ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ ହେଲେ ଡୋନାଲ୍ଡ ଟ୍ରମ୍ପ । ଉପରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଛାୟା ହୋଇଛନ୍ତି ସିନେଟର ଜେଡି ବେସ୍ । ଟ୍ରମ୍ପଙ୍କୁ ଗୁଳିମାଡ ପରେ ଆମେରିକାରେ ବଢିଛି ରାଜନୈତିକ ଉଷ୍ମତା । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ସୂଚନା ଅନୁଯାୟୀ,ଆମେରିକାର ପୂର୍ବତନ ରାଷ୍ଟ୍ରପତିଙ୍କ ଉପରେ ଆକ୍ରମଣ ହୋଇଥିଲା । ନିର୍ବାଚନ ପୂର୍ବରୁ ଏଭଳି ଆକ୍ରମଣକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପେନ୍ସିଲଭାନିଆରେ ରାଲି ବେଳେ ହୋଇଥିବା ଆକ୍ରମଣରେ ଡୋନାଲ୍ଡ ଟ୍ରମ୍ପ ଯଦିଓ ଅଳ୍ପକେ ବର୍ତ୍ତି ଯାଇଛନ୍ତି। କିନ୍ତୁ ଏହି ଘଟଣା ଏବେ ଆମେରିକା ରାଜନୀତିରେ ଗୋଟିଏ ପ୍ରସଙ୍ଗ ତିଆରି କରିଛି ।