କରୋନା: ଅମେରିକାରେ ମୃତକଙ୍କ ସଂଖ୍ୟା ୨.୬୧ ଲକ୍ଷକୁ ବୃଦ୍ଧି, ୧.୨୪ କୋଟି ଲୋକ ଆକ୍ରାନ୍ତ
Khabar Odisha:International-Corona-virus-death-toll-reaches-1385-lakh-584-crore-people-detected-in-world-wide

ନୂଆଦିଲ୍ଲୀ, ନଭେମ୍ବର ୨୨ (ଖବର ଓଡ଼ିଶା): କରୋନା ଭାଇରସଜନିତ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ଅଧିକ ବଢ଼ିବାରେ ଲାଗିଛି । ଏହା ଆମେରିକାରେ ପରିସ୍ଥିତି ଅଧିକ ଜଟିଳ । ଆଜି ସକାଳ ସାଢ଼େ ୬ଟା ୩୦ ସୁଦ୍ଧା ୧ କୋଟିଏ ୨୪ ଲକ୍ଷ ୪୦ ହଜାର ୪୮୭ ଜଣ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇଥିବା ବେଳେ ୨ ଲକ୍ଷ ୬୧ ହଜାର ୭୬୦ ଜଣଙ୍କର ମୃତ୍ୟୁ ହୋଇଛି । ମୋଟ ୭୪ ଲକ୍ଷ ୧ ହଜାର ୭୩୯ ଜଣ ସୁସ୍ଥ ହୋଇଥିବା ବେଳେ ୪୭ ଲକ୍ଷ ୭୬ ହଜାର ୯୮୮ ଜଣ ସକ୍ରିୟ ଆକ୍ରାନ୍ତ ଅଛନ୍ତି । ଏଥିରୁ ୨୨ ହଜାର ୯୦୫ ଜଣ ଗୁରୁତର ଅଛନ୍ତି ।

ବିଶ୍ୱରେ କରୋନା ଲାଗି ୫ କୋଟି ୮୪ ଲକ୍ଷ ୬୮ ହଜାର ୮୦୧ ଜଣ ଲୋକ ସଂକ୍ରମିତ ହୋଇସାରିଥିବା ବେଳେ ୧୩ ଲକ୍ଷ ୮୫ ହଜାର ୭୧୭ ଜଣଙ୍କର ମୃତ୍ୟୁ ହୋଇଛି । କରୋନା ଭାଇରସ କବଳରେ ପଡ଼ିଥିବା ୪ କୋଟି ୪ ଲକ୍ଷ ୫୨ ହଜାର ୭୨୩ ଜଣ ସୁସ୍ଥ ହୋଇଥିବା ବେଳେ କୋଟିଏ ୬୬ ଲକ୍ଷ ୩୦ ହଜାର ୩୬୯ ଜଣ ଲୋକ ସକ୍ରିୟ ଅଛନ୍ତି । ଏବେ ବିଶ୍ୱବ୍ୟାପୀ ୧ ଲକ୍ଷ ୨ ହଜାର ୩୬୯ ଜଣ ରୋଗୀଙ୍କ ଅବସ୍ଥା ଗୁରୁତର ଅଛି । 

କେଉଁ ଦେଶରେ କରୋନାର ସ୍ଥିତି କେମିତି

ଭାରତ: ୯୦ ଲକ୍ଷ ୫୦ ହଜାର ୫୯୭ ସଂକ୍ରମିତ, ୧ ଲକ୍ଷ ୩୨ ହଜାର ୭୨୬ ମୃତ 

ବ୍ରାଜିଲ: ୬୦ ଲକ୍ଷ ୫୨ ହଜାର ୭୮୬ ସଂକ୍ରମିତ, ୧ ଲକ୍ଷ ୬୯ ହଜାର ୧୬ ମୃତ

ଫ୍ରାନ୍ସ: ୨୧ ଲକ୍ଷ ୨୭ ହଜାର ୫୧ ସଂକ୍ରମିତ, ୪୮ ହଜାର ୫୧୮ ମୃତ

ଋଷିଆ: ୨୦ ଲକ୍ଷ ୬୪ ହଜାର ୭୪୮ ସଂକ୍ରମିତ, ୩୫ ହଜାର ୭୭୮ ମୃତ

ସ୍ପେନ: ୧୫ ଲକ୍ଷ ୮୯ ହଜାର ୨୧୯ ସଂକ୍ରମିତ, ୪୨ ହଜାର ୬୧୯ ମୃତ 

ୟୁକେ: ୧୪ ଲକ୍ଷ ୯୩ ହଜାର ୩୮୩ ସଂକ୍ରମିତ, ୫୪ ହଜାର ୬୨୬ ମୃତ

ଇଟାଲି: ୧୩ ଲକ୍ଷ ୮୦ ହଜାର ୫୩୧ ସଂକ୍ରମିତ, ୪୯ ହଜାର ୨୬୧ ମୃତ 

ଆର୍ଜେଣ୍ଟିନା: ୧୩ ଲକ୍ଷ ୬୬ ହଜାର ୧୮୨ ସଂକ୍ରମିତ, ୩୬ ହଜାର ୯୦୨ ମୃତ

କଲମ୍ବିଆ: ୧୨ ଲକ୍ଷ ୪୦ ହଜାର ୪୯୩ ସଂକ୍ରମିତ, ୩୫ ହଜାର ୧୦୪ ମୃତ 

ମେକ୍ସିକୋ: ୧୦ ଲକ୍ଷ ୨୫ ହଜାର ୯୬୯ ସଂକ୍ରମିତ, ୧ ଲକ୍ଷ ୮୨୩ ମୃତ

 

  • Tags:

Subscribe

National International State Sports Entertainment