ଚୀନକୁ ପୁଣି ସହାୟତା ମାଗିଲା ପାକିସ୍ତାନ, ବୈଠକରେ ଉଠାଇଲା କଶ୍ମୀର ପ୍ରସଙ୍ଗ
Khabar Odisha:International-Chinese-FM-Wang-Yi-Met-Pakistani-counterpart-Shah-Mahmood-Qureshi-role-in-Kashmir

ବେଜିଂ, ଜୁଲାଇ ୨୫ (ଖବର ଓଡ଼ିଶା): ଚୀନ ବିଦେଶ ମନ୍ତ୍ରୀ ୱାଙ୍ଗ ୟିଙ୍କ ସହିତ ବୈଠକରେ ପାକିସ୍ତାନୀ ବିଦେଶ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେଶୀ ପୁଣି ଥରେ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଏହା ଜଣାଯାଇଛି । ଏହି ସାକ୍ଷାତକାରରେ ଉଭୟ ଦେଶ ମଧ୍ୟରେ କୁଟନୈତିକ ସଂପର୍କକୁ ଅଧିକ ମଜବୁତ କରିବା ପାଇଁ ଶନିବାର ସଂକଳ୍ପ ନିଆଯାଇଛି । ବୈଠକରେ ପାକିସ୍ତାନରେ ୯ ଜଣ ଚୀନ ଇଂଜିନିୟରଙ୍କ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୃତ୍ୟୁ ନେଇ ସଂଯୁକ୍ତ ଭାବେ ଯାଂଚ କରିବାକୁ ସହମତି ହୋଇଛି । 

କ୍ୟୁରେଶୀଙ୍କ ପ୍ରତିନିଧିମଣ୍ଡଳରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ‘ଆଇଏସଆଇ’ର ମହାନିର୍ଦ୍ଦେଶକ ଲେଫନେଣ୍ଟ ଜେନେରାଲ ଫୈଜ ହାମିଦ ମଧ୍ୟ ଉପସ୍ଥିତ ଥିଲେ, ଯିଏକି ଚେଗଦୁରେ ୱାଙ୍ଗଙ୍କ ସହିତ ହୋଇଥିବା ଆଲୋଚନାରେ କଶ୍ମୀର ପ୍ରସଙ୍ଗ ଉଠାଇଥିଲେ । 

କ୍ୟୁରେଶୀ ଟୁଇଟ କରି କହିଛନ୍ତି ଯେ, ଶାନ୍ତିପୂର୍ଣ୍ଣ, ସ୍ଥିର ଏବଂ ସମୃଦ୍ଧ ଦକ୍ଷିଣ ଏସିଆର ସମାନ ଦୃରଦୃଷ୍ଟି ସେୟାର କରିଛନ୍ତି ଏବଂ କଶ୍ମୀର ପ୍ରତି ଚୀନର ଦୃଢ଼ ସମର୍ଥନକୁ ପ୍ରଶଂସା କରିଛନ୍ତି । ବିବାଦର ସମାଧାନ ସଂଯୁକ୍ତ ରାଷ୍ଟ୍ରର ନିୟମ, ସୁରକ୍ଷା ପରିଷଦର ସଂବନ୍ଧୀତ ପ୍ରସ୍ତାବ ଏବଂ ଦ୍ୱିପାକ୍ଷୀକ ବୁଝାମଣା ଜରିଆରେ ହୋଇପାରିବ । 

ପାକିସ୍ତାନର ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ବୟାନରେ କୁହାଯାଇଛି ଯେ, ଚୀନ ପକ୍ଷ ପୁନରାବୃତ୍ତି କରିଛି ଯେ, କଶ୍ମୀର ପ୍ରସଙ୍ଗ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଇତିହାସ ଦିନର ବିବାଦ ଚାଲିଆସିଛି । ଏହି ସମସ୍ୟାର ସମାଧାନ ସଂଯୁକ୍ତ ରାଷ୍ଟ୍ରର ନିୟମ, ସୁରକ୍ଷା ପରିଷଦର ସଂବନ୍ଧୀତ ପ୍ରସ୍ତାବ ଏବଂ ଦ୍ୱିପାକ୍ଷୀକ ଆଲୋଚନା ମାଧ୍ୟମରେ ହେବା ଦରକାର । ଚୀନ କୌଣସି ଏକତରଫା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରିଥାଏ । 

 

  • Tags:

Subscribe

National International State Sports Entertainment