ଆଣ୍ଟାର୍କଟିକାରେ ବ୍ୟାପୁଛି ବାର୍ଡ ଫ୍ଲୁ। ତେବେ ଏହାର ସିଧାସଳଖ ପ୍ରଭାବ ପେଙ୍ଗୁଇନଙ୍କ ପାଇଁ ବିପଦ ସାଜିଛି। ଏହି ମାରାତ୍ମକ H5N1 ବାର୍ଡ ଫ୍ଲୁ ଭୂତାଣୁ ଯୋଗୁଁ ଆଣ୍ଟାର୍କଟିକାରୁ ପେଙ୍ଗୁଇନ ଲୋପ ପାଇବା ଆଶଙ୍କା ସୃଷ୍ଟି ହୋଇଛି। ଆଣ୍ଟର୍କଟିକାରେ ବହୁ ସଂଖ୍ୟକ ପେଙ୍ଗୁଇନ ଦେଖିବାକୁ ମିଳୁଥିବା ବେଳେ ସେଠାରେ ସଠିକ ପଶୁ ସ୍ଵାସ୍ଥ୍ୟ ସେବା ଉପଲବ୍ଧ ନଥିବାରୁ ପେଙ୍ଗୁଇନ ବଂଶ ଲୋପ ପାଇବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ଚିଲିର ଏକ ବିଶ୍ବବିଦ୍ୟାଳୟର ଗବେଷକମାନେ ଗତ କିଛି ଦିନ ପୂର୍ବେ କରିଥିବା ଅଧ୍ୟୟନରୁ ଆଣ୍ଟାର୍କଟିକାରେ ବାର୍ଡ ଫ୍ଲୁ ବ୍ୟାପୁଥିବା ତଥ୍ୟ ପାଇଥିବା ବେଳେ ପୂର୍ବରୁ କେବେ ପେଙ୍ଗୁଇନଙ୍କ ଠାରେ ବାର୍ଡ ଫ୍ଲୁ ଲକ୍ଷଣ ଦେଖା ଯାଇନାହିଁ। ସେଥିପାଇଁ ଏହି ସମ୍ପର୍କିତ ଗବେଷଣା ମଧ୍ଯ ଆରମ୍ଭ ହୋଇଛି। କିନ୍ତୁ H5N1 ଭୂତାଣୁ ତୀବ୍ର ଭାବରେ ବ୍ୟାପୁଥିବାରୁ ଏହା ପେଙ୍ଗୁଇନ ମାନଙ୍କ ପାଇଁ ଗବେଷକମାନଙ୍କର ଚିନ୍ତାର କାରଣ ପାଲଟିଛି। ଏପର୍ଯ୍ୟନ୍ତ ଗବେଷକମାନେ ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ଗୋଟିଏ ଆଣ୍ଟାର୍କଟିକ କର୍ମୋରାଣ୍ଟ ଓ ୯ଟି ଆଡେଲି ପେଙ୍ଗୁଇନର ସନ୍ଧାନ ପାଇଛନ୍ତି। ତେବେ ଏହି ଭୂତାଣୁ ବ୍ୟାପିବା ଦ୍ୱାରା ପେଙ୍ଗୁଇନ ବଂଶ ଲୋପ ପାଇବା ନେଇ ଚିନ୍ତାବ୍ୟକ୍ତ କରିଛନ୍ତି ପରିବେଶବିତ୍।
ଅଧିକ ପଢନ୍ତୁ:ବର୍ଷ ଶେଷ ସୁଦ୍ଧା ଭୁବନେଶ୍ୱରରେ ଲାଗିବ ପରମାଣୁ ଘଡି