ନୂଆଦିଲ୍ଲୀ, ଜାନୁଆରୀ ୧୧ (ଖବର ଓଡ଼ିଶା): କରୋନା ସଂକ୍ରମଣ ସମଗ୍ର ବିଶ୍ବରେ ଦିନକୁ ଦିନ ଆହୁରି ଖରାପ ସ୍ତରକୁ ଯାଉଛି। ବିଗତ ୨୪ ଘଣ୍ଟା ମଧ୍ୟରେ ୧୮ ଲକ୍ଷ ୮୨ ହଜାର ୮୦୪ ଜଣ ନୂଆ ପଜିଟିଭ୍ ଚିହ୍ନଟ ହେବା ପରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧ କୋଟି ୪ ଲକ୍ଷ ୫୮ ହଜାର ୫୨୪ରେ ପହଞ୍ଚିଛି। ବିଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୮୮ ଲକ୍ଷ ୮ ହଜାର ୬୭୧୩ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଏହି ସମୟ ମଧ୍ୟରେ ୪୩୬୨ ଜଣଙ୍କର ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏଥି ସହିତ ବଶ୍ବବ୍ୟାପୀ କରୋନାରେ ମୃତକଙ୍କ ସଂଖ୍ୟା ୫୫ ଲକ୍ଷ ୧୧ ହଜାର ୩୯୬ରେ ପହଞ୍ଚିଛି।
ଆମେରିକା, ବ୍ରିଟେନ୍, ଫ୍ରାନ୍ସ, ସ୍ପେନ ଓ ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସକାଳ ୬ଟା ପର୍ଯ୍ୟନ୍ତ ବିଶ୍ବବ୍ୟାପୀ ୨୬ କୋଟି ୪ ଲକ୍ଷ ୪୦ ହଜାର ୪୮୩ ଜଣ କରୋନାରୁ ସୁସ୍ଥ ହୋଇସାରିଥିବା ବେଳେ ୪ କୋଟି ୪୫ ଲକ୍ଷ ୬ ହଜାର ୬୪୫ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ରହିଛି। ଏଥିରୁ ୯୩ ହଜାର ୮୫ ରୋଗୀଙ୍କ ଅବସ୍ଥା ସଂକଟାପନ୍ନ ରହିଛି।
କେଉଁ ଦେଶରେ କରୋନାର ସ୍ଥିତି କେମିତି
ବ୍ରାଜିଲ: ୨ କୋଟି ୨୫ ଲକ୍ଷ ୫୮ ହଜାର ୬୯୫ ସଂକ୍ରମିତ, ୬ ଲକ୍ଷ ୨୦ ହଜାର ୧୪୨ ମୃତ
ବ୍ରିଟେନ: ୧ କୋଟି ୪୬ ଲକ୍ଷ ୧୭ ହଜାର ୩୧୪ ସଂକ୍ରମିତ, ୧ ଲକ୍ଷ ୫୦ ହଜାର ୨୩୦ ମୃତ
ଫ୍ରାନ୍ସ: ୧ କୋଟି ୨୨ ଲକ୍ଷ ୫ ହଜାର ୧୧୪ ସଂକ୍ରମିତ, ୧ ଲକ୍ଷ ୨୫ ହଜାର ୭୧୮ ମୃତ
ରୁଷିଆ: ୧ କୋଟି ୬ ଲକ୍ଷ ୬୬ ହଜାର ୬୭୯ ସଂକ୍ରମିତ, ୩ ଲକ୍ଷ ୧୬ ହଜାର ୯୦୪ ମୃତ
ତୁର୍କୀ: ୧ କୋଟି ୪୩ ହଜାର ୬୮୮ ସଂକ୍ରମିତ, ୮୩ ହଜାର ୮୪୩ ମୃତ
ଜର୍ମାନୀ: ୭୫ ଲକ୍ଷ ୭୦ ହଜାର ୨୪୮ ସଂକ୍ରମିତ, ୧ ଲକ୍ଷ ୧୪ ହଜାର ୮୮୭ ମୃତ
ଇଟାଲି: ୭୫ ଲକ୍ଷ ୩୮ ହଜାର ୭୦୧ ସଂକ୍ରମିତ, ୧ ଲକ୍ଷ ୩୯ ହଜାର ୨୬୫ ମୃତ
ସ୍ପେନ: ୭୪ ଲକ୍ଷ ୫୭ ହଜାର ୩୦୦ ସଂକ୍ରମିତ, ୯୦ ହଜାର ୧୩୬ମୃତ
ଆର୍ଜେଣ୍ଟିନା: ୬୩ ଲକ୍ଷ ୯୯ ହଜାର ୧୯୬ ସଂକ୍ରମିତ, ୧ ଲକ୍ଷ ୧୭ ହଜାର ୫୪୩ ମୃତ