୩୦୦ କିଲୋ ଓଜନ ହୋଇଥିଲେ ଏହି ବ୍ୟକ୍ତି, ଦିନକୁ ପିଉଥିଲେ ୩୦ ସିଗାରେଟ ଓ ୪ ଲିଟର କ୍ଷୀର
Khabar Odisha:International-Fattest-man-in--UK-almost-died-because-of-his-weight

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୧ (ଖବର ଓଡ଼ିଶା): ସୁସ୍ଥ ଜୀବନଶୈଳୀ ଏବଂ ସଠିକ ସମୟରେ ଖାଇବା-ପିଇବା ନ କରିବା ଦ୍ୱାରା ଯେକୌଣସି ଲୋକଙ୍କର ଓଜନ ବଢ଼ିଯାଇଥାଏ । ବିଶେଷଜ୍ଞମାନଙ୍କ କହିବା ଅନୁସାରେ ଓଜନ ବଢ଼ାଇବା ଏବଂ କମାଇବା ଖାଇବା-ପିଇବାର ଶୈଳୀ ଉପରେ ନିର୍ଭର କରିଥାଏ । ତେଣୁ ପ୍ରତ୍ୟେକ ବ୍ୟକ୍ତି ଖାଇବା ଅଭ୍ୟାସରେ ସନ୍ତୁଳନ ରଖିବା ଉଚିତ । ଭୁଲ ଶୈଳୀରେ ଖାଇବା କାରଣରୁ ମନୁଷ୍ୟର ଖରାପ ପରିସ୍ଥିତି ମଧ୍ୟ ହୋଇପାରେ । ଏପରିକି ମୃତ୍ୟୁ ହେବା ମଧ୍ୟ ବଡ଼ କଥା ନୁହେଁ । ଏଭଳି ଘଟଣା ପୂର୍ବରୁ ଘଟିସାରିଛି । 

କିଛି ଦିନ ପୂର୍ବରୁ ଖରାପ ଖାଦ୍ୟ ଶୈଳୀ କାରଣରୁ ଜଣେ ବ୍ୟକ୍ତିଙ୍କର ଓଜନ ୩୨୦ କିଲୋ ହୋଇଯାଇଥିଲା । ସେହି ବ୍ୟକ୍ତିର ଓଜନ ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ, ମେଡିକାଲ ଜରୁରୀକାଳୀନ ପାଇଁ ଝରକା ଭଙ୍ଗା ଯାଇଥିଲା । ଏକ ସାକ୍ଷାତକାର ସମୟରେ ବ୍ୟକ୍ତି ଜଣକ ଗଣମାଧ୍ୟମକୁ ନିଜର ଖାଇବା ଶୈଳୀ ଉପରେ କହିଥିଲେ । 

ବ୍ରିଟେନ ନିବାସୀ ଏହି ଓଜନିଆ ବ୍ୟକ୍ତିଙ୍କ ନାମ ଜେସନ ହୋଲ୍ଟନ । ତାଙ୍କର ବୟସ ୩୨ ବର୍ଷ ଏବଂ ଓଜନ ୩୨୦କିଲୋ । କିନ୍ତୁ ସେ ଏବେ ନିଜର ଜୀବନଶୈଳୀରେ ପରିବର୍ତ୍ତନ ଆଣିଛନ୍ତି । ନିଜର ଓଜନ ପାଖାପାଖି ୨୯୮-୨୦୦ କିଲୋ ରଖିଛନ୍ତି । ଏହି ବ୍ୟକ୍ତି କିଛି ଦିନ ପୂର୍ବରୁ ମୃତ୍ୟୁ ମୁଖରୁ ବଞ୍ଚିଯାଇଛନ୍ତି । ତାଙ୍କର ଓଜନ ବଢ଼ିବାର କାରଣ ହେଲା ଯେ, ସେ ଦିନକୁ ୪ ଲିଟର କ୍ଷୀର ପିଉଥିଲେ । ଏତଦ ବ୍ୟତୀତ ସେ ମଧ୍ୟାହ୍ନ ଭୋଜନରେ ୩ଟି ବଡ଼ ଚିକେନ, ପନୀର ସାଣ୍ଡୱିଚ, ୨ଟି ଚକଲେଟ ବାର, କ୍ରିିସ୍ପ ଆଦି ଭୋଜନ କରୁଥିଲେ । ସେହିପରି ସେଦିନକୁ ୩୦ଟି ସିଗାରେଟ ମଧ୍ୟ ପିଉଥିଲେ । 

 

  • Tags:

Subscribe

National International State Sports Entertainment