ନୂଆଦିଲ୍ଲୀ: ଭାରତ ଓ ମାଳଦ୍ୱୀପ ମଧ୍ୟରେ ବିଗିଡିଥିବା ସଂପର୍କ ସୁଧୁରିବାରେ ଲାଗିଛି । ଏହାର ସଙ୍କେତ ମାଳଦ୍ୱୀପ ସରକାର ଦେଇଛନ୍ତି । ଖବର ଏହା ଯେ ବଲିଉଡର ଅଭିନେତ୍ରୀ କ୍ୟାଟରିନା କୈଫଙ୍କୁ ମାଳଦ୍ୱୀପ ସରକାର ପର୍ଯ୍ୟଟକ ଆମ୍ବାସଡର କରିଛନ୍ତି । ଗତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାକ୍ଷାଦ୍ୱୀପ ଯାତ୍ରା ସମୟରେ ମାଳଦ୍ୱୀପ ସରକାରଙ୍କ କିଛି ମନ୍ତ୍ରୀ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଏହା ପରେ ଦୁଇ ଦେଶର ସଂପର୍କ ବିଗିଡିଥିଲା ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ମାଳଦ୍ୱୀପ ମାର୍କେଟିଂ ଆଣ୍ଡ ପବ୍ଲିକ ରିଲେସନ କର୍ପୋରେସନ ପକ୍ଷରୁ କ୍ୟାଟ୍ରିନାଙ୍କୁ ଗ୍ଲୋବାଲ ଟୁରିଜିମ ଆମ୍ବାସଡର କରିବାକୁ ଘୋଷଣା କରିଛି । ଖାସ୍ କଥା ଏହା ଯେ, ଏହି ନିଷ୍ପତ୍ତି ଏମିତି ସମୟରେ ନିଆଯାଇଛି ଯେଉଁ ସମୟରେ ପିଏମ ମୋଦୀ ଶୀଘ୍ର ମାଳଦ୍ୱୀପ ଗସ୍ତ କରି ପାରନ୍ତି ।
ଜୁନ ମାସ ଆରମ୍ଭରେ ଭାରତୀୟ ଉଚ୍ଚାୟୋଗ ଜି ବାଲାସୁବ୍ରମଣ୍ୟମ କହିଥିଲେ, ଆମେ ମାଳଦ୍ୱୀପର ସବୁଠୁ ଘନିଷ୍ଠ ଭାଗିଦାରୀ ମଧ୍ୟରୁ ଏକ । ମାଲଦ୍ୱୀପ ବି ଆମର ଘନିଷ୍ଠ ସହଯୋଗୀ । ଭାରତ ପାଇଁ ନିଜର ପଡୋଶୀ ପ୍ରଥମେ ନୀତି ଆଧାରରେ ଉଭୟ ଦେଶ ପରସ୍ପର ମଧ୍ୟରେ ଥିବା ମତଭେଦକୁ ଭୁଲି ଏକାଠି ଆସିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହାର ଝଲକ ମାଳଦ୍ୱୀପ ସରକାରଙ୍କ କ୍ୟାଟ୍ରିନା କୈଫଙ୍କୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତରୁ ଦେଖିବାକୁ ମିଳିଛି ।
ଚଳିତ ବର୍ଷ ଭାରତ ଓ ମାଳଦ୍ୱୀପ ମଧ୍ୟରେ କୂଟନୈତିକ ସମ୍ବନ୍ଧକୁ ୬୦ ବର୍ଷ ପୂରିଛି । ଗତ ବର୍ଷ ଅକ୍ଟୋବରରେ ଦିଲ୍ଲୀ ନିଜର ଯାତ୍ରା ସମୟରେ ମୁଇଜୁ ଭାରତ ସହିତ ଦ୍ୱିପାକ୍ଷିକ ସଂପର୍କକୁ ଆଗକୁ ବଢାଇବା ପାଇଁ ସଂକଳ୍ପ ନେଇଥିଲେ । ଏହା ପରେ ଦୁଇ ଦେଶର ସଂପର୍କରେ ସୁଧାର ଆସିଛି ।