ଆମେରିକା: ନ୍ୟୁୟର୍କ ଜେଲରେ ପୁଣି ଜଣେ କୃଷ୍ଣକାୟ ନାଗରିକଙ୍କ ମୃତ୍ୟୁ
Khabar Odisha:International-Security-personnel-spray-pepper-spray-on-black-inmate-jamel-floyd-dies-on-spot

ନ୍ୟୁୟର୍କ, ଜୁନ ୦୫ (ଖବର ଓଡ଼ିଶା): କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ନେଇ ଆମେରିକା ସମେତ ବିଶ୍ୱରେ ପ୍ରଦର୍ଶନ ଜାରି ଥିବା ବେଳେ ପୁଣି ଥରେ ଜଣେ କୃଷ୍ଣକାୟ ନାଗରିକଙ୍କର ମୃତ୍ୟୁ ହୋଇଛି । ନ୍ୟୁୟର୍କ ସହରର ଏକ ଫେଡରାଲ ଜେଲରେ ବୁଧବାର ଅଧିକାରୀମାନେ କଏଦୀଙ୍କ ଉପରେ (ପିପିର) ଗୋଲମରିଚ ସ୍ପେ କରିବାରକୁ ସଂପୃକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ଗଣମାଧ୍ୟମକୁ ବ୍ୟୁରୋ ଅଫ ପ୍ରିଜନ ଏହି ସୂଚନା ଦେଇଛନ୍ତି । 

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ଅଧିକାରୀ କହିଛନ୍ତି, ବୁଲଲିନର ମେଟ୍ରୋପଲିଟିନ ନିରୋଧକ କେନ୍ଦ୍ରରେ ୨୦୧୯ ଅକ୍ଟୋବରରୁ ଜୈମଲ ଫ୍ଲୋଏଡ ନାମରେ ଜଣେ ବ୍ୟକ୍ତି ବନ୍ଦୀ ଜୀବନ ବିତାଉଥିଲେ । ବୁଧବାର ସେ ନିଜ ସେଲ ଭିତରେ ଥିବା ବେଳେ ବେରିକେଡ ଲଗାଯାଇଥିଲା । ଏହାକୁ କଏଦୀ ଜଣକ ଭାଙ୍ଗି ଦେଇଥିଲେ । ଏହା ଏହା ପରେ ଜେଲର ଅଧିକାରୀମାନେ ୩୫ ବର୍ଷିଅ କୃଷ୍ଣକାୟ ବନ୍ଦୀଙ୍କ ଉପରେ ଗୋଲମରିଚ ସ୍ପେ କରିଥିଲେ । ଏହା ଅନ୍ୟମାନଙ୍କ ପାଇଁ କ୍ଷତିକାରକ ଥିଲା । ସ୍ପେ କରାଯିବା ପରେ କଏଦୀ ଜଣକ ଅସୁସ୍ଥ ହୋଇଥିଲେ । ପରେ ତାଙ୍କର ମୃତ୍ୟୁ ହୋଇଥିଲା ।  

 

  • Tags:

Subscribe

National International State Sports Entertainment