କୋଭିଡ-୧୯: ବ୍ରାଜିଲରେ ଗୋଟିଏ ଦିନରେ ୨୦ ହଜାରରୁ ଉର୍ଧ୍ଵ ଆକ୍ରାନ୍ତ, ୧୦୦୧ ମୃତ
Khabar Odisha:International-Brazil-place-in-2nd-position-in-corona-virus-list-world-wild-crosses-Russia

ବ୍ରାସିଲିଆ, ମେ ୨୩ (ଖବର ଓଡ଼ିଶା): ଆମେରିକା, ଇଟାଲୀ ଓ ଋଷିଆରେ ତାଣ୍ଡବ ରଚିବା ପରେ କରୋନା ଭାଇରସ ଏବେ ବ୍ରାଜିଲରେ ଭୟଙ୍କର ରୂପ ନେଇଛି । କରୋନା ଭାଇରସ ମାମଲାରେ ବ୍ରାଜିଲ ଆଜି ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି । ଗତକାଲି ସକାଳ ସାଢ଼େ ୬ଟାରୁ ଆଜି ସକାଳ ସାଢ଼େ ୬ଟା ମଧ୍ୟରେ ୨୦ ହଜାର ୮୦୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କରୋନା ଭାଇରସ ଏହି ୨୪ ଘଣ୍ଟା ମଧ୍ୟରେ ୧ ହଜାର ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି 

କରୋନା ଭାଇରସ ଯୋଗୁଁ ଶନିବାର ସକାଳ ୮ଟା ପର୍ଯ୍ୟନ୍ତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୪୦ ହଜାର ୩ ହୋଇଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫୩ ଲକ୍ଷ ୩ ହଜାର ୯୮୮ ଜଣ । ବ୍ରାଜିଲରେ ୩ ଲକ୍ଷ ୩୨ ହଜାର ୩୮୨ଜଣ ଆକ୍ରାନ୍ତ ଥିବା ବେଳେ ୨୧ ହଜାର ୧୧୬ ଜଣ ଜୀବନ ହରାଇଛନ୍ତି ।  ଆମେରିକାରେ କରୋନା ଭାଇରସ ଯୋଗୁଁ ୧୬ ଲକ୍ଷ ୪୫ ହଜାର ୯୪ ଜଣ ଆକ୍ରାନ୍ତ ଥିବା ବେଳେ ୯୭ ହଜାର ୬୪୭ରେ ପହଞ୍ଚିଛି । ବ୍ରାଜିଲରେ ଗତକାଲି ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ୩ ଲକ୍ଷ ୧୦ ହଜାର ୮୭ ସଂକ୍ରମିତ ହୋଇଥିଲେ । ମାରାତ୍ମକ ଭାଇରସ ଯୋଗୁଁ ୨୦ ହଜାର ୪୭ ଜଣଙ୍କର ମୃତ୍ୟୁ ହୋଇଥିଲା । 

 

  • Tags:

Subscribe

National International State Sports Entertainment