କୋଭିଡ-୧୯ରେ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟିକୁ ବୃଦ୍ଧି, ବିଶ୍ୱବ୍ୟାପୀ ୯.୪୪ ଲକ୍ଷ ମୃତ
Khabar Odisha:International-Corona-virus-death-toll-reaches-944-lakh-30-crore-people-detected-in-world-wide

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୭ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ଯୋଗୁଁ ସମଗ୍ର ବିଶ୍ୱରେ ୩ କୋଟିରୁ ଉର୍ଦ୍ଧ୍ୱ ଲୋକ ଆକ୍ରାନ୍ତ ହୋଇସାରିଛନ୍ତି ।  ଏହି ମାରାତ୍ମକ ଭାଇରସ ଯୋଗୁଁ ଗୁରୁବାର ସକାଳ ୬ଟା ୩୦ ସୁଦ୍ଧା ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୨୫ ହଜାର ୯୬କୁ ବୃଦ୍ଧି ପାଇଛି । ସେହିପରି ୯ ଲକ୍ଷ ୪୪ ହଜାର ୬୮୦ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି  ୧୭ ଲକ୍ଷ ୮୦ ହଜାର ୭୫୯ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଲକ୍ଷ ୯୯ ହଜାର ୬୫୭ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୧ ହଜାର ୨୧୭ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଯୁକ୍ତରାଷ୍ଟ୍ର ଆମେରିକାରେ ୬୮ ଲକ୍ଷ ୨୭ ହଜାର ୭୯୦ ଜଣ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୧  ହଜାର ୩୨୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୪୧ ଲକ୍ଷ ୩୩ ହଜାର ୭ ହଜାର ୧୯୯ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୧୯ ହଜାର ୨୭୦ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୧୫୩ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୪୪ ଲକ୍ଷ ୨୧ ହଜାର ୬୮୬ ସଂକ୍ରମିତ, ୧ ଲକ୍ଷ ୩୪ ହଜାର ୧୭୪ ମୃତ

ଋଷିଆ: ୧୦ ଲକ୍ଷ ୭୯ ହଜାର ୫୧୯ ସଂକ୍ରମିତ, ୧୮ ହଜାର ୯୧୭ ମୃତ

ପେରୁ: ୭ ଲକ୍ଷ ୪୪ ହଜାର ୪୦୦ ସଂକ୍ରମିତ, ୩୧ ହଜାର ୫୧ ମୃତ

କଲୋମ୍ବିଆ: ୭ ଲକ୍ଷ ୩୬ ହଜାର ୩୭୭ ସଂକ୍ରମିତ, ୨୩ ହଜାର ୪୭୮ ମୃତ 

ମେକ୍ସିକୋ: ୬ ଲକ୍ଷ ୭୬ ହଜାର ୪୮୭ ସଂକ୍ରମିତ, ୭୧ ହଜାର ୬୭୮ ମୃତ

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୫୩ ହଜାର ୪୪୪ ସଂକ୍ରମିତ, ୧୫ ହଜାର ୭୦୫ ମୃତ

ସ୍ପେନ: ୬ ଲକ୍ଷ ୧୪ ହଜାର ୩୬୦ ସଂକ୍ରମିତ, ୩୦ ହଜାର ୨୪୩ ମୃତ 

ଚିଲି: ୪ ଲକ୍ଷ ୩୯ ହଜାର ୨୮୭ ସଂକ୍ରମିତ, ୧୨ ହଜାର ୫୮ ମୃତ

ପାକିସ୍ତାନ: ୩ ଲକ୍ଷ ୩ ହଜାର ୫୯ ସଂକ୍ରମିତ, ୮ ହଜାର ୨୪୮ ମୃତ 

 

  • Tags:

Subscribe

National International State Sports Entertainment