ରୁଷରେ ଏକ ନଦୀରୁ ୪ ଭାରତୀୟ ଛାତ୍ରଛାତ୍ରୀଙ୍କ ମୃତଦେହ ଉଦ୍ଧାର । ମୃତ ୪ ଛାତ୍ରଛାତ୍ରୀ ମହାରାଷ୍ଟ୍ରର ।
ସୂଚନା ଅନୁସାରେ, ରୁଷର ଭୋଲକୋଭ୍ ନଦୀ ପାଖକୁ ୪ ଜଣ ଭାରତୀୟ ଛାତ୍ରଛାତ୍ରୀ ବୁଲିବା ପାଇଁ ଆସିଥିଲେ । ଏହି ସମୟରେ ଜଣେ ତାଙ୍କ ପରିବାର ଲୋକଙ୍କ ସହିତ କଥା ହେବା ସମୟରେ ଅସାବଧାନତା କାରଣରୁ ତିନିଜଣ ସାଙ୍ଗ ନଦୀରେ ବୁଡ଼ି ଯାଇଥିଲେ । ଆଉ ଜଣେ ତିନିଜଣଙ୍କୁ ବଞ୍ଚେଇବା ପାଇଁ ନଦୀକୁ ଡେଇଁ ପଡ଼ିଥିଲେ ।
ସ୍ଥାନୀୟ ଲୋକ , ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ କିନ୍ତୁ ବହୁ ଖୋଜାଖୋଜି ପରେ ନଦୀରୁ ୪ ଜଣଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା । ସମସ୍ତଙ୍କ ବୟସ ୧୮ରୁ ୨୦ ବର୍ଷ ମଧ୍ୟରେ ସେମାନେ ରୁଷକୁ ପାଠ ପଢିବା ପାଇଁ ଆସିଥିଲେ । ଏହି ଖବର ଛାତ୍ରଛାତ୍ରୀଙ୍କ ପରିବାରକୁ ଦିଆଯାଇଥିଲା ପରେ ତାଙ୍କ ମୃତଦେହକୁ ପରିବାର ଲୋକଙ୍କ ପାଖକୁ ପଠାଯାଇଥିଲା ।