ନୂଆଦିଲ୍ଲୀ, ଜାନୁଆରୀ ୨୧ (ଖବର ଓଡ଼ିଶା): କରୋନା ଭାଇରସ ମହାମାରୀ ଯୋଗୁଁ ଆଜି ପର୍ଯ୍ୟନ୍ତ ବିଶ୍ୱବ୍ୟାପୀ ୯ କୋଟି ୭୨ ଲକ୍ଷ ୬୮ ହଜାର ୭୮୩ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୨୦ ଲକ୍ଷ ୮୧ ହଜାର ୨୩୫ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୬ କୋଟି ୯୮ ଲକ୍ଷ ୨୭ ହଜାର ୪୩୮ ଜଣ ସୁସ୍ଥ ହୋଇଥିବା ବେଳେ ୨ କୋଟି ୫୩ ଲକ୍ଷ ୬୦ ହଜାର ୧୧୦ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୧୨ ହଜାର ୩୩୯ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି ।
ଆମେରିକାରେ ଆଜି ସକାଳ ସାଢ଼େ ୬ଟା ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୯ ଲକ୍ଷ ୮୭ ହଜାର ୪୦୪କୁ ବୃଦ୍ଧି ପାଇଛି । ସେହିପରି ଦେଶରେ ୪ ଲକ୍ଷ ୧୫ ହଜାର ୫୪୩ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ କୋଟିଏ ୪୯ ଲକ୍ଷ ୬୪ ହଜାର ୧୬୩ ଜଣ ସୁସ୍ଥ ହୋଇଥିବା ବେଳେ ୯୬ ଲକ୍ଷ ୭ ହଜାର ୧୯୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୮ ହଜାର ୧୯୮ ଜଣ ଗୁରୁତର ଅଛନ୍ତି ।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ଭାରତ: ୧କୋଟି ୫ଲକ୍ଷ ୯୫ହଜାର ୬୬୦ସଂକ୍ରମିତ, ୧ଲକ୍ଷ ୫୨ହଜାର ୭୧୮ମୃତ
ବ୍ରାଜିଲ: ୮୬ ଲକ୍ଷ ୩୯ ହଜାର ୮୬୮ ସଂକ୍ରମିତ, ୨ ଲକ୍ଷ ୧୨ ହଜାର ୮୯୩ ମୃତ
ଋଷିଆ: ୩୬ ଲକ୍ଷ ୩୩ ହଜାର ୯୫୨ ସଂକ୍ରମିତ, ୬୭ ହଜାର ୨୨୦ ମୃତ
ୟୁକେ: ୩୫ ଲକ୍ଷ ୮ ହଜାର ୭୫୪ ସଂକ୍ରମିତ, ୯୩ ହଜାର ୨୯୦ ମୃତ
ଫ୍ରାନ୍ସ: ୨୯ ଲକ୍ଷ ୬୫ ହଜାର ୧୧୭ ସଂକ୍ରମିତ, ୭୧ ହଜାର ୬୫୨ ମୃତ
ଇଟାଲି: ୨୪ ଲକ୍ଷ ୧୪ ହଜାର ୧୬୬ ସଂକ୍ରମିତ, ୮୩ ହଜାର ୬୮୧ ମୃତ
ସ୍ପେନ: ୨୪ ଲକ୍ଷ ୧୨ ହଜାର ୩୧୮ ସଂକ୍ରମିତ, ୫୪ ହଜାର ୬୩୭ ମୃତ
ତୁର୍କୀ: ୨୪ ଲକ୍ଷ ୬ ହଜାର ୨୧୪ ସଂକ୍ରମିତ, ୨୪ ହଜାର ୪୮୭ ମୃତ
ଜର୍ମାନୀ: ୨୦ ଲକ୍ଷ ୯୦ ହଜାର ୧୬୧ ସଂକ୍ରମିତ, ୫୦ ହଜାର ୨୯୬ ମୃତ
କଲମ୍ବିଆ: ୧୮ ଲକ୍ଷ ୪୯ ହଜାର ୧୦୧ ସଂକ୍ରମିତ, ୪୭ ହଜାର ୪୯୧ ମୃତ