ବିଶ୍ୱରେ କରୋନା ଭାଇରସ: ୨୪ ଘଣ୍ଟାରେ ୬.୪୫ ଲକ୍ଷ ଆକ୍ରାନ୍ତ, ୪ ଲକ୍ଷ ୫ ହଜାର ସୁସ୍ଥ
Khabar Odisha:International-Corona-virus-death-toll-reaches-4212lakh-1972-crore-people-detected-in-world-wide

ନୂଆଦିଲ୍ଲୀ, ଜୁଲାଇ ୩୦ (ଖବର ଓଡ଼ିଶା): କରୋନା ଭାଇରସ ସଂକ୍ରମଣ ବିଶ୍ୱବାସୀଙ୍କର ଚିନ୍ତା ବଢ଼ାଉଛି । ବିଦେଶରେ ସଂକ୍ରମଣ ପୁଣି ଥରେ ବଢ଼ିଚାଲିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୬ ଲକ୍ଷ ୪୫ ହଜାର ୯୯୯ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦ ହଜାର ୧୨୦ ଜଣ ଲୋକଙ୍କର ମୃତ୍ୟୁ ଘଟିଛି । 

ବିଶ୍ୱରେ ଆଜି ପର୍ଯ୍ୟନ୍ତ ୧୯ କୋଟି ୭୨ ଲକ୍ଷ ୯୫ ହଜାର ୪୩୧ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇସାରିଥିବା ବେଳେ ୪୨ ଲକ୍ଷ ୧୨ ହଜାର ୯୩୧ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୧୭ କୋଟି ୮୪ ଲକ୍ଷ ୮୫ ହଜାର ୬୪୦ ଜଣ ସୁସ୍ଥ ହୋଇଥିବା ବେଳେ ୧ କୋଟି ୪୫ ଲକ୍ଷ ୯୬ ହଜାର ୮୬୦ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୮୭ହଜାର ୧୩୧ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।

ଆମେରିକାରେ ଆଜି ସକାଳ ୬ଟା ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୫୫ ଲକ୍ଷ ୭୧ ହଜାର ୪୫୧କୁ ବୃଦ୍ଧି ପାଇଛି । ଦେଶରେ ୬ ଲକ୍ଷ ୨୮ ହଜାର ୪୬୧ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୨ କୋଟି ୯୬ ଲକ୍ଷ ୨୪ ହଜାର ୯୧୬ ଲୋକ ସୁସ୍ଥ ହୋଇଥିବା ବେଳେ ୫୩ ଲକ୍ଷ ୧୮ ହଜାର ୭୪ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୯ ହଜାର ୧୭୭ ଜଣ ଗୁରୁତର ଅଛନ୍ତି ।

କେଉଁ ଦେଶରେ କରୋନାର ସ୍ଥିତି କେମିତି

ବ୍ରାଜିଲ: ୧କୋଟି ୯୮ଲକ୍ଷ ୩୯ହଜାର ୩୬୯ ସଂକ୍ରମିତ, ୫ଲକ୍ଷ ୫୪ ହଜାର ୬୨୬ମୃତ

ଋଷିଆ: ୬୨ ଲକ୍ଷ ୧୮ ହଜାର ୫୦୨ ସଂକ୍ରମିତ, ୧ଲକ୍ଷ ୫୬ ହଜାର ୯୭୭ ମୃତ 

ଫ୍ରାନ୍ସ: ୬୦ ଲକ୍ଷ ୭୯ ହଜାର ୨୩୯ ସଂକ୍ରମିତ, ୧ ଲକ୍ଷ ୧୧ ହଜାର ୭୬୪ ମୃତ 

ୟୁକେ: ୫୦ ଲକ୍ଷ ୧ ହଜାର ୫୬୧ ସଂକ୍ରମିତ, ୧ ଲକ୍ଷ ୨୯ ହଜାର ୫୧୫ ମୃତ 

ତୁର୍କୀ: ୫୬ ଲକ୍ଷ ୮୨ ହଜାର ୬୩୦ ସଂକ୍ରମିତ, ୫୧ ହଜାର ୧୮୪ ମୃତ

ଆର୍ଜେଣ୍ଟିନା: ୪୯ ଲକ୍ଷ ୫ ହଜାର ୯୨୫ ସଂକ୍ରମିତ, ୧ ଲକ୍ଷ ୫ ହଜାର ୧୧୩ମୃତ

କଲୋମ୍ବିଆ: ୪୭ ଲକ୍ଷ ୪୭ ହଜାର ୭୭୫ ସଂକ୍ରମିତ, ୧ ଲକ୍ଷ ୧୯ ହଜାର ୪୮୨ମୃତ 

ସ୍ପେନ: ୪୪ ଲକ୍ଷ ୨୨ ହଜାର ୨୯୧ ସଂକ୍ରମିତ, ୮୧ ହଜାର ୪୪୨ ମୃତ

ଇଟାଲି: ୪୩ ଲକ୍ଷ ୩୬ ହଜାର ୯୦୬ ସଂକ୍ରମିତ, ୧ଲକ୍ଷ ୨୮ ହଜାର ୨୯ମୃତ 

 

  • Tags:

Subscribe

National International State Sports Entertainment