ଆମେରିକା: ୨୪ ଘଣ୍ଟାରେ ୭୫ ହଜାର ନୂଆ କରୋନା ପଜିଟିଭ୍‌, ୧୦୫୧ ଜଣ‌ ଲୋକ ମୃତ
Khabar Odisha:International-More-than-75000-corona-positive-in-single-day-in-America

ୱାଶିଂଟନ୍‌, ନଭେମ୍ବର ୨୪ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ୟୁରୋପୀୟ ଏବଂ ଆମେରିକୀୟ ଦେଶଗୁଡ଼ିକରେ ପୁଣି ଥରେ ବଢ଼ିବା ଆରମ୍ଭ ହୋଇଯାଇଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୭୫ ହଜାର ୧୩୧ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୬୦ ହଜାର ୮୭୪ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୧୦୫୧ ଜଣଙ୍କର ମୃତ୍ୟୁ ହୋଇଛି।  

ଆମେରିକାରେ ଏଯାଏଁ ୪ କୋଟି ୮୮ ଲକ୍ଷ ୨୩ ହଜାର ୭୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ କୋଟି ୮୬ ଲକ୍ଷ ୯୪ ହଜାର ୭୬୪ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୭ ଲକ୍ଷ ୯୬ ହଜାର ୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୯୩ ଲକ୍ଷ ୩୨ ହଜାର ୯୧୬ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୨ ହଜାର ୬୬ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  

ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୨ ହଜାର ୪୨୮ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩୯ ହଜାର ୩୭୦ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୧୬୫ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଏବେ ୯୯ ଲକ୍ଷ ୩୨ ହଜାର ୪୦୮ ଜଣ କରୋନା ଚିହ୍ନଟ ହୋଇସାରିଥିବା ବେଳେ ଏଥିରୁ ୮୦ ଲକ୍ଷ ୮୯ ହଜାର ୬୯୪ ଜଣ ସୁସ୍ଥ ହୋଇସାରିଛନ୍ତି। କିନ୍ତୁ ୯ ଲକ୍ଷ ୯୬ ଜହାର ୯୫୬ ଜଣଙ୍କର ଚିକିତ୍ସା ଜାରି ରହିଛି। 

  

 

  • Tags:

Subscribe

National International State Sports Entertainment