ନୂଆଦିଲ୍ଲୀ: ସୋମବାର ତୁର୍କୀର ଇସ୍ତାନବୁଲରେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ଶାନ୍ତି ଆଲୋଚନା ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଛି । ପ୍ରାୟ ଏକ ଘଣ୍ଟା ଧରି ଚାଲିଥିବା ବୈଠକରେ ଉଭୟ ଦେଶର ମନୋଭାବକୁ ଦେଖିଲେ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ରୁଷ ଏବଂ ୟୁକ୍ରେନ ମଧ୍ୟରେ ତୁରନ୍ତ ଅସ୍ତ୍ରବିରତି ଲାଗୁ ହୋଇ ପାରିବ ନାହିଁ। ତଥାପି, କିଛି ବିଷୟରେ ଦୁଇ ଦେଶ ମଧ୍ୟରେ ସହମତି ପ୍ରକାଶ ପାଇଛି।
ଆସୋସିଏଟେଡ୍ ପ୍ରେସର ରିପୋର୍ଟ ଅନୁଯାୟୀ, ଶାନ୍ତି ଆଲୋଚନାରେ ରୁଷ ଏବଂ ୟୁକ୍ରେନ ଯୁଦ୍ଧରେ ମୃତ ୬,୦୦୦ ସୈନିକଙ୍କ ମୃତଦେହ ଆଦାନପ୍ରଦାନ କରିବାକୁ ରାଜି ଦୁଇ ପକ୍ଷ ରାଜି ହୋଇଛନ୍ତି। ରୁଷ ପ୍ରତିନିଧି ମେଡିନସ୍କି କହିଛନ୍ତି ଯେ ମୃତଦେହଗୁଡ଼ିକୁ ଗ୍ରେ ଜୋନ୍ ଦେଇ ହସ୍ତାନ୍ତର କରାଯିବ। ତଥାପି ଯେଉଁ ଅଞ୍ଚଳରେ ମୃତଦେହ ଆଦାନପ୍ରଦାନ ହେବ ସେଠାରେ ଅସ୍ତ୍ରବିରତି ଲାଗୁ ହେବା ଆବଶ୍ୟକ । ମେଡିନସ୍କିଙ୍କ ଅନୁଯାୟୀ, କିଛି ଅଞ୍ଚଳ ପାଇଁ ଅସ୍ତ୍ରବିରତିର ପ୍ରସ୍ତାବ ଦିଆଯାଇଛି।
ରୁଷ ଏବଂ ୟୁକ୍ରେନ ମଧ୍ୟରେ ହୋଇଥିବା ଏହି ଶାନ୍ତି ଆଲୋଚନାରେ ପ୍ରତ୍ୟେକ ୧୦୦୦ ଜଣ ଯୁଦ୍ଧବନ୍ଦୀଙ୍କ ବିନିମୟ ଉପରେ ମଧ୍ୟ ସହମତି ହୋଇଛି। ତଥାପି, ଏହି ପ୍ରକ୍ରିୟା କେବେ ଆରମ୍ଭ ହେବ ସେ ବିଷୟରେ କୌଣସି ସୂଚନା ଦିଆଯାଇ ନାହିଁ। ଏଥିପାଇଁ ଏକ ସ୍ଥାୟୀ କମିଟି ଗଠନ ପାଇଁ ଉଭୟ ଦେଶ ସହମତ ହୋଇଛନ୍ତି। ଏହି କମିଟି ମାଧ୍ୟମରେ ଭବିଷ୍ୟତରେ ଯୁଦ୍ଧବନ୍ଦୀଙ୍କ ବିନିମୟ ପ୍ରକ୍ରିୟା ଶୀଘ୍ର ଏବଂ ସୁଗମ ଭାବରେ ପରିଚାଳନା କରାଯିବ ।
ୟୁକ୍ରେନିୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ନେଇଥିବା ପ୍ରତିରକ୍ଷା ମନ୍ତ୍ରୀ ରୁସ୍ତମ ଉମାରୋଭ କହିଛନ୍ତି ରୁଷ ଶତ୍ରୁତା ସମାପ୍ତ କରିବା ପାଇଁ କ୍ରେମଲିନ ଏକ ସର୍ତ୍ତ ଆଧାରିତ ପ୍ରସ୍ତାବ ଦେଇଛି । ୟୁକ୍ରେନ ଅଧିକାରୀଙ୍କୁ ଦସ୍ତାବିଜର ସମୀକ୍ଷା କରିବା ଏବଂ ଏହା ଉପରେ ମତ ରଖିବା ପାଇଁ ଏକ ସପ୍ତାହ ସମୟ ଦାରକର । ସେ କହିଛନ୍ତି ୟୁକ୍ରେନ ଜୁନ ୨୦ରୁ ୩୦ ତାରିଖ ମଧ୍ୟରେ ଶାନ୍ତି ବାର୍ତ୍ତା ଉପରେ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛି ।
ଋୁଷ ପକ୍ଷରୁ ଦିଆଯାଇଥିବା ସର୍ତ୍ତ ଅନୁଯାୟୀ, ୟୁକ୍ରେନ ସେହି ଚାରି କ୍ଷେତ୍ରରୁ ନିଜର ସେନା ପ୍ରତ୍ୟାହାର କରି ନେଉ ଯାହାକୁ ରୁଷ ୨୦୨୨ରେ କବଜା କରିଥିଲା । ମାତ୍ର ଯୁଦ୍ଧବିରତି ସର୍ତ୍ତ ଭାବେ କେବେ ସଂପୂର୍ଣ୍ଣ ଭାବେ ଉକ୍ତ ସହର କବଜା କରାଯାଇ ନାହିଁ । ଏଥିରେ ଏହା ମଧ୍ୟ କୁହାଯାଇଛି, ୟୁକ୍ରେନ ନିଜ ମାଟିରେ କୌଣସି ପ୍ରକାରର ତୃତୀୟ ପକ୍ଷର ସୈନ୍ୟ ଗତିବିଧି ଉପରେ କଟକଣା ଲଗାଉ ।
ରୁଷ ଦଲିଲରେ ଆହୁରି ପ୍ରସ୍ତାବ ଦିଆଯାଇଛି, "ୟୁକ୍ରେନ ସାମରିକ ଆଇନ ସମାପ୍ତ କରିବ ଏବଂ ନିର୍ବାଚନ କରାଇବା ଉଚିତ, ଯାହା ପରେ ଦୁଇ ଦେଶ ଏକ ବ୍ୟାପକ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର କରିପାରିବେ। ୟୁକ୍ରେନ ନାଟୋରେ ଯୋଗଦାନ କରିବାର ପ୍ରୟାସ ପରିତ୍ୟାଗ କରିବା ଉଚିତ। ୟୁକ୍ରେନ ତାର ସଶସ୍ତ୍ର ବାହିନୀର ପରିମାଣ ଉପରେ ସୀମା ସ୍ଥିର କରିବ ଏବଂ ୟୁକ୍ରେନିଆନ ସହିତ ସମକକ୍ଷ ଭାବରେ ରୁଷିଆନ ଭାଷାକୁ ଦେଶର ସରକାରୀ ଭାଷା ଭାବରେ ମାନ୍ୟତା ଦେବ।