ବର୍ଲିନ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା): ବାଲ୍ଟିକ ସାଗରର ୪୦ ମିଟର ଭିତରେ ବିଶ୍ୱର ସବୁଠାରୁ ବଡ଼ ରେଳ ସୁଡ଼ଙ୍ଗର କାମ ଜାରି ରହିଛି । ଏହି ସୁଡଙ୍ଗ ଡେନମାର୍କ ଓ ଜର୍ମାନୀକୁ ଯୋଡ଼ିବ ଏବଂ ଏହାରି କାରଣରୁ ଏହି ୨ ଦେଶ ମଧ୍ୟରେ ଯାତ୍ରା କରୁଥିବା ଯାତ୍ରୀଙ୍କ ସମୟ କମ ହୋଇଯିବ । ଏହି ସୁଡ଼ଙ୍ଗର ଯୋଜନାକୁ ୧୦ ବର୍ଷ ହୋଇଛି ଏବଂ ୨୦୨୦ରେ ଏହାର ନିର୍ମାଣ କାମ ଆରମ୍ଭ ହୋଇଛି । ଏହାକୁ ଫେହମର୍ନବେଲ୍ଟ ରେଲ ଟନେଲ ନାମ ଦିଆଯାଇଛି । ଡେନମାର୍କ ତରଫରୁ ଏକ ଅସ୍ଥାୟୀ ବନ୍ଦରର ନିର୍ମାଣ କାର୍ଯ୍ୟ ପୂରା ହୋଇଛି । ଏହି ବନ୍ଦର ଏହି କାରଖାନା ଭାବେ କାମ କରିବ, ଯାହାର ବଳରେ ୮୯ ବଡ଼ କଂକ୍ରିଟର ଷ୍ଟେସନ ନିର୍ମାଣ ହେବ । ଏହି ଷ୍ଟେସନ ଏହି ସୁଡ଼ଙ୍ଗର ଅଂଶବିଶେଷ ହେବ ।
ଏହି ସୁଡ଼ଙ୍ଗ ପାଖାପାଖି ୧୮ କିଲୋମିଟର ଲମ୍ବ ହେବ । ଏହା ୟୁରୋପର ସବୁଠାରୁ ବଡ଼ ଭିତ୍ତିଭୂମି ପ୍ରକଳ୍ପ, ଯେଉଁଥି ପାଇଁ ୭.୧ ବିଲିୟନ ଡଲାରରୁ ଅଧିକ ବଜେଟ ରଖାଯାଇଛି । ଏହାକୁ ନିର୍ମାଣ କରିବା ପାଇଁ ଡେନମାର୍କର ଏକ କଂପାନି ନେଇଛି । ଏହାର ସିଇଓ ହେନରିକ ୱିସେଣ୍ଟସେନଙ୍କ କହିବା ଅନୁସାରେ ପ୍ରଥମ ପ୍ରୋଡକଶନ ଲାଇନ ଚଳିତ ବର୍ଷ ଶେଷ ସୁଦ୍ଧା ଶେଷ ହେବ । ଚ୍ୟାନେଲ ସୁଡ଼ଙ୍ଗ ଯାହାକି ଇଂଲଣ୍ଡ ଓ ଫ୍ରାନ୍ସକୁ ଯୋଡ଼ିଥାଏ, ତାହା ପାଖାପାଖି ୫୦ କିଲୋମିଟର ଲମ୍ବ । ୧୯୯୩ ମସିହାରେ ଏହାର ନିର୍ମାଣ କାର୍ଯ୍ୟ ପୂରା ହୋଇଥିଲା । ଏଥି ପାଇଁ ୧୩.୬ ମିଲିୟନ ଡଲାର ଖର୍ଚ୍ଚ ହୋଇଥିଲା ।