ଭାରତ ଏବଂ ଚୀନ୍ ମଧ୍ୟରେ ସୀମା ବିବାଦର ସମାଧାନ ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁଇ ଦେଶର ବିଶେଷ ପ୍ରତିନିଧିମାନଙ୍କ ୨୫ତମ ବୈଠକରେ ସୀମା ଶାନ୍ତି, ନିର୍ଦ୍ଧାରଣ, ପରିଚାଳନା ସହ ଆଠଟି ବଡ଼ ବିନ୍ଦୁ ଉପରେ ସହମତି ହୋଇଛି। ଭାରତ ପକ୍ଷରୁ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଅଜିତ୍ ଡୋଭାଲ ଏବଂ ଚୀନ୍ ପକ୍ଷରୁ ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟିଙ୍କ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିର ରଖିବା ଏବଂ ସୀମାରେ ଉତ୍ତେଜନା ହ୍ରାସ କରିବା ପାଇଁ କେତେକ ଠୋସ୍ ନିଷ୍ପତ୍ତି ନିଆଯାଇଛି।
ଏଥିରେ ବୋର୍ଡର ମ୍ୟାନେଜମେଣ୍ଟକୁ ମଜବୁତ କରିବା ପାଇଁ ଅତିରିକ୍ତ ମିଟିଂ ପଏଣ୍ଟ ଏବଂ ହଟଲାଇନ୍ ସ୍ଥାପନ କରିବା, LACକୁ ନେଇ ବୁଝାମଣା ବୃଦ୍ଧି କରିବା ଏବଂ କୂଟନୈତିକ ଓ ସାମରିକ ସ୍ତରରେ ଗ୍ରାଉଣ୍ଡ ସ୍ଥିତିକୁ ସୁଚାରୁ ରୂପେ ସମ୍ଭାଳିବା ପାଇଁ ନିଷ୍ପତ୍ତି ନିଆଯାଇଛି।
୧. ଭାରତ-ଚୀନ୍ ସୀମାଞ୍ଚଳରେ ଶାନ୍ତି ଓ ସ୍ଥିରତା ବଜାୟ ରଖିବା ପାଇଁ ପ୍ରତିଶ୍ରୁତି ଦୋହରାଇଛନ୍ତି, ସାଥୀରେ ଦୁଇ ଦେଶର ନେତାଙ୍କଠାରୁ ମିଳିଥିବା ମାର୍ଗଦର୍ଶନ ଅନୁଯାୟୀ ଦ୍ୱିପାକ୍ଷିକ ସମ୍ପର୍କର ସୁସ୍ଥ ଓ ସ୍ଥିର ବିକାଶ ପାଇଁ ପରିବେଶ ସୃଷ୍ଟି କରିବାକୁ ଏକମତ ହୋଇଛନ୍ତି।
୨. ସୀମା ବିବାଦର ସମାଧାନ ପାଇଁ ଆଲୋଚନା ଆଗକୁ ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଉଭୟ ପକ୍ଷ ୨୦୦୫ର 'Political Parameters and Guiding Principles' ଚୁକ୍ତି ଏବଂ ପରବର୍ତ୍ତୀ ସମୟରେ ବିଶେଷ ପ୍ରତିନିଧି ଆଲୋଚନାରେ ହୋଇଥିବା ସହମତି ଆଧାରରେ ନିରପେକ୍ଷ, ଉଚିତ୍ ଏବଂ ପାରସ୍ପରିକ ଭାବେ ଗ୍ରହଣୀୟ ସମାଧାନ ଖୋଜିବାକୁ ପ୍ରତିଶ୍ରୁତି ବ୍ୟକ୍ତ କରିଛନ୍ତି।
