ବେଜିଂ: ଚୀନର ମହାକାଶ କେନ୍ଦ୍ର ତିଆଙ୍ଗୋଙ୍ଗରେ ୬ ମାସ ରହିବା ପରେ ସୋମବାର ସକାଳେ ୩ ଜଣ ଚୀନ୍ ଯାତ୍ରୀ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି। ଗୁଆଙ୍ଗଫୁ, ଲି କାଙ୍ଗ ଓ ଲି ଗୁଆଙ୍ଗସୁଙ୍କୁ ନେଇ ସେନଜୋ-୧୮ ସ୍ଥାନୀୟ ସମୟ ଅପରାହ୍ନ ୧ଟା ୨୪ମିନିଟରେ ଇନର ମଙ୍ଗୋଲିଆ ସ୍ୱୟଂଶାସିତ ଅଞ୍ଚଳର ଡଙ୍ଗଫେଙ୍ଗ ଅବତରଣ ସ୍ଥଳରେ ଅବତରଣ କରିଛନ୍ତି। ମହାକାଶଚାରୀ ଲି ଗୁଆଙ୍ଗସୁ କହିଛନ୍ତି ଯେ ସେ ମହାକାଶ ଷ୍ଟେସନରେ ଚେରି ଟମାଟୋ ଏବଂ ଲେଟୁସ୍ ଚାଷ କରିଛନ୍ତି।
ସେ କହିଛନ୍ତି ଯେ ମହାକାଶରେ ତାଜା ପନିପରିବା ଖାଇବା ବାସ୍ତବରେ ଏକ ଆଶୀର୍ବାଦ ପରି। ଏହି ଗଛଗୁଡିକ ସେଠାରେ ସବୁଜିମାର ଅନୁଭବ ମଧ୍ୟ ଦେଇଥିଲା ଏବଂ ବ୍ୟସ୍ତବହୁଳ କାର୍ଯ୍ୟ ସମୟରେ ଉତ୍ସାହ ଥିଲା। ସେହିପରି ଶେନଜୋ-୧୮ ମିଶନ କମାଣ୍ଡର ଗୁଆଙ୍ଗଫୁ ପ୍ରଥମ ଚୀନ୍ ମହାକାଶଚାରୀ ଭାବେ ମହାକାଶ ଯାତ୍ରା ସମୟ ଏକ ବର୍ଷରୁ ଅଧିକ ସମୟ ହାସଲ କରିଛନ୍ତି। ଚୀନ୍ ମହାକାଶଚାରୀ ଭାବେ କକ୍ଷପଥରେ ସବୁଠାରୁ ଅଧିକ ସମୟ ରହିବାର ରେକର୍ଡ ତାଙ୍କ ନାମରେ ରହିଛି।
ସୋମବାର ଜାପାନ ଏକ ପ୍ରତିରକ୍ଷା ଉପଗ୍ରହ ଉତକ୍ଷେପଣ କରି ଏହାକୁ ସଫଳତାର ସହ କକ୍ଷପଥରେ ସ୍ଥାପନ କରିଛି। ଏହି ଅଞ୍ଚଳରେ ଉତ୍ତେଜନା ବଢ଼ୁଥିବା ବେଳେ ଦେଶ ସାମରିକ ସାମର୍ଥ୍ୟ ସୃଷ୍ଟି କରିବାକୁ ଚାହୁଁଛି। କିରାମେକି ନଂ-୩ ଉପଗ୍ରହ ସୂଚନା ଏବଂ ଡାଟା ଆଦାନପ୍ରଦାନ ସହିତ ସାମରିକ ଅପରେସନ ଏବଂ କମାଣ୍ଡ ପାଇଁ ଏକ୍ସ-ବ୍ୟାଣ୍ଡ ଯୋଗାଯୋଗ ବ୍ୟବହାର କରେ। ଏକ୍ସ-ବ୍ୟାଣ୍ଡ ଉପଗ୍ରହ ପାଣିପାଗ ପରିସ୍ଥିତି ଦ୍ୱାରା କମ୍ ପ୍ରଭାବିତ ହୁଏ।
ଅଧିକ ପଢ଼ନ୍ତୁ: ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କଲା କାନାଡା ପୁଲିସ