ଇସଲାମାବାଦ/ନୂଆଦିଲ୍ଲୀ, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା): ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଣି ଥରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶଂସା କରିଛନ୍ତି । ସେ ଦୁର୍ନୀତି ପ୍ରସଙ୍ଗରେ ପାକିସ୍ତାନ ମୁସଲିମ ଲିଗ (ଏନ୍)ର ସୁପ୍ରିମୋ ନୱାଜ ଶରୀଫଙ୍କୁ ତୁଳନା କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ।
ସାମାଜିକ ଗଣମାଧ୍ୟମରେ ଇମ୍ରାନ ଖାନ ଜନସଭାକୁ ସମ୍ବୋଧିତ କରି କହିଛନ୍ତି ଯେ, ଯେଉଁ ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓରେ ସେ ପାକିସ୍ତାନ ବାହାରେ ଅନ୍ୟ ଦେଶରେ ନୱାଜ ଶରୀଫଙ୍କ ସଂପତ୍ତି ସଂପର୍କରେ କହିଛନ୍ତି । ଭିଡିଓରେ ଇମ୍ରାନ ଖାନ ନୱାଜ ଶରୀଫଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ, ନୱାଜଙ୍କ ବ୍ୟତୀତ ବିଶ୍ୱରେ କୌଣସି ଅନ୍ୟ ନେତାଙ୍କ ପାଖରେ କୋଟି କୋଟି ଡଲାର ସଂପତ୍ତ ି ନାହିଁ । ମୋତେ ଏକ ଏହିଭଳି ଦେଶ ସଂପର୍କରେ କୁହନ୍ତୁ, ଯେଉଁଠିକାର ପ୍ରଧାନମନ୍ତ୍ରୀ ଅଥବା ନେତାଙ୍କ ପାଖରେ ଦେଶ ବାହାରେ ମଧ୍ୟ କୋଟି କୋଟି ଡଲାରର ସଂପତ୍ତି ରହିଛି । ଆମର ପଡୋଶୀ ଦେଶ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଭାରତ ବାହାରେ କେତେ ସଂପତ୍ତି ଅଛି? ଇମ୍ରାନ କହିଛନ୍ତି ଯେ, କୌଣସି ନେତା ଭାବି ପାରିବେ ନାହିଁ ଯେ, ନୱାଜଙ୍କ ପାଖରେ ବିଦେଶୀ ସଂପତ୍ତି କେତେ ରହିଛି । ସୂଚନାଯୋଗ୍ୟ ଇମ୍ରାନ ଖାନା ପ୍ରଧାନମନ୍ତ୍ରୀ ପଦରୁ ହଟିବା ପରେ ଭାରତକୁ ଅନେକ ଥର ପ୍ରଶଂସା କରିଛନ୍ତି ।