ଆମେରିକା: ୨୪ ଘଣ୍ଟାରେ ୧ ଲକ୍ଷ ନୂଆ କରୋନା ପଜିଟିଭ୍‌, ୧୪୮୮ ଜଣ‌ ଲୋକ ମୃତ
Khabar Odisha:International-More-than-1-lakh-corona-positive-in-single-day-in-America

ୱାଶିଂଟନ୍‌, ନଭେମ୍ବର ୨୫ (ଖବର ଓଡ଼ିଶା): ପ୍ରାୟ ଏକ ସପ୍ତାହ ଭିତରେ ଆମେରିକାରେ କରୋନା ଭାଇରସ ପୁଣି ଥରେ ବିଶାଳ ରୂପ ଧରିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ସୁସ୍ଥଙ୍କ ତୁଳନାରେ ପ୍ରାୟ ୩୪ ହଜାର ଲୋକ ଅଧିକ ସଂକ୍ରମିତ ହୋଇଛନ୍ତି। ଏହି ସୟମ ମଧ୍ୟରେ ୧ ଲକ୍ଷ ୫୬୫ ଜଣ ଲୋକ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୬୬ ହଜାର ୫୪ ଜଣ କରୋନାରୁ ସୁସ୍ଥ ହୋଇଥିଲା ବେଳେ ୧୪୮୮ ଜଣଙ୍କର ମୃତ୍ୟୁ ହୋଇଛି।  

ଆମେରିକାରେ ଏଯାଏଁ ୪ କୋଟି ୮୯ ଲକ୍ଷ ୬୫ ହଜାର ୭୬୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୩ କୋଟି ୮୭ ଲକ୍ଷ ୮୦ ହଜାର ୪୨୦ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ଏପର୍ଯ୍ୟନ୍ତ ୭ ଲକ୍ଷ ୯୮ ହଜାର ୧୩୭ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେ‌ଳେ ୯୩ ଲକ୍ଷ ୮୭ ହଜାର ୨୦୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି। ଏଥିରୁ ୧୨ ହଜାର ୨୫୦ ଜଣଙ୍କର ଅବସ୍ଥା ଗୁରୁତର ରହିଛି।  

ବ୍ରିଟେନ୍‌ରେ ବିଗତ ୨୪ ଘଣ୍ଟା ମଧ୍ୟରେ ୪୩ ହଜାର ୬୭୬ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୪୨ ହଜାର ୮୭୩ ଜଣ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି। ୧୪୯ ଜଣଙ୍କର ମୃତ୍ୟୁ ହୋଇଛି। ଦେଶରେ ଏବେ ୯୯ ଲକ୍ଷ ୭୪ ହଜାର ୮୪୩ ଜଣ କରୋନା ଚିହ୍ନଟ ହୋଇସାରିଥିବା ବେଳେ ଏଥିରୁ ୮୮ ଲକ୍ଷ ୩୪ ହଜାର ୧୮୮ ଜଣ ସୁସ୍ଥ ହୋଇସାରିଛନ୍ତି। 

  

 

  • Tags:

Subscribe

National International State Sports Entertainment