତି କରିପାରିବା କି ନାହିଁ ତାହ ଦେଖିବାକୁ ବାକି ରହିଲା। ଯଦି ଆମେ ଚୁକ୍ତି କରି ପାରୁଛୁ ତେବେ ହରମୁଜ୍ ପ୍ରଣାଳୀ ପୁଣି ଖୋଲିବ। ମୁଁ ନିଶ୍ଚିତ ନୁହେଁ ଯେ ଆମେ ଏକ ନିରପେକ୍ଷ ଚୁକ୍ତି କରିପାରିବା କି ନାହିଁ। ଇରାନ ପାଖରେ ବାରୁଦୀ ସୁଡ଼ଙ୍ଗ ବିଶିଷ୍ଟ ଜାହାଜ ବି ନାହିଁ। ତେଣୁ ଇରାନକୁ ଏବେ ଗମ୍ଭୀର ହେବାକୁ ପଡ଼ିବ।
ପାକିସ୍ତାନ ଜରିଆରେ ନିଜର ଦାବି ରଖିଲେ ଟ୍ରମ୍ପ, ଅଟ୍ଟହାସ୍ୟ କଲା ଇରାନ; ବୁଝାମଣା ଉପରେ ସଙ୍କଟର ବାଦଲ