ଆମେରିକା: ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ନିମ୍ନ ଗୃହରେ ମହାଭିଯୋଗ ପ୍ରସ୍ତାବ ପାରିତ
Khabar Odisha:International-America-house-of-representatives-passes-impeachment-motion-against-Donald-Trump

ୱାଶିଂଟନ, ଜାନୁଆରୀ ୧୪ (ଖବର ଓଡ଼ିଶା): ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ନିମ୍ନଗୃହର ପ୍ରତିନିଧି ସଭାରେ ପାରିତ ହୋଇଯାଇଛି । ଏଥି ସହିତ ଟ୍ରମ୍ପ ଏଭଳି ପ୍ରଥମ ରାଷ୍ଟ୍ରପତି ହୋଇଛନ୍ତି, ଯିଏକି ଦ୍ୱିତୀୟ ଥର ପାଇଁ ମହାଭିଯୋଗ ପ୍ରସ୍ତାବର ସମ୍ମୁଖୀନ ହୋଇଛନ୍ତି । ଡେମୋକ୍ରେଟିକ ପାର୍ଟିର ନିୟନ୍ତ୍ରଣରେ ଥିବା ପ୍ରତିନିଧି ସଭାରେ  କିଛି ରପବ୍ଲିକାନ ସାଂସଦ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ଚଳାଇବା ପକ୍ଷରେ ଭୋଟ ଦେଇଥିଲେ । ଟ୍ରମ୍ପଙ୍କ ଉପରେ ଦେଶ ବିରୋଧୀ ପ୍ରଦର୍ଶନ କରିବା ଅଭିଯୋଗ ରହିଛି । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ନେଇ ନିମ୍ନ ଗୃହରେ ପୂର୍ଣ୍ଣ ବହୁମତ ସହିତ ହୋଇଛି । ପ୍ରସ୍ତାବ ପକ୍ଷରେ ୨୩୨ ଓ ବିରୋଧରେ ୧୯୭ଟି ଭୋଟ ପଡ଼ିଥିଲା । ଡୋନାଲ୍ଡ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟିର ୧୦ ଜଣ ସାଂସଦ ଟ୍ରମ୍ପଙ୍କ ବିରୋଧରେ ଭୋଟ ଦେଇଥିଲେ । ଏହା ପୂର୍ବରୁ ଆମେରିକୀୟ ପ୍ରତିନିଧି ସଭା ଏକ ପ୍ରସ୍ତାବ ପାରିତ କରି ଉପରାଷ୍ଟ୍ରପତି ମାଇକ ପେନ୍ସ ଅପିଲ କରିଥିଲେ ଯେ, ସେ ଟ୍ରମ୍ପଙ୍କୁ ପଦରୁ ହଟାଇବା ଲାଗି ୨୫ତମ ସଂଶୋଧନ ଆଇନ ଲାଗୁ କରିବେ । 

ବିତର୍କ ଆରମ୍ଭ କରି ରୁଲ୍ସ କମିଟିର ଚେୟାରମ୍ୟାନ ଜିମ ମେକଗୋୱର୍ଣ୍ଣ କହିଛନ୍ତି ଯେ, ସେହି ସ୍ଥାନରେ ଛିଡ଼ା ହୋଇ ଐତିହାସିକ କାର୍ଯ୍ୟାନୁଷ୍ଠାନ ଉପରେ ବିତର୍କ କରୁଛି । ସେହିଠାରେ ଅପରାଧ ହୋଇଥିଲା । ସେ କହିଛନ୍ତି, ସେହି ଦିନ ଏଠାରେ ଯାହା ହୋଇଛି, ଏହା ବିରୋଧ ନଥିଲା । ବରଂ ଏହା ଆମ ଦେଶ ବିରୋଧରେ ସଂଗଠିତ ବିଦ୍ରୋହ ଥିଲା ଏବଂ ଏହା ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ହିଁ ହୋଇଥିଲା । 

 

  • Tags:

Subscribe

National International State Sports Entertainment