ମନୋରଞ୍ଜନ ଶିଳ୍ପରେ କାମ କରୁଥିବା ଡିଜନୀ କମ୍ପାନୀ ତାର ତୃତୀୟ ପର୍ଯ୍ୟାୟ କର୍ମଚାରୀ ଛଟେଇ ଘୋଷଣା କରିଛି । କମ୍ପାନୀ ଏହି ପର୍ଯ୍ୟାୟରେ ୨.୫ ହଜାର କର୍ମଚାରୀ ଛଟେଇ କରିବ ବୋଲି କୁହାଯାଇଛି । ଡିଜନୀର ସିଇଓଙ୍କ ତରଫରୁ ଫେବୃଆରୀ ମାସରେ ଘୋଷଣା କରାଯାଇଥିଲାକି କମ୍ପାନୀ ୭ହଜାର କର୍ମଚାରୀ ଛଟେଇ କରିବ । ଏକ ଅର୍ନ୍ତଜାତୀୟ ଗଣମାଧ୍ୟମର ରିପୋର୍ଟ ମୁତାବକ ଡିଜନୀର ସିଇଓ ବାମ୍ବ ଇଗରଙ୍କ ପୂର୍ବ ଘୋଷଣା ମୁତାବକ ୭ ହଜାର କର୍ମଚାରୀ ଛଟେଇର ଏହା ଅନ୍ତିମ ପର୍ଯ୍ୟାୟ । ଚଳିତ ପର୍ଯ୍ୟାୟରେ କମ୍ପାନୀ ୨.୫ ହଜାରରୁ ଅଧିକ କର୍ମଚାରୀ ଛଟେଇ କରିବାକୁ ଯାଉଛି ।
ସୂଚନା ମୁତାବକ ଏହି ଛଟେଇ ପ୍ରଥମେ ମାର୍ଚ୍ଚ ମାସରୁ ଆରମ୍ଭ ହୋଇଥିଲା । ଏଥିରେ ମୋଟ ୭ ହଜାର କର୍ମଚାରୀ ଛଟେଇ କରାଯିବ ବୋଲି କୁହାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ କମ୍ପାନୀ ୪୦୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା । ଏଥିରେ କମ୍ପାନୀର ସମସ୍ତ ବିଭାଗ ଉପରେ ପ୍ରଭାବ ପଡିଥିଲା । କମ୍ପାନୀ ତରଫରୁ ଏଭଳି ଛଟେଇ ଓ ଅନ୍ୟ ଉପାୟରେ ଖର୍ଚ୍ଚ କମ୍ କରି ୫.୫ ଆରବ ଡଲା ବଞ୍ଚାଇବାକୁ ଚେଷ୍ଟା କରିଛି । କହିରଖୁ କି ୨୦୨୨ର ପ୍ରଥମ ୩ମାସରେ ଡିଜନୀର ସବସ୍କ୍ରାଇବର ସଂଖ୍ୟା ବହୁତ କମ୍ ହୋଇଥିଲା । ୩ମାସ ମଧ୍ୟରେ ଡିଜନୀ ପ୍ଲସର ସବସ୍କ୍ରାଇବର ସଂଖ୍ୟା ୨.୪ ମିଲିୟନ କମ୍ ହୋଇଥିଲା ।