ଆମେରିକାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ନିକଟତର, ୬୬.୭୬ ଲକ୍ଷ ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-924-lakh-289-crore-people-detected-in-world-wide

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୩ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ଯୋଗେୁଁ ଯୁକ୍ତରାଷ୍ଟ୍ର ଆମେରିକାକୁ ବ୍ୟାପକ ଧନ-ଜୀବନ କ୍ଷତି ସହିବାକୁ ପଡ଼ିଛି । ରବିବାର ସକାଳ ସାଢ଼େ ୬ଟା ମଧ୍ୟରେ ଯୁକ୍ତରାଷ୍ଟ୍ର ଆମେରିକାରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୯୯ ହଜାର ୧୨୪ରେ ପହଂଚି ଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୬୬ ଲକ୍ଷ ୭୬ ହଜାର ୧୫୬ରେ ପହଂଚିଛି । ମୋଟ ୩୯ ଲକ୍ଷ ୫୦ ହଜାର ୩୫୪ ଜଣ ସୁସ୍ଥ ହୋଇଥିବା ବେଳେ ୨୫ ଲକ୍ଷ ୨୭ ହଜାର ୬୭୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୧୪ ହଜାର ୩୬୬ ଜଣ ଗୁରୁତର ଅଛନ୍ତି ।

ଭାଇରସ ଯୋଗୁଁ ବିଶ୍ୱରେ ଆଜି ପର୍ଯ୍ୟନ୍ତ ୨ କୋଟି ୮୯ ଲକ୍ଷ ୩୦ ହଜାର ୧୭୭ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୯ ଲକ୍ଷ ୨୪ ହଜାର ୫୮ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୨ କୋଟି ୭୯ ଲକ୍ଷ ୯୯ ହଜାର ୭୧୧ ଜଣ ସୁସ୍ଥ ହୋଇଥିବା ବେଳେ ୭୨ ଲକ୍ଷ ୬  ହଜାର ୪୦୮ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୬୦ ହଜାର ୮୮୭ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୪୩ ଲକ୍ଷ ୧୫ ହଜାର ୮୫୮ ସଂକ୍ରମିତ, ୧ ଲକ୍ଷ ୩୧ ହଜାର ୨୭୪ ମୃତ

ଋଷିଆ: ୧୦ ଲକ୍ଷ ୫୭ ହଜାର ୩୬୨  ସଂକ୍ରମିତ, ୧୮ ହଜାର ୪୮୪ ମୃତ

ପେରୁ: ୭ ଲକ୍ଷ ୨୨ ହଜାର ୮୩୨ ସଂକ୍ରମିତ, ୩୦ ହଜାର ୫୯୩ ମୃତ

କଲୋମ୍ବିଆ: ୭ ଲକ୍ଷ ୮ ହଜାର ୯୬୪ ସଂକ୍ରମିତ, ୨୨ ହଜାର ୭୩୪ ମୃତ 

ମେକ୍ସିକୋ: ୬ ଲକ୍ଷ ୫୮ ହଜାର ୨୯୯ ସଂକ୍ରମିତ, ୭୦ ହଜାର ୧୮୩ ମୃତ

ଦକ୍ଷିଣ ଆଫ୍ରିକା: ୬ ଲକ୍ଷ ୪୮ ହଜାର ୨୧୪ ସଂକ୍ରମିତ, ୧୫ ହଜାର ୪୨୭ ମୃତ

ସ୍ପେନ: ୫ ଲକ୍ଷ ୭୬ ହଜାର ୬୯୭ ସଂକ୍ରମିତ, ୨୯ ହଜାର ୭୪୭ ମୃତ 

ଚିଲି: ୪ ଲକ୍ଷ ୩୨ ହଜାର ୬୬୬ ସଂକ୍ରମିତ, ୧୧ ହଜାର ୮୯୫ ମୃତ

ପାକିସ୍ତାନ: ୩ ଲକ୍ଷ ୯୫୫  ସଂକ୍ରମିତ, ୬ ହଜାର ୯୯୯ ମୃତ 

 

  • Tags:

Subscribe

National International State Sports Entertainment