ପଡୋଶୀ ମହିଳାଙ୍କୁ ହତ୍ୟା କଲା ଆମେରିକୀୟ ବ୍ୟକ୍ତି, ହୃତପୀଣ୍ଡ କାଢ଼ି ଆଳୁ ସହ କଲା ରୋଷେଇ!
Khabar Odisha:International-crime-USA-man-kills-neighbor-lady-cooks-her-heart-with-potatoes

ଓକଲାହୋମା, ଫେବୃଆରୀ ୨୬ (ଖବର ଓଡ଼ିଶା): ଆମେରିକାର ଓକଲାହୋମାରେ ଜଣେ ବ୍ୟକ୍ତି ନିଜର ପୋଡ଼ଶୀ ମହିଳାଙ୍କୁ ହତ୍ୟା କରିଛି । ହତ୍ୟା ପରେ ସେ ମହିଳାଙ୍କ ମୃତଦେହରୁ ହୃତପୀଣ୍ଡ କାଢ଼ିନେଇଥିଲା । ସେ ଆଳୁ ସହ ହୃତପୀଣ୍ଡକୁ ରୋଷେଇ କରିବାକୁ ମଧ୍ୟ ଚିନ୍ତା କରିଥିଲା । ଓକଲାହୋମା ଷ୍ଟେଟ ବ୍ୟୁରୋ ଅଫ୍ ଇନଭେଷ୍ଟିଗେଶନର ଏକ ଏଜେଣ୍ଟ ଜଜଙ୍କୁ କହିଛି ଯେ, ଲରେନ୍ସ ପଲ ଆଣ୍ଡରସନ ଓକଲାହୋମା ସିଟିର ଦକ୍ଷିଣ-ପଶ୍ଚିମରେ ପାଖାପାଖି ୪୦ ମାଇଲ ଦୂର ଚିକଶାରେ ନିଜର ପଡୋଶୀ ଆଣ୍ଡ୍ର୍ରିଆ ଲିନ୍ ବ୍ଲେକନଶିପଙ୍କୁ ହତ୍ୟା କରିଥିଲା । ଏହା ପରେ ସେ ମହିଳାଙ୍କ ଶରୀରରୁ ହୃତପୀଣ୍ଡ କାଢ଼ି ନେଇଥିଲା । ଆଳୁ ସହିତ ମୃତ ମହିଳାଙ୍କ ହୃତପୀଣ୍ଡକୁ ରୋଷେଇ କରି ପରିବାର ଲୋକଙ୍କୁ ଖାଇବାକୁ ଦେଇପାରିବ । 

ଆଣ୍ଡରସନ ଉପରେ ସଂପର୍କୀୟ ଲିୟୋନ ପେ ଏବଂ ୪ ବର୍ଷର ନାତୁଣୀ କେଓସ ୟେଟ୍‌ସଙ୍କ ହତ୍ୟା ଅଭିଯୋଗ ମଧ୍ୟ ରହିଛି । ସେ ନିଜର ଅନ୍ୟ ଜଣେ ସଂପର୍କୀୟ ମହିଳାଙ୍କୁ ଛୁରୀ ଭୁଶିଥିଲା । କିନ୍ତୁ ସେତେବେଳେ ସେ ବର୍ତ୍ତି ଯାଇଥିଲା । କାରଣ ପୋଲିସ ପହଂଚିବା ବେଳକୁ ତକିଆ ଉପରେ ମୁଣ୍ଡରଖି ସେ ବାନ୍ତି କରୁଥିଲା । ପରେ ସେ ଅଧିକାରୀମାନଙ୍କୁ ଘଟଣା ସଂପର୍କରେ କହିଥିଲା । ତାକୁ ୨୦ ବର୍ଷ ଦଣ୍ଡ ମିଳି ସାରିଛି, ଯାହାକି କମ କରାଯାଇଛି ଏବଂ ସେ ଜାନୁଆରୀରେ ଜେଲରୁ ବାହାରିଛି । 

 

  • Tags:

Subscribe

National International State Sports Entertainment