ୱାଶିଂଟନ୍: ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନ ହତ୍ୟା ଷଡ଼ଯନ୍ତ୍ର ଘଟଣାରେ ଅଭିଯୁକ୍ତ ଭାରତୀୟ ନିଖିଲ ଗୁପ୍ତାକୁ ଚେକ୍ ଗଣରାଜ୍ୟରୁ ଆମେରିକା ପ୍ରତ୍ୟାର୍ପିତ କରାଯାଇଛି। ନିଖିଲ ଗୁପ୍ତା ଉପରେ ନ୍ୟୁୟର୍କରେ ପନ୍ନୁର କଥିତ ଅସଫଳ ହତ୍ୟାର ଷଡ଼ଯନ୍ତ୍ରରେ ସାମିଲ ହୋଇଥିବା ଅଭିଯୋଗ ରହିଛି।
ଜଣେ ଆମେରିକୀୟ ଜିଲ୍ଲା କୋର୍ଟଙ୍କ ମୁଖପାତ୍ର କହିଛନ୍ତି, ଗୁପ୍ତାଙ୍କୁ ସୋମବାର ମେନ୍ହଟ୍ଟନର ନିମ୍ନ ଅଦାଲତରେ ହାଜର କରାଯିବ। ଆମେରିକା ନ୍ୟାୟ ବିଭାଗ ଗୁପ୍ତା (୫୨)ଙ୍କୁ ନେଇ ଅନେକ ଅଭିଯୋଗ ଆଣିଛି। ସେ ନ୍ୟୁୟର୍କରେ ପନ୍ନୁଙ୍କ ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ।
ସୂଚନାଯୋଗ୍ୟ, ଗତବର୍ଷ ନଭେମ୍ବର ମାସରେ ଆମେରିକାର ନ୍ୟାୟ ବିଭାଗର ଅଧିକାରୀମାନେ ୨୦୨୩ ଜୁନ୍ରେ ଚେକ୍ ଗଣରାଜ୍ୟରେ ଗିରଫ କରାଯିବା ପରେ ଗୁପ୍ତାଙ୍କ ବିରୋଧରେ ଅନେକ ଅଭିଯୋଗ ଆଣିଥିଲେ। ସେତେବେଳେ କୁହାଯାଇଥିଲା ଯେ, ଗୁପ୍ତାଙ୍କୁ ନ୍ୟୁୟର୍କ ପ୍ରତ୍ୟାର୍ପିତ କରାଯିବ, ଯାହାଙ୍କର ପାଖରେ ଆମେରିକା ଓ କାନାଡାର ନାଗରିକତା ଅଛି।
ଏହା ପୂର୍ବରୁ ନଭେମ୍ବରରେ ଆମେରିକା ନ୍ୟାୟ ବିଭାଗ ଖଲିସ୍ତାନୀ ସମର୍ଥକ ଆତଙ୍କବାଦୀ ଓ ନ୍ୟୁୟର୍କରେର ହୁଥିବା ପନ୍ନୁଙ୍କ ହତ୍ୟାର ବିଫଳ ଷଡ଼ଯନ୍ତ୍ରରେ କଥିତ ସଂପୃକ୍ତ ପାଇଁ ଭାରତୀୟ ନାଗରିକ ବିରୋଧରେ ଅଭିଯୋଗପତ୍ର ଜାରି କରିଥିଲା।