୩. ସୀମା ନିର୍ଦ୍ଧାରଣ ଏବଂ ସୀମା ପରିଚାଳନା କାର୍ଯ୍ୟ ତ୍ୱରାନ୍ୱିତ ହେବ। Boundary Delimitation ଉପରେ Expert Group ଏବଂ Border Management ଉପରେ WMCC ଅଧୀନରେ ଥିବା Working Group ଆଲୋଚନା ଆଗକୁ ବଢ଼ାଇବେ। ଦୁଇଟିଯାକ ଗ୍ରୁପ୍ର ପ୍ରଥମ କାମ ହେବ ନିଜ ନିଜର Terms of Reference (ToR) ସ୍ଥିର କରିବା।
୪. LACରେ କୌଣସି ବି ସ୍ଥିତିର ତୁରନ୍ତ ସମାଧାନ କରାଯିବ। ଏଥିପାଇଁ WMCC, ସ୍ଥାନୀୟ କମାଣ୍ଡର ସ୍ତରୀୟ ବୈଠକ ଏବଂ ଅନ୍ୟାନ୍ୟ ମୌଜୁଦା ସାମରିକ-ଦ୍ୱିପାକ୍ଷିକ ବ୍ୟବସ୍ଥାର ବ୍ୟବହାର କରାଯିବ, ଯାହାଦ୍ୱାରା ଭୁଲ ବୁଝାମଣା ଏବଂ ଭୁଲ ଆକଳନରୁ ବର୍ତ୍ତି ହେବ।
୫. ସୀମା ପରିଚାଳନାକୁ ମଜବୁତ କରିବା ପାଇଁ ନୂଆ ସଂବାଦ ବ୍ୟବସ୍ଥା ହେବ। General Level Mechanism/Senior Highest Military Commander (SHMC) ବୈଠକ ପାଇଁ ଦୁଇଟି ଅତିରିକ୍ତ ମିଟିଂ ପଏଣ୍ଟ ସ୍ଥିର କରାଯାଇଛି। Eastern ଏବଂ Middle Sectorsରେ ଦୁଇଟି ଅତିରିକ୍ତ ମିଲିଟାରୀ ହଟଲାଇନ୍ ଚ୍ୟାନେଲ ମଧ୍ୟ ସ୍ଥାପନ କରିବାକୁ ସହମତି ହୋଇଛି।
୬. କୈଳାସ ମାନସରୋବର ଯାତ୍ରା ଏବଂ ସୀମା ବାଣିଜ୍ୟରେ ସହଯୋଗ ବୃଦ୍ଧି ପାଇବ। ଭାରତୀୟ ଶ୍ରଦ୍ଧାଳୁଙ୍କ ପାଇଁ କୈଳାସ ମାନସରୋବର ଯାତ୍ରାର ବ୍ୟାଚ୍ ବୃଦ୍ଧି କରିବାକୁ ଚୀନ୍ ପକ୍ଷରୁ କରାଯାଉଥିବା ଉଦ୍ୟମକୁ ଭାରତ ପ୍ରଶଂସା କରିଛି। ଉଭୟ ପକ୍ଷ ତିନୋଟି ମନୋନୀତ Border Trading Points ପୁନର୍ବାର ଖୋଲିବାକୁ ସ୍ୱାଗତ କରିଛନ୍ତି।
୭. ସୀମା-ପାର ନଦୀଗୁଡ଼ିକ ଉପରେ ଆଲୋଚନା ପୁଣି ଆରମ୍ଭ ହେବ। 'India-China Expert-Level Mechanism on Trans-border Rivers'ର ପରବର୍ତ୍ତୀ ବୈଠକ ସେପ୍ଟେମ୍ବର ୨୦୨୬ରେ ଅନୁଷ୍ଠିତ ହେବ। ଏଥିରେ Hydrological Data Sharing ଏବଂ ସମ୍ପୃକ୍ତ MoUs ନବୀକରଣ ଭଳି ମୁଦ୍ଦା ଉପରେ ଆଲୋଚନା ଜାରି ରହିବ।
୮. ୨୬ତମ Special Representatives ଆଲୋଚନା ଭାରତରେ ୨୦୨୭ରେ ହେବ। ଅର୍ଥାତ୍ ଆସନ୍ତା ବର୍ଷ ଦୁଇ ଦେଶ ମଧ୍ୟରେ ସୀମା ବିବାଦ ଉପରେ ବିଶେଷ ପ୍ରତିନିଧି ସ୍ତରୀୟ ପରବର୍ତ୍ତୀ ବୈଠକ ଭାରତରେ ଆୟୋଜିତ ହେବ।